• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାଣିଜ୍ୟ ଓ ପରିବହନ ବିଭାଗର ସମୀକ୍ଷା ନେଇ : ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

Proprietor Abhimanyu Maharana by Proprietor Abhimanyu Maharana
May 24, 2023
in ଓଡ଼ିଶା, ମହାନଗର, ହୋମ୍
0
ବାଣିଜ୍ୟ ଓ ପରିବହନ ବିଭାଗର ସମୀକ୍ଷା ନେଇ : ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ
Share on FacebookShare on TwitterWhatsapp

୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରିଛନ୍ତି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗତ ଦୁଇ ଦଶନ୍ଧି ଏବଂ ବିଗତ ଚାରି ବର୍ଷରେ ବିଭିନ୍ନ କ୍ଷେତ୍ରରେ ବିଭାଗର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ସମୀକ୍ଷା ପରେ ଗୀତଗୋବିନ୍ଦ ସଦନଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ ସଡ଼କ ସୁରକ୍ଷା ସହ ଗମନାଗମନ ଓ ପରିବହନ କ୍ଷେତ୍ରକୁ ସୁଗମ କରିବା ନିମନ୍ତେ ବିଭାଗ ପକ୍ଷରୁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶା ଲୋକସେବା ଅଧିକାର ଆଇନ (ଓଆର୍‌ଟିପିଏସ୍‌) ଅଧୀନରେ ବିଜ୍ଞାପିତ ୩୨ଟି ସେବା ମଧ୍ୟରୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ୨୦୨୨ ସୁଦ୍ଧା ୩୧ଟି ସେବା ଅନଲାଇନରେ ଯୋଗାଇ ଦିଆଯାଉଛି ।

ଏହି ସେବାଗୁଡିକୁ ନାଗରିକଙ୍କ ପାଇଁ ‘ଭିଜିଟ୍‌-ଲେସ୍‌’ କରିବା ଦିଗରେ ଅଧିକ ପଦକ୍ଷେପ ନିଆଯାଉଛି । ଏଥିମଧ୍ୟରୁ ଅଧିକାଂଶ ସେବା ଡ୍ରାଇଭିଂ ଲାଇସେନ୍ସ (ଡି.ଏଲ୍‌.) ଏବଂ ରେଜିଷ୍ଟ୍ରେସନ ସାର୍ଟିଫିକେଟ (ଆର୍‌.ସି.) ସହିତ ଜଡିତ । ସୂଚନାଯୋଗ୍ୟ, ଡି.ଏଲ୍‌. ଓ ଆର.ସି. ପାଇଁ ଚିପ୍‌ ଆଧାରିତ ସ୍ମାର୍ଟ କାର୍ଡ ପ୍ରଚଳନ ସହିତ ବାହନ (ଯାନ ସମ୍ବନ୍ଧୀୟ ସେବା ପାଇଁ ଆପ୍ଲିକେସନ୍‌ ସଫଫେୱୟାର୍‌) ଏବଂ ସାରଥି (ଡ୍ରାଇଭର ସମ୍ବନ୍ଧୀୟ ସେବା ପାଇଁ ଆପ୍ଲିକେସନ୍‌ ସଫଫେୱୟାର୍‌) କାର୍ଯ୍ୟକାରୀ କରିବାରେ ଓଡ଼ିଶା ୨୦୦୬ରେ ଏକ ଅଗ୍ରଣୀ ରାଜ୍ୟ ଥିଲା । ତେବେ ୫-‘ଟି’ ପଦକ୍ଷେପ ସ୍ୱରୂପ ଆବେଦନକାରୀଙ୍କୁ ଡି.ଏଲ୍‌. ଓ ଆର୍‌.ସି. ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କାଗଜବିହୀନ ଓ ଅସୁବିଧାମୁକ୍ତ କରିବା ଦିଗରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।

