୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ବାଲେଶ୍ଵର ଜିଲ୍ଲା ବାହାନଗା ରେ ଘଟିଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଯାତ୍ରୀ ଙ୍କ ଅମର ଆତ୍ମା ର ସଦଗତି ପାଇଁ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ନୀରବ ପ୍ରାର୍ଥନା କରାଯାଇଛି।ଆଞ୍ଚଳିକ ସାମ୍ବାଦିକ ସଂଘ ର ସଦସ୍ୟ ମାନେ ପ୍ରାଣ ହରାଇଥିବା ଯାତ୍ରୀ ମାନଙ୍କ ଅମର ଆତ୍ମା ର ସଦ୍ ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ଚିକିତ୍ସାଧୀନ ଥିବା ଯାତ୍ରୀ ମାନଙ୍କ ଆଶୁ ଆରୋଗ୍ୟ ପାଇଁ ଜଗତର ନାଥ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରିଥିଲେ।














