୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ଚଳିତ ବର୍ଷ ସାରା ଓଡ଼ିଶାରେ ଗ୍ରୀଷ୍ମର ପ୍ରଭାବ ବୃଦ୍ଧି ପାଇଛି । ରଣପୁର ରେ ମଧ୍ୟ ଗ୍ରୀଷ୍ମ ର ଉତ୍ତାପ ୪୦ ଡ଼ିଗ୍ରୀ ଥିବା ବେଳେ ବହୁତ ତାତି ଅନୁଭୂତ ହେଉଛି । ଯାହାଫଳରେ ସରକାର ଙ୍କ ନିୟମାବଳୀ ମାନି ଚାଲିବାକୁ ଜନସାଧାରଣ ଙ୍କୁ ସୂଚାଇ ଦିଆଯାଇଛି । ମଧ୍ୟାହ୍ନ ଖରା ର ପ୍ରକୋପ ରେ ଖାଲି ମଣିଷ ନୁହଁନ୍ତି ପଶୁ ପକ୍ଷୀ ମଧ୍ୟ ଗରମର ଶିକାର ହେଉଛନ୍ତି ।ତେବେ ଖରା ର ଉତ୍ତାପ କୁ ଧ୍ୟାନରେ ରଖି ରଣପୁର ପୋଲିସ ଷ୍ଟେସନ ଆଗରେ ପାନୀୟ ଜଳ ଆବଣ୍ଟନ ର ବ୍ୟବସ୍ଥା କରାଯାଇଛି । ପ୍ରଚଣ୍ଡ ଖରା ର ଶିକାର ହେଉଥିବା ଯାତ୍ରୀ ଙ୍କ ପାଇଁ ଥଣ୍ଡା ପାଣି ଓ ଦହି ପଣା ବଣ୍ଟନ କରାଯାଇଛି । ଆଇଆଇସି ନିହାର ରଞ୍ଜନ ମହାନ୍ତି ଙ୍କ ନେତୃତ୍ବରେ ଥାନା ପକ୍ଷରୁ ପାନୀୟ ଜଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟ କ୍ରମରେ ଥାନା ର ସମସ୍ତ କର୍ମଚାରି ମାନେ ସାହାର୍ଯ୍ୟ ସହଯୋଗ କରିଥିବା ଥାନା ଆଇ ଆଇସି ସୂଚନା ଦେଇଛନ୍ତି ।ପ୍ରତ୍ୟେକ ଦିନ ଯାତ୍ରୀ ମାନଙ୍କୁ ଥଣ୍ଡା ପାଣି ସେବା ଦିଆ ଯିବାର ବ୍ୟବସ୍ଥା କରି ଜନସାଧାରଣରେ ପୋଲିସ କୁ ଭୂରି ଭୂରି ପ୍ରଶଂସା କରାଯାଇଛି । ପୋଲିସ କେବଳ ଲୋକଙ୍କ ସୁରକ୍ଷା ପାଇଁ ନୁହେଁ ଲୋକଙ୍କୁ ସଚେତନ କରିବା ସହ ଲୋକ ହିତକର କାର୍ଯ୍ୟରେ ଜଡ଼ିତ ବୋଲି ଏଭଳି ଏକ କାର୍ଯ୍ୟକ୍ରମ ରୁ ସ୍ପଷ୍ଟ ବାରି ହେଉଛି ।