୨୦୧୯ ସେପେଫମ୍ବର ୨୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର.ଟି.ଓ.)ଗୁଡିକୁ ଦଲାଲମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଗୁଡିକରେ ସୂଚନା କିୟସ୍କୋ ଓ ସ୍ମାର୍ଟ କ୍ୟୁ ପରିଚାଳନା ବ୍ୟବସ୍ଥା (ଏସ.କ୍ୟୁ.ଏମ.ଏସ.) ସ୍ଥାପନ ଜରିଆରେ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତିବିଶେଷଙ୍କର ମୂଲ୍ୟବାନ ସମୟ ରକ୍ଷା ହେବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରୁଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ପୁଣି କହିଲେ ଯେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏକ ପ୍ରଥମ ପ୍ରତିକ୍ରିୟାକାରୀ ତାଲିମ କାର୍ଯ୍ୟକ୍ରମ ରକ୍ଷକ ପରିକଳ୍ପନା କରିଛନ୍ତି । ଯେଉଁଥିରେ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ବାସ କରୁଥିବା ୩୦ ହଜାର ପ୍ରଥମ ପ୍ରତିକ୍ରିୟାକାରୀଙ୍କୁ ତାଲିମ ପ୍ରଦାନ କରି ସଶକ୍ତ କରାଯାଉଛି । ସେହିଭଳି, ଭାରୀଜାନ ଚାଳକମାନଙ୍କୁ ଅଧିକ ଦକ୍ଷ କରିବା ଉଦ୍ଦେଶ୍ୟରେ ଯାଜପୁର ଛତିଆସ୍ଥିତ ଭାରୀଯାନ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟର ଭାରୀଯାନ ଚାଳକଙ୍କ ପାଇଁ ଏକ ରିଫ୍ରେସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ବାହକ’ ଆରମ୍ଭ କରାଯାଇଛି । ‘ବାହକ’ କାର୍ଯ୍ୟକ୍ରମରେ ଏପ୍ରିଲ ମାସରେ ଭାରୀଯାନ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଛତିଆରେ ପ୍ରାୟ ୧,୬୯୮ ଜଣ ଡ୍ରାଇଭରଙ୍କୁ ତାଲିମ ଦିଆଯାଇଥିବା ବେଳେ ‘ରକ୍ଷକ’ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୧,୯୦୭ ଜଣ ପ୍ରଥମ ପ୍ରତିକ୍ରିୟାକାରୀଙ୍କୁ ତାଲିମ ଦିଆଯାଇଛି । ଦେଶର ପୂର୍ବ ଉପକୂଳରେ ଅବସ୍ଥିତ ଓଡିଶା ଖଣିଜ ଏବଂ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ।

ରାଜ୍ୟର ପ୍ରାୟ ସବୁ ପ୍ରମୁଖ ସହରଠାରୁ ମାତ୍ର ୨ ରୁ ୨.୫ ଘଣ୍ଟା ଦୂରରେ ଅବସ୍ଥିତ ଓଡ଼ିଶାର ରାଜଧାନୀ । ବିଜୁ ପଟ୍ଟନାୟକ ବିମାନବନ୍ଦର ନାମରେ ୧୯୬୨ ମସିହାରୁ ମାତ୍ର ଗୋଟିଏ ବିମାନ ବନ୍ଦର ଥିଲା । ଅନେକବାର ଦାବି ଫଳରେ, ୨୦୧୩ରେ ଏହା ଅନ୍ତର୍ଜାତୀୟ ବିମାନବନ୍ଦରରେ ପରିଣତ ହୋଇଥିଲା । ଓଡ଼ିଶାରେ ଏକାଧିକ ଏୟାରଷ୍ଟ୍ରିପ୍‌ ରହିଛି । ଆଞ୍ଚଳିକ ଓ ଆନ୍ତଃରାଜ୍ୟ ବିମାନ ଯୋଗାଯୋଗ ବ୍ୟବସ୍ଥାର ଅଭିବୃଦ୍ଧି ଏବଂ ଏହି ସମ୍ପଦକୁ ଓଡ଼ିଆ ଯୁବକଯୁବତୀଙ୍କ ବୃତ୍ତିଗତ ଦକ୍ଷତା ପାଇଁ ବ୍ୟବହାର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏୟାରଷ୍ଟ୍ରିପ୍‌ଗୁଡ଼ିକର ପୁନରୁଦ୍ଧାର ପାଇଁ ଆଗେଇ ଆସିଛନ୍ତି । ଓଡ଼ିଶା ସରକାର ସମସ୍ତ ଜିଲ୍ଲାକୁ ରେଳ ସଂଯୋଗ ପାଇଁ ଏକ ‘ଉଚ୍ଚ ପ୍ରାଥମିକତା କ୍ଷେତ୍ର’ ଧାର୍ଯ୍ୟ କରିଛନ୍ତି ଏବଂ ରେଳ ସଂଯୋଗ ବିହୀନ ଜିଲ୍ଲାଗୁଡ଼ିକୁ ରେଳ ସଂଯୋଗୀକରଣ ପାଇଁ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସମେତ ମନ୍ଥର ଗତିରେ ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଶେଷ କରିବା ଦିଗରେ ସହାୟତା ଯୋଗାଇଦେବା ପାଇଁ ଆଗେଇ ଆସିଛନ୍ତି ।

