• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ ଟ୍ରାଜେଡି : ୨୮୦ରୁ ଅଧିକ ମୃତ ଆଶଙ୍କା – ୧୦୦୦ରୁ ଅଧିକ ଆହତ

Proprietor Abhimanyu Maharana by Proprietor Abhimanyu Maharana
June 3, 2023
in ଓଡ଼ିଶା, ବାଲେଶ୍ଵର, ହୋମ୍
0
ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ ଟ୍ରାଜେଡି : ୨୮୦ରୁ ଅଧିକ ମୃତ ଆଶଙ୍କା – ୧୦୦୦ରୁ ଅଧିକ ଆହତ
Share on FacebookShare on TwitterWhatsapp

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପ୍ରଥମେ ଉଦ୍ଧାର କାର୍ଯ୍ୟ ସମେତ ଗୁରୁତରଙ୍କୁ ଚିକିତ୍ସା ଯୋଗାଇଦେବାକୁ ପ୍ରାଥମିକତା ଦିଆଯାଉଛି ।

୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ସୋର – ବାଲେଶ୍ଵର ଜିଲ୍ଲାର ବାହାନଗାରେ ଶୁକ୍ରବାର ଘଟିଥିବା ଛାତିଥରା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଦ୍ୟତମ ଖବର ଅନୁଯାୟୀ ୨୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।  ଦୁର୍ଘଟଣାରେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ସ୍ଥିତି ଦେଖିଲେ ମୃତକ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି । ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଏବଂ ଓଡ୍ରାଫ ମିଶି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ଆହତଙ୍କୁ ବାଲେଶ୍ୱର, ସିଏଚସି, ଗୋପାଳପୁର ସିଏଚସି ଏବଂ ଖାଣ୍ଟାପାଡ଼ା ପିଏଚସିରେ ଭର୍ତ୍ତି କରାଯାଇଛି । ଟ୍ରେନର ବଗି ଓଲଟି ଯିବାରୁ ଏହା ତଳେ ଏବଂ ଭିତରେ ଶତାଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ପାଇଁ ଏୟାରଫୋର୍ସ ପଠାଯାଉଥିବା ରେଳ ମନ୍ତ୍ରୀ ଅଶ୍ଵିନ ବୈଷ୍ଣବ କହିଛନ୍ତି । ଭୟାନକ ଟ୍ରେନ ଦୁର୍ଘଟଣା କେମିତି ଘଟିଲା ତାକୁ ନେଇ ବାଲେଶ୍ୱରର ଜିଲ୍ଲାପାଳ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦୁର୍ଘଟଣାରେ ମୋଟ୍ ୩ଟି ଟ୍ରେନ ସାମିଲ୍। ପ୍ରଥମେ ହାଓ୍ଵଡ଼ା ଏକ୍ସପ୍ରେସ୍ ଏବଂ ମାଲଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା । ପୁଣି କରମଣ୍ଡଳ ଏକ୍ସପ୍ରେସ୍ ପଛରେ ଆସିବାରୁ ଦୁର୍ଘଟଣା ଆହୁରି ଭୟାବହ ହୋଇଥିଲା । ଏଥିରେ କରମଣ୍ଡଳ ଏକ୍ସପ୍ରେସର ୧୫ଟି ବଗି ଲାଇନଚ୍ୟୁତ୍ ୭ଟି ବଗି କ୍ଷତିଗ୍ରସ୍ତ ହୋଇଛି। ତେଣୁ ମୃତକ ସଂଖ୍ୟା ବଢିବାର ସମ୍ଭାବନା ରହିଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଡ଼ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ମୃତକଙ୍କ ପରିଜନଙ୍କ ପାଇଁ ୧୦ ଲକ୍ଷ ଲେଖାଏଁର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଗୁରୁତରଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ୧୦୦ ଆମ୍ବୁଲାନ୍ସ, ୫୦ ବସ୍ l ଉଦ୍ଧାରକାର୍ଯ୍ୟ ସଂପର୍କରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଉଦ୍ଧାର କାର୍ଯ୍ୟରେ ୧୦୦ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର