୩ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲେଶ୍ୱର :- ସଠିକ୍ ତଥ୍ୟ ଦେବାକୁ କହିଲେ ମମତା ଘଟଣାସ୍ଥଳରେ ପହଞ୍ଚଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମୃତ୍ୟୁସଂଖ୍ୟାକୁ ନେଇ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି । ଗୋଟେପଟେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ଏବଂ ମୃତ୍ୟୁସଂଖ୍ୟା ୨୬୧ରେ ପହଞ୍ଚିଛି ବୋଲି ଦକ୍ଷିଣ ପୂର୍ବ ରେଲୱେ ସୂଚନା ଦେଇଥିବାବେଳେ ଏହାକୁ ଅଗ୍ରାହ୍ୟ କରିଛନ୍ତି ମମତା ବାନାର୍ଜୀ । ବରଂ ଏଯାଏଁ ଆହୁରି ଉଦ୍ଧାର କାର୍ଯ୍ୟ ବାକି ଅଛି । ଆହୁରି ୩ଟି ବଗିରେ ଉଦ୍ଧାର କାର୍ଯ୍ୟ ହୋଇନାହିଁ । ତେଣୁ ମୃତ୍ୟୁ ସଂଖ୍ୟା ସଠିକ୍ ତଥ୍ୟ ଦେବାକୁ ଘଟଣାସ୍ଥଳରେ ଅଶ୍ୱିନୀଙ୍କୁ କହିଛନ୍ତି ମମତା । ଏହାବ୍ୟତୀତ ରେଲୱେ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସରକାର ସମ୍ପୂର୍ଣ୍ଣ ଉତ୍ତରଦାୟୀ ରହିବା ଉଚିତ ବୋଲି କହିଛନ୍ତି ମମତା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରୁ ଏବେଯାଏଁ ୧୨ଜଣ ବଙ୍ଗୀୟ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଛି । ତେବେ ମୃତକଙ୍କ ମଧ୍ୟରେ ୬୦ ପ୍ରତିଶତ ବଙ୍ଗୀୟ ଯାତ୍ରୀ ଥିବା ଅନୁମାନ କରିଛନ୍ତି ମମତା.