ତୁଳସୀ କ୍ଷେତ୍ରରେ ଶ୍ରୀ ଜୀଉ ଙ୍କ ନବ ଯୌବନ ଦର୍ଶନ – କେନ୍ଦ୍ରାପଡା

କେନ୍ଦ୍ରାପଡା

ଓଡିଶା ତାଜା ନ୍ୟୁଜ୍ (୨୧ ଜୁନ ୨୦୨୦ ରବିବାର) କେନ୍ଦ୍ରାପଡା :- ତୁଳସୀ କ୍ଷେତ୍ର କେନ୍ଦ୍ରାପଡା ର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବ ଜୀଉ ଶନିବାର ନବ ଯୌବନ ବେଶରେ ଦର୍ଶନ ଦେଇଛନ୍ତି । କରୋନା ଜନିତ ସଟ ଡାଉନ ଜାରି ରହିଥିବା ବେଳେ ଭକ୍ତ ଓ ଶ୍ରଦ୍ଧଳୁ ମାନେ ପ୍ରଭୁ ଶ୍ରୀ ବଳଦେବ ଜୀଉ ଙ୍କୁ ନବ ଯୌବନ ଦର୍ଶନ କରିଛନ୍ତି । ଜିଲ୍ଲା ପ୍ରଶାସନ ଅନୁମତି ମିଳି ନଥିବାରୁ ଶ୍ରୀ ଜୀଉ ଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଗଡିବାର ସମ୍ଭାବନା ନାହିଁ ।

କେନ୍ଦ୍ରାପଡା

ଶ୍ରୀ ଜୀଉ ଙ୍କ ମନ୍ଦିର ବେଢ଼ା ଭିତରେ ପ୍ରଥମ ଥର ପାଇଁ ବିଧି ଓ ରୀତିନୀତି ଅନୁଯାୟୀ ରଥ ଯାତ୍ରା ଅନୁଷ୍ଠିତ ହେବ । ନବ ଯୌବନ ବେଶ କୁ ଦର୍ଶନ କରିନପାରିବା ଚଳିତ ଥର ରଥଯାତ୍ରା ଅନୁଷ୍ଠିତ ନହେବାକୁ ନେଇ ଭକ୍ତ ଶ୍ରଦ୍ଧାଳୁମାନେ ଦୁଃଖରେ ଅତ୍ୟନ୍ତ ମ୍ରିୟମାଣ ହୋଇ ପଡିଥିବା ଦେଖା ଯାଇଛି ।