କିନ୍ତୁ ଏହି ସମୟରେ ଡାକ୍ତରଖାନାରେ ସେମାନଙ୍କ ବ୍ଲଡ ଗ୍ରୁପର ରକ୍ତ ଉପଲବ୍ଧ ନଥିବାରୁ ଉଭୟ ରୋଗୀଙ୍କ ସମ୍ପର୍କୀୟ ଉପାୟଶୂନ୍ୟ ହୋଇ ପଡ଼ିଥିଲେ । ଏହି ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ନେଇ ବାଲେଶ୍ୱର ଡାକ୍ତରଖାନାକୁ ଆସିଥିବା ୧୦୮ ଆମ୍ବୁଲାନ୍ସ ଇଏମଟି ପ୍ରମୋଦ କୁମାର ଜେନା ଏବଂ ସହାୟକ ଦୀପକ କୁମାର ଦାଶ ଉକ୍ତ ରୋଗୀଙ୍କ ସମ୍ପର୍କରେ ଜାଣିବାକୁ ପାଇଲେ ।
ସୌଭାଗ୍ୟବସତଃ ଉଭୟ ଆମ୍ବୁଲାନ୍ସ କର୍ମଚାରୀଙ୍କ ବ୍ଲଡଗ୍ରୁପ ମଧ୍ୟ ସେହି ରୋଗୀଦ୍ୱୟଙ୍କ ବ୍ଲଡଗ୍ରୁପ ସହିତ ସମାନ ଥିଲା । ତେଣୁ ଆଉ କୌଣସି ପ୍ରକାରର ବିଳମ୍ବ ନକରି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଦୁଇଜଣ ତୁରନ୍ତ ଯାଇ ସେହି ରୋଗୀ ଦୁଇଜଣଙ୍କୁ ରକ୍ତଦାନ କଲେ । ଏଭଳି ସଂଘର୍ଷମୟ ସମୟରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତା ପାଇଁ ଉକ୍ତ ରୋଗୀ ଦୁଇଜଣଙ୍କୁ ଆଜି ଏକ ନୂଆ ଜୀବନ ମିଳିପାରିଛି ।

© 2023 Odisha Taza News.