ଏହି ଅଧିବେଶନରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରୁଦ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କୃଷି ମନ୍ତ୍ରୀଙ୍କର ସୁପୁତ୍ର ସମାଜ ସେବି, ଭାରତ ସର୍ବୋଚ୍ଚ ଅଦାଲତର ଆଇନିଜୀବୀ ଶ୍ରୀ ଆଦିତ୍ୟ ପ୍ରତାପ ସ୍ୱାଇଁ ଯୋଗ ଦେଇ କହିଥିଲେ ପ୍ରାଚୀନ ଆଧାତ୍ମିକ ଲୋକକଳା ରାମଲୀଳା ପରିବେଷଣ ବହୁ ପ୍ରାଚୀନ ।
ଏହି ଲୋକକଳା ପରିବେଷଣ ଦ୍ଵାରା ମାନବ ସମାଜ ଦୈନ୍ୟଦିନ ଚଳଣି ଉପରେ ନିଜକୁ ଅବଲୋକନ କରିଥାଏପ୍ରଜା ମାନଙ୍କୁ ସୁଶାନ ଭାତୃଭାବ ରାମାୟଣ ରେ ଆଧାରିତ ଏଥିରେ ସିଆରିଆ ଆଶ୍ରମର ମହାଗୁରୁ ଅବଧୂତ ବାବା ଶ୍ରୀ ଶ୍ରୀ ସଦାନନ୍ଦ ଦାସ ମହାରାଜ ଯୋଗ ଦେଇ କହିଲେ ଆର୍ଥିକ ଅଭାବ ସତ୍ବେ ରାମଲୀଳା ପରିବେଷଣ କରି,ଲୋକ କଳା ବଞ୍ଚେଇ ରଖିବା ଓ ଆଧ୍ୟାତ୍ମିକ ପରିବେଷଣ କରିବା ଆଠଗଡ ଅଞ୍ଚଳ ପାଇଁ ଏକ ଶୁଭ ଲକ୍ଷଣ ଅଟେ ।
ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଲକ୍ଷ କରି କହିଲେ ମତ୍ୟକୁ ଆକାଶ ରୁ ବର୍ଷା ହେଲେ ଯେପରି ଭଲ ଫସଲ ହୁଏ କିନ୍ତୁ ଯେଉଁ ଚାଷୀଫସଲ କରିଛି ସିଏ ଅଖୋଜା ହୋଇଯାଏ ଯିବ ଓ଼ ପରମ କୁ ପାଇବାକୁ ହେଲେ ନିଜର ପ୍ରକୃତି ଯଦି ଆୟତ୍ତ କରିବା ର ଆବଶକ୍ୟତା ଅଛି ଯାହା ରାମାୟଣ ରେ ବନ୍ୱିତ ଅଟେ ଶ୍ରୀ ଶ୍ରୀ ସର୍ପେଶ୍ୱର ନଦିଆ କୀର୍ତ୍ତନ ର ସଭାପତି ଅଜୟ କୁମାର ଦାସ ଯୋଗ ଦେଇ କହିଲେ ମାନ୍ୟବର ମନ୍ତ୍ରୀ ଆଠଗଡରେ ନଡ଼ିଆ କିତ୍ତନ ରାମଲୀଳା ଲୋକକଳା ବଞ୍ଚେଇ ରଖିବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହା ଆଠଗଡ଼ ଅଂଚଳ ପାଇଁ ଏକ ଶୁଭ ଲକ୍ଷଣ ଅଟେ ।
ଏଥିରେ ଶ୍ରୀ ଶ୍ରୀ ଜଗନ୍ନାଥ ଭଗବାନ ମଣ୍ଡଳି ସଭାପତି ପ୍ରଫୁଲ୍ଲ କୁମାର ବ୍ରହ୍ମଂ ଯୋଗ ଦେଇ କହିଲେ ଶ୍ରୀରାମ ନବମି ଠାରୁ ନଅ ଦିନ ଧରି ଯେପରି ଘର ଦ୍ଵାର ଛାଡ଼ି ଏକାଗ୍ରତା ଭକ୍ତି ଭାବରେ ରହି ରାମଲୀଳା ପରିବେଷଣ କରୁଛନ୍ତି ଏହା ଏକ ଗୌରବର କଥା ଅଟେ । ଗ୍ରାୟକ ଜ୍ଞାନବାରିଧି ଭାସ୍କର ଚନ୍ଦ୍ର ସାହୁ ଯୋଗ ଦେଇ ଏହି ଅଧିବେଶନ ଅଯୋଜନ କରାଯାଇ ଆଧ୍ୟାତ୍ମିକ ପରିବେଶ ସୁଷ୍ଟି କରାଯାଇଛି । ରାମାୟଣ ଉପରେ କିପରି କାଣ୍ଡ ଗଠିତ ହୋଇଛି ଆଲୋକ ପାତ କରିଥିଲେ । ତିଗିରିଆ ପଂଚାୟତ ସମିତି ଅଧକ୍ଷ୍ୟା ସନ୍ଧ୍ୟାରାଣୀ ନାୟକ ଯୋଗଦେଇ କହିଁଲେ ମର୍ଯ୍ୟଦାପୁରୁଷ ଭଗବାନ ଶ୍ରୀରାମଙ୍କ ଉପରେ ଆଲୋକ ପାତ କରିଥିଲେ । ଏଥିରେ ଆଠଗଡ ବିଜ୍ଞାପିତ ପରିଷଦ ଅଧକ୍ଷା ସସ୍ମିତା ରାଉତ ଯୋଗ ଦେଇ କହିଲେ ରାମଲୀଳା ପରିବେଷଣ ବହୁ ପ୍ରାଚୀନ ।
ଏହାକୁ ଆଗକୁ ଆଗକୁ ନେବା ପାଇଁ ମାନ୍ୟବର ମନ୍ତ୍ରୀ ଯେଉଁ ଉଦ୍ୟମ କରିଚାଲିଛନ୍ତି ତାହା ବହୁ ପ୍ରଶଂସନିୟ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ନାରାୟଣ ପଣ୍ଡା କହିଲେ ପ୍ରତ୍ୟେକ କଳାକାର ର ପେଟ ପୁରେ ଦର୍ଶକଙ୍କ କରତାଳିରେ, ଦର୍ଶକଙ୍କକର ତାଳି ,କଳା କାର ର ସୁନା ଥାଳି ମାନପତ୍ର ତା ପାଇଁ ଏକ ପ୍ରମାଣ ପତ୍ର ଅଟେ । ଏହି ରାମଲୀଳା ଅନୁଷ୍ଠାନକୁ ବଞ୍ଚାଇ ରଖିବାକୁ ମାନ୍ୟବର ମନ୍ତ୍ରୀ ଯେଉଁ ଉଦ୍ୟମ ବହୁ ପ୍ରଶସନିୟ ଅଟେ ବୋଲି କହିଥିଲେ ତିନି ନମ୍ବର ଜୋନ ଜ଼ିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ ।
କର୍ମଳା ଆଶ୍ରମ ପୁରୀ ସାଧୁ ରାଧାରମଣ ଦାସ ମହାରାଜ କହିଥିଲେ ଆଚରଣ ଉଚ୍ଚାରଣ ରାମଙ୍କ ଠାରୁ ଯଦି ଶିଖିବାର ଅଛି । ରାମଲୀଳା ପରିବେଷଣ ଦ୍ଵାରା ସଂସ୍କାର ଶିଖିବା । ରାମଲୀଳା ନାଟ୍ୟ ପରିଷଦର ସମ୍ପାଦକ ଅଗାଧୂ ଚରଣ ବେଉରା, ସଳେନ୍ଦ୍ରନାରାୟଣ ସ୍ୱାଇଁ , ଏକ ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା ଦୁଇ ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟା ମିନତୀ ଗାଗରାଇ ସୃତିଧର ପ୍ରଧାନ ଆବାହକ ରଞ୍ଜନ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ । ମଞ୍ଚ ପ୍ରାରମ୍ଭରେ କେଉଟପଡାର ପଞ୍ଚମୁଖି ହନୁମାନ ରାମଲୀଳା ଅନୁଷ୍ଠାନ ତରଫରୁ ଅଭିନୟ ମାଧ୍ୟମରେ ରାମ ବନ୍ଦନା ପରିବେଷଣ କରିଥିଲେ ଏହିଅଧିବେଶଣ ରେ ଯୋଗ ଦେଇଥିବା ସମସ୍ତ ରାମଲୀଳା ଅନୁଷ୍ଠାନ ର କଳା କାର ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ମାନପତ୍ର, ଉତ୍ତରୀୟ ,ପୁଷ୍ପ ଗୁଚ୍ଛ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା ,

© 2023 Odisha Taza News.