୨୦୦୪ ମସିହାରେ ଓଡ଼ିଶା ବନ୍ଦର ନୀତିରେ ୧୪ଟି ସମ୍ଭାବ୍ୟ ସ୍ଥାନକୁ ଅଣ-ପ୍ରମୁଖ ବନ୍ଦର ଭାବେ ଚିହ୍ନଟ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨ ରେ ଓଡ଼ିଶା ବନ୍ଦର ନୀତି-୨୦୨୨ର ଶୁଭାରମ୍ଭ କରାଯାଇଥିଲା, ଯେଉଁଥିରେ କ୍ୟାପଫିଭ୍‌ ଜେଟି, ଅଣ-ପ୍ରମୁଖ ବନ୍ଦର ଏବଂ ଅଣ-ଜାତୀୟକରଣ ଆଭ୍ୟନ୍ତରୀଣ ଜଳପଥର ବିକାଶ ଭଳି କ୍ଷେତ୍ର ସାମିଲ ଥିଲା । ସେପେଫମ୍ବର ୨୦୧୮ରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଧାମରା ବନ୍ଦରରୁ ୬,୩୧୫ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବାବେଳେ ଅନ୍ୟାନ୍ୟ ଅଣ-ପ୍ରମୁଖ ବନ୍ଦର ଏବଂ କ୍ୟାପଫିଭ୍‌ ଜେଟି ଜଟାଧାରୀ ମୁହାଣ ଦ୍ୱାରା ଆନୁମାନିକ ୨୦,୬୧୪ ନିଯୁକ୍ତି ସୁଯୋଗ ସୃଷ୍ଟିର ଆକଳନ କରାଯାଇଛି । ୨୦୦୦-୨୦୦୧ ଆର୍ଥିକ ବର୍ଷ (୧୯.୯ ଏମ୍‌ଏମ୍‌ଟିପିଏ) ଠାରୁ ୨୦୨୨-୨୦୨୩ ଆର୍ଥିକ ବର୍ଷ (୧୬୦ ଏମ୍‌ଏମ୍‌ଟିପିଏ) ମଧ୍ୟରେ ଓଡ଼ିଶାର କାର୍ଗୋ ହ୍ୟାଣ୍ଡଲିଂ କ୍ଷମତା ୮ ଗୁଣ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ । ଗତ ୪ ବର୍ଷରେ ବାଣିଜ୍ୟ ଓ ପରିବହନ ବିଭାଗର ଉଲ୍ଲେଖନୀୟ ସଫଳତା ବାବଦରେ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ ‘ଆମ ବସ ଷ୍ଟାଣ୍ଡ’ ଯୋଜନାର ପ୍ରଥମ ପର୍ଯ୍ୟାୟରେ ବ୍ଲକସ୍ତରରେ ୫୫ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୭୦ଟି ନୂଆ ସ୍ଥାନ ଚହି ୍ନଟ କରାଯାଇଛି । ନାଗରିକମାନଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ଆର.ଟି.ଓ.ଗୁଡ଼ିକର ଅନଲାଇନ୍‌ ସେବା ଯୋଗାଣ ପ୍ଲାଟଫର୍ମକୁ ସୁଦୃଢ଼ କରାଯାଇଛି । ଆର.ଟି.ଓ.କୁ ଆସୁଥିବା ନାଗରିକଙ୍କ ଅପେକ୍ଷା ସମୟକୁ କମ୍‌ କରିବା ପାଇଁ ସାରା ରାଜ୍ୟରେ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି ।

