ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିଛି ମୃତଦେହ ଚିହ୍ନଟ । ଏନେଇ ମୁଖ୍ୟ ଶାସନ ସଚିବ, ପ୍ରଦୀପ ଜେନା କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୮୮ଟି ମୃତ ଦେହ ଉଦ୍ଧାର ହୋଇଛି । ଶେଷ ବଗିର ଉଦ୍ଧାର କାର୍ୟ୍ୟ ଚାଲିଛି । ଏଥିରୁ ୧୭ଟି ଶବ ଉଦ୍ଧାର ହୋଇଛି । ଯେଉଁ ପର୍ୟ୍ୟନ୍ତ ପରିବାର ମୃତ ଶରୀରକୁ ଚିହ୍ନଟ କରିନାହିଁ ସେ ପର୍ୟ୍ୟନ୍ତ ଏମ୍ସ, ରାଜଧାନୀର ବିଭିନ୍ନ ସରକାରୀ ଓ ବେସରକାରୀ ଶବ ଗୃହରେ ମୃତଦେହକୁ ରଖାଯିବ ।
ଏନେଇ ସମସ୍ତ କଥାବାର୍ତ୍ତା ସରିଛି । ୧୬୦ ରୁ ଅଧିକ ମୃତଦେହ କାଲି ଭୁବନେଶ୍ବରରେ ପହଞ୍ଚିବ । ମୃତ ଶରୀରକୁ ଘରକୁ ନେବା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ୩୦ରୁ ୪୦ ମୃତ ଯାତ୍ରୀଙ୍କ ପରିଚୟ ମିଳିଲାଣି । କିଛି ଯାତ୍ରୀଙ୍କ ପ୍ରମାଣପତ୍ର ଠାବ କରାଯାଇଛି । କେଉଁ ସ୍ଥାନରେ କାହାର ଚିକିତ୍ସା ଚାଲିଛି ସେନେଇ ତଥ୍ୟ ଅଛି ଜ୍ଝ ସମସ୍ତ ଯାତ୍ରୀଙ୍କ ତଥ୍ୟ ସଂଗ୍ରହ ଆମ ପାଇଁ ବଡ ଚ୍ୟାଲେଞ୍ଜ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

© 2023 Odisha Taza News.