୩୦ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) ବାଲେଶ୍ୱର :- ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ବିଭିନ୍ନ ଦଳ ପରିତ୍ୟାଗ କରି ବିଜେପିରେ ଯୋଗଦାନ କରିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଉଭୟ ପୁରୁଷ ମହିଳାଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିବା ଅବସରରେ । ଏହିଅବସରରେ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଓ ଜିଲ୍ଲା ଉପସଭାପତି ପ୍ରବୀର ପ୍ରଧାନଙ୍କ ସଂଯୋଜନାରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ପାଉଁଶକୁଲି ମଣ୍ଡଳ ଅନ୍ତର୍ଗତ କାଦରିଆଁ ପଂଚାୟତର ସେକ୍ ନିଆଜି, ସେକ୍ ସହିଦ ରାଜା, ସେକ୍ ଅବଦୁଲ କରିମ, ସେକ୍ ଇଦୁ, ସେକ୍ ମେୟର, ସେକ୍ ଆରିଫ, ସେକ୍ ରମଜାନି, ସେକ୍ ସିରାଜ, ଝାନେରା ବିବି, ରୁଜି ବିବି, ସାହେରା ବିବି, ସୁରଯାନ ବିବି, ମନେଗାର ବିବି, ସମିନା ବିବି,
ସାଇଦା ବିବି,ସେକ୍ ଜାହୀଦ, ସେକ୍ ତୋହିତ, ସେକ୍ ସାହେଜାଦ, ସେକ୍ ହସମ, ସେକ୍ ହାକିମ ପ୍ରମୁଖ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦାନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ଉପସଭାପତି କମଲଲୋଚନ ଦାସ, ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ପାଉଁଶକୁଲି ମଣ୍ଡଳର ସଭାପତି ଭୂପେନ ସାହୁ, ପ୍ରଭାରୀ ବିନୋଦ ବିହାରୀ ମହାନ୍ତି, କାର୍ଯ୍ୟକାରୀଣି ସଦସ୍ୟ ସରୋଜ ପ୍ରଧାନ, ନିରଞ୍ଜନ ପାତ୍ର, ରାମଚନ୍ଦ୍ର ବେଶ୍ରା, କରୁଆ ପଂଚାୟତ ପ୍ରମୁଖ ବଳରାମ କର, “ମନ କି ବାତ” ଜିଲ୍ଲା ସହପ୍ରମୁଖ ରବୀନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

© 2023 Odisha Taza News.