No Result
View All Result
୫ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚୌଦ୍ୱାର :- କର୍କଟ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ସହ କର୍କଟ ରୋଗୀଙ୍କ ମନରୁ ଭୟ ଦୂର କରିବା ପାଇଁ ଆଜି ଚୌଦ୍ୱାର ନିକଟସ୍ଥ ନୂଆପଟଣା ଅଞ୍ଚଳରେ ଥିବା କାର୍ସିନୋଭା କ୍ୟାନ୍ସର ହସ୍ପିଟାଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଦିବସବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସିପି ଅନୀଲ ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ଡାକ୍ତର ସୁରେନ୍ଦ୍ର ନାଥ ସେନାପତି ଏବଂ ଡାକ୍ତର ପ୍ରମୋଦ ପାଠି ଯୋଗଦେଇଥିଲେ ।
କାର୍ସିନୋଭା ହସ୍ପିଟାଲର ମୁଖ୍ୟ ତଥା କର୍କଟ ରୋଗ ବିଶେଷଜ୍ଞ ଡାକ୍ତର କ୍ଷିତିଶ ମିଶ୍ର ଏବଂ ଡାକ୍ତର ପ୍ରଜ୍ଞା ପରମିତା ମିଶ୍ର ଆଜିର କାର୍ଯ୍ୟକ୍ରମ କର୍କଟରୋଗୀମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି ମତବ୍ୟକ୍ତ କରିଥିବାବେଳେ ଆୱାକେନ ଟ୍ରଷ୍ଟର ଅଧ୍ୟକ୍ଷ ମନୋରଂଜନ ଆଚାର୍ଯ୍ୟ କର୍କଟରୋଗୀଙ୍କୁ ସମସ୍ତେ ସ୍ନେହ ଆଦର କରିବାକୁ ଆହ୍ୱାନ ଜଣାଇଥିଲେ । ଶ୍ରୀହରି ଫାଉଣ୍ଡେସେନ ପକ୍ଷରୁ ଏହି ଅବସରରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିବାବେଳେ ସଂଧ୍ୟାରେ ସାଂସ୍ଖୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା ।
ଏସବୁ କାର୍ଯ୍ୟରେ ଡାକ୍ତର ଶକ୍ତି ପ୍ରସାଦ ସାହୁ, ସଂଯୁକ୍ତା ପାଢୀ, ଘନଶ୍ୟାମ ବିଶ୍ୱାସ, ସମୀର ମହନ୍ତ ଏବଂ କଂପାନୀ ସେକ୍ରେଟାରୀ ସୁନୀତା ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ କର୍କଟରୋଗର କାରଣ ଓ ନିରାକରଣ ନେଇ ଡାକ୍ତର ମିଶ୍ରଙ୍କ ସୂରଚିତ ଓ ନିର୍ଦ୍ଦେଶିତ ଓଡ଼ିଆ ଗୀତର ଇଂରାଜୀ ଭର୍ସନ ଲୋର୍କାପିତ ହୋଇଥିଲା । କର୍କଟ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା ।

No Result
View All Result