ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ ସୋନାଲି ମହାରଣା (୨୩ ଜୁନ୍ ମଙ୍ଗଳବାର) ଭୁବନେଶ୍ୱର :- ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଭକ୍ତ ପ୍ରବର ମନେଇ ସାହୁ ଓ ପ୍ରଭୁ ଶୀ ଜଗନ୍ନାଥଙ୍କର ବିଗ୍ରହ ସହିତ ଅତି ରମଣିୟ ମନ୍ଦିର ବିଦ୍ୟମାନ । ସେହି ପବିତ୍ର କାଣ୍ଡଗୋଦା ଗ୍ରାମରେ ସର୍ଗତ ପିତା ଯୋଗୀ ଜେନା ଓ ସ୍ବର୍ଗତାଃ ମାତା ସବିତା ଦେବୀଙ୍କ କୋମମଣ୍ଡଳ କରିଥିଲେ । ପ୍ରସିଦ୍ଧ କଣ୍ଠଶିଳ୍ପୀ ଡ଼ ବିଜୟ କୁମାର ଜେନା ବାଲ୍ୟକାଳରୁ ସଂଗୀତ ପ୍ରତି ଅହେତୁକ ଆଗ୍ରହ ଥିଲା । ଓଡିଶୀ, ଚାନ୍ଦ, ଚମ୍ପୁ, ଭଂଜନ, ଜଣାଣ ପ୍ରତି ଅତ୍ୟନ୍ତ ଭଲପାଇବା ଥିଲା । ଖଜୁରୀ ଗ୍ରାମ ସ୍ଥିତ ବାଲୁଙ୍କେଶ୍ୱର ବିଦ୍ୟାପୀଠରୁ ମାଟ୍ରିକ ପାସ ପରେ ଡ଼ ଜେନା ପୁରୀରେ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ +2 ରେ ନାମ ଲେଖାଇଥିଲେ । ତାପରେ ସଂଗୀତ ପ୍ରତି ଅହେତୁକ ଆକର୍ଷଣ ହେତୁ ପ୍ରଭୁ ଶୀ ଜଗନ୍ନାଥଙ୍କ ନିର୍ଦେଶରେ ପୁରୀରେ ବଳଭଦ୍ର ପତିହାରୀକ ଠାରୁ କିଛିଦିନ ଓଡିଶୀ ସଂଗୀତ ଶିକ୍ଷାଲାଭ କରିବା ପରେ ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଓଡିଶୀ କଣ୍ଠ ସଂଗୀତ ବିଭାଗରେ ପ୍ରଖ୍ୟାତ ଗୁରୁ ସ୍ୱର୍ଗତ ଗୋପାଳ ଚନ୍ଦ୍ର ପଣ୍ଡା, ଗୁରୁ ଶୀ ରାମହରି ଦାସ, ଗୁରୁ ସ୍ୱର୍ଗତ ଭିକାରି ଚରଣ ବଳ ଙ୍କ ଠାରୁ ଵିଧି ବଦ୍ଧ ଭାବେ ସଂଗୀତ ଶିକ୍ଷାଲାଭ କରିଥିଲେ ।
ନିଜର ସାଧନା ଓ ଅଧବସାୟା ବଳରେ ସେ ଓଡ଼ିଶାର ଜଣେ ଆଗଧାଡିର ଗାୟକ ଭାବେ ନିଜକୁ ପ୍ରତିଷ୍ଠିତ ହୋଇପାରିଥିଲେ, ସୌଭାଗ୍ୟ କ୍ରମେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଓଡିଶୀ କଣ୍ଠ ସଂଗୀତ ବିଭାଗରେ ଅଧ୍ୟାପକ ଓ ପରେ ପରେ ମୁଖ୍ୟ ଅଧ୍ୟାପକ ଓ ସମ୍ପତି ଅଧକ୍ଷ ଭାବେ ଦାୟିତ୍ୱ ସମ୍ପର୍ଣ କରିଛନ୍ତି । ଡ଼ ଜେନା ଓଡିଶୀ, ଚମ୍ପୁ, ଚାନ୍ଦ, ଗୀତଗୋବିନ୍ଦ, ଭଂଜନ, ଜଣାଣ ଗାୟନରେ ସିଦ୍ଧିଲାଭ କରିଛନ୍ତି । ବିଶେଷ ଭାବେ ଓଡିଶୀ ସଂଗୀତକୁ ପ୍ରଚାର ଓ ପ୍ରସାର କରିବାରେ ଅନ୍ୟାନ୍ୟ ଭୂମିକା ଗ୍ରହଣ କରିଛନ୍ତି । ଦିଲ୍ଲୀ, ଚଣ୍ଡିଗଡ, ବାଙ୍ଗାଲୋର, କୋଲକାତା, ମୁମ୍ବାଇ ଓ କର୍ଣ୍ଣାଟକ ଆଦି ରାଜ୍ୟ ରେ ଏକକ ଓ ଜୁଗଲ ଗାୟନ କରି ପ୍ରଶଂସିତ ହୋଇଛନ୍ତି । ଭାରତ ସରକାରଙ୍କର କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ତରଫରୁ ତ୍ରିପୁରଠାରେ ଓଡିଶୀ ସଙ୍ଗୀତ ଗାୟନ କରି ପ୍ରସଂଶା ଲାଭ କରିଛନ୍ତି ।