୩୨ଟି ସେବା ମଧ୍ୟରୁ ୨୦୨୨ ସୁଦ୍ଧା ୩୧ଟି ସେବା ଅନଲାଇନରେ ପ୍ରଦାନ କରାଯାଇଥିଲା ବର୍ତ୍ତମାନ ଡିଏଲ୍‌ / ଆର୍‌ସି ସମ୍ବନ୍ଧୀୟ ସେବାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟକ୍ଷ ପରିଦର୍ଶନବିହୀନ କରିବା ପାଇଁ ପଦକ୍ଷେପ ତ୍ୱରାନ୍ୱିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ଜୟପୁର (କୋରାପୁଟ) ଓ ରାଉରକେଲା (ସୁନ୍ଦରଗଡ଼)କୁ ନିର୍ଦ୍ଧାରିତ ସମୟଭିତ୍ତିକ ବିମାନ ସଂଯୋଗ, ରଙ୍ଗେଇଲୁଣ୍ଡା (ଗଞ୍ଜାମ)କୁ ଅଣ-ନିର୍ଦ୍ଧାରିତ ସମୟଭିତ୍ତିକ ବିମାନ ଯୋଗାଯୋଗ ଏବଂ ଭୁବନେଶ୍ୱର ଓ ଦୁବାଇ/ ସିଙ୍ଗାପୁର/ ବ୍ୟାଙ୍କକ ମଧ୍ୟରେ ରାଜ୍ୟ ସମର୍ଥିତ ସିଧାସଳଖ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆଦି ବିଭାଗର ଉଲ୍ଲେଖନୀୟ ସଫଳତା ବୋଲି ମନ୍ତ୍ରୀ କହିଛନ୍ତି ।

କ୍ରୁଜ୍‌ ସିପିଂ, ସାମୁଦ୍ରିକ ପର୍ଯ୍ୟଟନ, ଉପକୂଳ ଅର୍ଥନୈତିକ ଜୋନ୍‌, ଜାହାଜ ନିର୍ମାଣ ଓ ମରାମତି ସୁବିଧା, ସି- ପ୍ଲେନ୍‌ ସମେତ ଅଣ-ପ୍ରମୁଖ ବନ୍ଦର ଏବଂ ଅଣ-ଜାତୀୟକରଣ ଜଳପଥ ଏବଂ ସାମଗ୍ରିକ ସାମୁଦ୍ରିକ ବିକାଶର ତଦାରଖ ଆଦି କାର୍ଯ୍ୟ ୨୦୨୨ରେ ଗଠିତ ଓଡିଶା ନୌବାଣିଜ୍ୟ ବୋର୍ଡ ଦ୍ୱାରା ସଂପାଦିତ ହେଉଛି । ଜଟାଧାରୀ ମୁହାଣରେ କ୍ୟାପଫିଭ୍‌ ଜେଟି ବିକଶିତ କରିବା ପାଇଁ ଓଡ଼ିଶା ସରକାର ଏବଂ ଜେ.ଏସ୍‌.ଡବ୍ଲ୍ୟୁ. ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ମଞ୍ଚାସୀନ ଥିବାବେଳେ ବିଭାଗୀୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

June 30, 2026
ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

June 30, 2026

Recent News

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

June 30, 2026
ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

June 30, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version