No Result
View All Result
୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୁସୁମ ଗାଡିଆ ଗ୍ରାମ ର ମା ଗ୍ରାମ ଦେବତୀ ଙ୍କ ନୂତନ ମନ୍ଦିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ଗ୍ରାମ ଦେବତୀ ଙ୍କ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ସରପଞ୍ଚ ବବୃ ମହାରଣା,
ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ,ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ପୂର୍ବତନ ସରପଞ୍ଚ ହାଡ଼ିବନ୍ଧୁ ସାମନ୍ତ ରାୟ, ଜାକେଡା ସରପଞ୍ଚ ଙ୍କ ପ୍ରତିନିଧି ବୁଲୁ ମଳିକ,ସମାଜ ସେବୀ ଦାଶରଥି ପ୍ରଧାନ,ଫକିର ମୋହନ ସାହୁ,ଅବନ୍ତି ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଗ୍ରାମବାସୀ ସହଯୋଗ କରିବା ସହ ମା ଗ୍ରାମ ଦେବତୀ ଙ୍କ ନୂତନ ମନ୍ଦିର ଶୁଭ ଭିତ୍ତିପ୍ରସ୍ତର ଦଶପଲ୍ଲା ବିଧାୟକ ସ୍ଥାପନ କରିଥିବାରୁ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ଙ୍କୁ ଗ୍ରାମବାସୀ କୃତଜ୍ଞତା ଜଣାଇଥିଲେ ।

No Result
View All Result