No Result
View All Result
୧୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ନିର୍ବାଚନ ମଣ୍ଡଳୀ ୪୨ ମୌଜା ବେଣ୍ଟକାର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ମହାନ୍ତିଙ୍କର , ପ୍ରଥମ ଶ୍ରାଦ୍ଧ ବାର୍ଷାକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳନ କରାଯିବା ସହିତ, ତାଙ୍କର ଏକ ପ୍ରତିମୂର୍ତ୍ତିକୁ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଉନ୍ମୋଚନ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ମୃତି ଚାରଣ ସଭା ସବଳପୁର ସ୍ଥିତ ବାସଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସ୍ମୃତି ଚାରଣ ସଭାରେ ଇଞୀନିୟର ଅଶୋକ କୁମାର ବିଶ୍ବାଳଙ୍କ ଅଧ୍ୟକ୍ଷତା କରିଥିଲେ ।
ଏହି ସ୍ମୃତି ଚାରଣ ସଭାରେ ପୂର୍ବତନ କଟକ -ଚୌଦାର ର ପୂର୍ବତନ ଲୋକପ୍ରିୟ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ , ବିଶିଷ୍ଟ ସମବାୟବିତ ମହେନ୍ଦ୍ର କୁମାର ନାୟକ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବୀରବର ଲେଙ୍କା, ସରପଞ୍ଚ ଶିବ ଶଙ୍କର ମଲ୍ଲିକ , ଖ୍ୟାତନାମା ଲେଖକ ତଥା ସାମ୍ବାଦିକ ଆଲୋକ ନାୟକ, ସମାଜସେବୀ ସନ୍ତୋଷ ପତି ,ଅଜୟ ଦଳାଇ, କଟକ ସଦର ବ୍ଲକ କଂଗ୍
ରେସ ସଭାପତି ରାମଚନ୍ଦ୍ର ଗୋଛୟତ, ନାରାୟଣ ମହାନ୍ତି, ସ୍ୱାଧୀନ ଶେଖର ଷଡ଼ଙ୍ଗୀ ,ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ , ଶିବ ପ୍ରସାଦ ମହାନ୍ତିଙ୍କ ଫଟୋଚିତ୍ର ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଏକ ସ୍ମରଣିକା ଶିବ ଦିପ୍ତୀ କୁ ଅତିଥି ମାନେ ଉନ୍ମୋଚିନ କରିଥିଲେ । ସମିତି ସଭ୍ୟ ବିନୋଦ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସ୍ୱର୍ଗତ ଶିବ ପ୍ରସାଦ ମହାନ୍ତି ବେଣ୍ଟକାର ପଞ୍ଚାୟତର ସରପଞ୍ଚ ଥିଲାବେଳେ ବହୁ ଜନହିତକର କାର୍ଯ୍ୟ କରିଥିଲେ । ସେ ମହାବାତ୍ୟା ସମୟରେ ନିଜ ପଞ୍ଚାୟତର ଜନସାଧାରଣ ଏବଂ ୪୨ ମୌଜା ଅଞ୍ଚଳର ଲୋକ ମାନଙ୍କ ପାଖରେ ପହଞ୍ଚି ସାହାଯ୍ୟ ସହଯୋଗ କରିବା କାର୍ଯ୍ୟକୁ ଆଜି ପର୍ଯ୍ୟନ୍ତ ତାଙ୍କ ଅଞ୍ଚଳର ଜନ ସାଧାରଣ ଭୁଲି ପାରି ନାହାନ୍ତି ।
ସେ ସବୁବେଳେ ଅନ୍ୟାନ୍ୟ ବିରୁଦ୍ଧରେ ସଂଗ୍ରାମ କରିବା ସହିତ, ଗରିବ ଲୋକମାନଙ୍କୁ ନ୍ୟାୟ ପାଇବା ପାଇଁ ବ୍ଲକର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରୁଥିଲେ । ତାଙ୍କର ସଚୋଟ ପଣିଆ,ନିର୍ଭୀକ କାର୍ଯ୍ୟ ପାଇଁ ସେ ୪୨ ମୌଜାର ପ୍ରତ୍ୟେକ ବ୍ୟକ୍ତିଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି ଵୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ ଶିବ ବାବୁଙ୍କ ସହଧର୍ମୀଣି ଦୀପ୍ତି ମହାନ୍ତି, ପୁଅ ,ଝିଅ, ଗ୍ରାମବାସୀ ସହଯୋଗ କରିଥିଲେ ।


No Result
View All Result