ପାଇଁ ୫୦ ବସ୍‌ ଲାଗିଛନ୍ତି । ବିଭିନ୍ନ ହସ୍ପିଟାଲ୍‌ରେ ୧୦୦୦ରୁ ଅଧିକ ଆହତଙ୍କୁ ଭର୍ତ୍ତି କରାଯାଇଛି । ବାଲେଶ୍ଵର, ଭଦ୍ରକ ହସ୍ପିଟାଲ୍ ସହ ଯାଜପୁର ଏବଂ କଟକ ଏସସିବି ହସ୍ପିଟାଲ୍‌କୁ ଆହତଙ୍କୁ ଭର୍ତ୍ତି କରାଯାଇଛି । ଭୁବନେଶ୍ଵର ଏମ୍ସ ସହ ସମସ୍ତ ଘରୋଇ ହସ୍ପିଟାଲ୍ ପ୍ରସ୍ତୁତ ଅଛନ୍ତି । ଉଦ୍ଧାରକାର୍ଯ୍ୟରେ ୩ଟି ଏନଡିଆରଏଫ, ୪ଟି ଓଡ୍ରାଫ ଏବଂ ୨୦ ଅଗ୍ନିଶମ ଟିମ୍‌କୁ ନିୟୋଜିତ କରାଯାଇଛି। ବାଲେଶ୍ଵର ଜିଲ୍ଲାପାଳ, ଭଦ୍ରକ ଜିଲ୍ଲାପାଳ, ଯାଜପୁର ଜିଲ୍ଲାପାଳ ଏବଂ କଟକ ଜିଲ୍ଲାପାଳଙ୍କ ସହ ସମନ୍ଵୟ ରଖାଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରାଯାଉଛି । ଏହି ସବୁ ଟ୍ରେନ ବାତିଲ୍ ଭୁବନେଶ୍ଵର, କୋଲକାତା ସହ ଚେନ୍ନାଇରେ ମଧ୍ୟ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଦକ୍ଷିଣ ପୂର୍ବ-ରେଲଓ୍ଵେ ପକ୍ଷରୁ ଅଦ୍ୟାବଧି ୫ ଟ୍ରେନ ରଦ୍ଦ କରାଯାଇଛି । ପୁରୀ ଏକ୍ସପ୍ରେସ ୧୨୮୩୭, ଯଶବନ୍ତପୁର ଏକ୍ସପ୍ରେସ ୧୨୮୬୩, ସନ୍ତରାଗାଛି ପୁରୀ ସ୍ପେଶାଲ ୦୨୮୩୭, ସାଲିମାର-ସମ୍ବଲପୁର ୨୦୮୩୧, ଚେନ୍ନାଇ ମେଲ ୧୨୮୩୯କୁ ରଦ୍ଦ କରାଯାଇଛି ।ପୁଲିସ୍‌ ଡିଜି ସୁନୀଲ ବଂଶଲ ଘଟଣାସ୍ଥଳ ପରିଦର୍ଶନ କରି ଏହା ଏକ ଭୟଙ୍କର ଦୁର୍ଘଟଣା ବୋଲି କହିଛନ୍ତି । ଗୋଟିଏ ମାଲବାହୀ ଟ୍ରେନ୍‌ ଓ ୨ଟି ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ୫ଟି ଓଡ୍ରାଫ ଟିମ୍‌ , ଓଡ଼ିଶା ଅଗ୍ନିଶମ ବିଭାଗର ବହୁ ଟିମ୍‌ ସମେତ ସେନା ବି ମୁତୟନ ହୋଇଛନ୍ତି ।ଏଥିରେ ମୃତକମାନେ ବିଭିନ୍ନ ରାଜ୍ୟର ହୋଇଥିବା ବେଳେ ତୁରନ୍ତ ସେମାନଙ୍କ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି ବୋଲି କହିଛନ୍ତି ଡିଜି । ଏଥିସହ ସେ କହିଛନ୍ତି, ବହୁ ସଂଖ୍ୟାରେ ଟ୍ରେନ୍‌ ବଗି ଓଲଟି ପଡ଼ିଥିବାରୁ ଏହାକୁ ଟ୍ରାକ୍‌ରୁ ବାହାର କରିବାକୁ ଭାରୀ ଯନ୍ତ୍ରାଶଂ ଦରକାର । କୋଲକତାରୁ ଉକ୍ତ ଯନ୍ତ୍ରାଶଂ ମଗା ଯାଇଥିବା ବେଳେ ତାହା ପହଞ୍ଚିବା ପରେ ବି ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇ ପାରିବ । ଏଥିନିମନ୍ତେ କିଛି ସମୟ ଦରକାର ବୋଲି କହିଛନ୍ତି ପୁଲିସ୍‌ ଡିଜି ।ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପ୍ରଥମେ ଉଦ୍ଧାର କାର୍ଯ୍ୟ ସମେତ ଗୁରୁତରଙ୍କୁ ଚିକିତ୍ସା ଯୋଗାଇଦେବାକୁ ପ୍ରାଥମିକତା ଦିଆଯାଉଛି । ଏହାପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୁର୍ଘଟଣାର କାରଣ ଖୋଜାଯିବ ବୋଲି ସେ କହିଛନ୍ତି । ଏହି ଦୁର୍ଘଟଣାର ମୃତକଙ୍କ ପ୍ରତି ସମବେଦନା ଜଣାଇବାକୁ ଆଜି ଓଡ଼ିଶା ଓ ତାମିଲନାଡ଼ୁରେ ଦିନିକିଆ ଶୋକ ପାଳନ କରାଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

March 7, 2026
ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

March 7, 2026
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

March 7, 2026
ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version