ପ୍ରଭୁ ଶୀ ଜଗନ୍ନାଥ ଙ୍କର ଅପାର କୃପାରୁ ତାଙ୍କର କଣ୍ଠ ବିସ୍ତୃତ ଓଡ଼ିଶାରେ ଅତିଲୋକପ୍ରିୟ ଭଜନ :- 1) :- “ତୁମେ ଅନନୁଭବର ର ଠାକୁର”, 2):- ” କେଡ଼େମଧୁର ତୁମ ନାମରସ” , 3) :- ” ନାଟକର ଶେଷ ଦୃଶ୍ୟ”, 4) :- ” ମୁଁ ଉତ୍ତର କବାଟ ହେବିରେ କାଳିଆ”, 5) :- ତେତେରେ କାଳିଆ ଅନାଇଦେଲି ଏହିପରି ଆନେକ ଯାହାକି ତାଙ୍କୁ ଭଜନ କ୍ଷେତ୍ରରେ ମଧ୍ୟ ସୁନାମ ଆଣିଦେଇଛି । ଓଡିଶୀ ନୃତ୍ୟର ପ୍ରଖ୍ୟାତ ଗୁରୁ ପଦ୍ମଭିଭୂଷଣ କେଳୁଚରଣ ମହାପାତ୍ର, ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ, ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି, ଗୁରୁ ଦୁର୍ଗାଚରଣ ରଣବୀର ଓ ଏଥିସହିତ ଭରତ ବର୍ଷର ପ୍ରଖ୍ୟାତ ନୃତ୍ୟାଙ୍ଗନା ମାନଙ୍କ ସହିତ କଣ୍ଠ ଦାନ କରିଛନ୍ତି । ବହୁବାର କଣ୍ଠ ଦାନ ପାଇଁ ଆମେରିକା , ଜର୍ମାନ , ଫ୍ରାନ୍ସ, ସ୍ପେନ, ଇଟାଲୀ, ସାଉଥ ଆମେରିକା, ଆଇଲାଣ୍ଡ, ଇତ୍ୟାଦି ପୃଥିବୀର ଆନେକ ଦେଶ ଗ୍ରସ୍ତ କରିଛନ୍ତି । ସ୍ୱର୍ଗତ ପଣ୍ଡିତ ଭୁବନେଶ୍ୱରୀ ମିଶ୍ରଙ୍କ ଠାରୁ ସୋର ସାଧନାର ପ୍ରକ୍ରିୟା ଓ ସ୍ୱର୍ଗତ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଠାରୁ ଗିତ ଗୋବିନ୍ଦ ଶିୟଲାଭ କରିଥିଲେ । ଡ଼ ଜେନାଙ୍କର ଏକ ଗିତ ଗୋବିନ୍ଦ ସି.ଡି ମଧ୍ୟ ବିଦେଶରେ ଲୋକ ପ୍ରିୟ ହୋଇଛି ଓ ଓଡିଶୀ ସଙ୍ଗୀତର ସାଶଁର୍ତିୟ ଧାରାରେ ଏକ ସି.ଡି ମଧ୍ୟ ରିଲିଜ ହୋଇ ଲୋକପ୍ରିୟ ହୋଇଛି । ଡ଼ ଜେନା ବହୁ ଅନୁଷ୍ଠାନରୁ ସନମାନ ମଧ୍ୟ ଲାଭ କରିଛନ୍ତି ।
ଡ଼ ଜେନା କୁହନ୍ତି ସଂଜିତ ଗୁରୁ ସୁଖୀ ବିଦ୍ୟା ।
ଏହା ସାଧନା ଦ୍ୱାରା ଓ ସୋର ଆଶ୍ରିବାଦ ଓ ଈଶ୍ୱରଙ୍କୁ ଆରାଧନା କରିବା ଦ୍ୱାରା ପ୍ରାପ୍ତି ହୋଇଥାଏ । ବର୍ତମାନର ନୂତନ ପିଢ଼ିର ସଂଗୀତ ଶିଳ୍ପୀମାନେ ସଂଗୀତ ଶିକ୍ଷା କରି ଯେକୌଣସି ଗିତ ଗାଇବାରେ ଆପତ୍ତି ନାହିଁ ବିନା ସିକ୍ଷାରେ ସଂଗୀତ ସେସିଦିନ ଜଣେ ଶିଳ୍ପୀ ପାଖରେ ତିଷ୍ଠି ରହିପାରେ ନାହିଁ । ଡ଼ ଜେନା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସୃତି ବିଭାଗ ଅଧୀନରେ ଥିବା ସଂଗୀତ ନାଟକ ଏକାଡେମୀ ସଚିବ ଭାବେ ଦୁଇ ବର୍ଷ କାଯ୍ୟ କରି ସଫଳ ଲାଭ କରିଛନ୍ତି । ନୃତ୍ୟ, ସଂଗୀତ ଓ ନାଟକ କ୍ଷେତ୍ରରେ ଭଲ କାର୍ଯ୍ୟକ୍ରମ କରିଛନ୍ତି । ସମ୍ପ୍ରତି ଡ଼ ଜେନା ଉତ୍କଳ ସଂଗୀତ ମହାବିଶ୍ଵବିଦ୍ୟାଳୟ ଅଧକ୍ଷ ଭାବେ ଦାଇତ୍ୱ ନେଇଛନ୍ତି ଓ ମହାବିଦ୍ୟାଳୟ ବିଭିର୍ନ ଉନୟନ ମୂଳକ କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ବଧ ।