ଓଡିଶା ତାଜା ନ୍ୟୁଜ୍ (୨୧ ଜୁନ ୨୦୨୦ ରବିବାର) ପାରଳାଖେମୁଣ୍ଡି :- ଆଜିକଲିକତା ଠାରୁ ତାମିଲନାଡୁ ରାଜ୍ୟ କୁ ଯାଉଥିବା ଏକ ଗୋରୁ ମାଂସ ଟ୍ରକ କୁ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ଆନ୍ଧ୍ର ପ୍ରଦେଶ ର ପୁରୁଷୋତ୍ତପୁରମ୍ ଚେକ୍ ପୋଷ୍ଟ ନିକଟରେ ଧରି ଆନ୍ଧ୍ରପୋସି କୁ ଜିମା ଦେଇ ଥିଲେ ।
ଇଚ୍ଛାପୁର ପୋଲିସ ଏକ ମକଦ୍ଦମାକ ରୁଜୁ କରି ତଦନ୍ତ ଜାରି ରଖିଛି । ଉକ୍ତ ଗାଡ଼ିର ଡ୍ରାଇଭର କହିବା ଅନୁସାରେ ଉକ୍ତ ଗାଡ଼ିରେ ସର୍ବ ମୋଟ 1300 ପ୍ୟାକେଟ ଗୋରୁ ମଂସ ରହି ଥିବା ବେଳେ ଗୋଟିଏ ପ୍ୟାକେଟ ରେ ପ୍ରାୟ 20 ରୁ 25 କିଲ ଗୋମାଂସ ରହିଛି । ବର୍ତ୍ତମାନ ଆନ୍ଦ୍ରପ୍ରଦେଶ ର ଇଛାପୁର ପୋଲି ସ ଗୋମାଂସ ବୋଝେଇଟ୍ରକ ସହ ଦୁଇ ଜଣଙ୍କୁ ଇଚ୍ଛାପୁର ଟାଉନ୍ ଥାନାରେ ଅଟକ ରଖାଯାଇ ପଚରା ଉଚୁରା ଚଳାଇଛି ।
ଏହି ଗୋମାଂସ ବୋଝେଇ ଟ୍ରକ କୁ ବଜରଙ୍ଗ ଦଳର ଓଡ଼ିଶା ରାଜ୍ୟ ସହ ସଂଯୋଜକ ଅମ୍ବିକା ଦାସ ଓ ରଜ୍ୟ*ସାପ୍ତାହିକ ମିଳନ ର ପ୍ରମୁଖ ସୁଶାନ୍ତ କୁମାର ବେହେରା ସମେତ ଗଞ୍ଜାମ ଜିଲ୍ଲାରୁ ନୀଳାଚଳ ଭାଇ ଓ ଅନେକ କାର୍ଯ୍ୟକର୍ତ୍ତା ମାନେ ଏହି ଗୋମାଂସ ବୋଝେଇ ଟ୍ରକ ଜବତ କାର୍ଯ୍ୟରେ ସାମିଲ ଥିଲେ । (ଗରୁଡ଼ ଧ୍ୱଜ ଚୌଧୁରୀ-ଗଜପତି ଜିଲ୍ଲା )