୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଜଳେଶ୍ୱର :- ଜଳେଶ୍ୱର ବାସୀଙ୍କ ବହୁ ଦିନର ସ୍ବପ୍ନ ଆଜି ସାକାର ହେଲା l ଜଳେଶ୍ୱର ଓ ବସ୍ତା ବାସୀଙ୍କ ସେବା ଓ ସୁବିଧା ନିମନ୍ତେ ଆଉ ଏକ ଭେଟି ଦେଲେ ବାଲେଶ୍ୱରର ଯଶସ୍ବୀ ସାଂସଦ Prata Chandra Sarangi. ଆଜି ଜଳେଶ୍ୱର ଓ ରାଜଘାଟ ମଧ୍ୟରେ ଯୋଗାଯଗ ମାଧ୍ୟମ (ଚାଲନ୍ତି) ରେଳ ଓଭରବ୍ରିଜ କୁ ଉଦଘାଟନ କରି ସାଧାରଣଙ୍କ ନିମନ୍ତେ ସମର୍ପି ଦେଲେ ନନା. l
ଜଳେଶ୍ୱର ପୁରୀ ମେମୁ ଟ୍ରେନ ଚଳାଚଳ ସୁବିଧା ପରେ ଏବେ ଏହି ରେଳ ଓଭରବ୍ରିଜ ଶୁଭ ଉଦ୍ଘାଟନ କଲେ ଦକ୍ଷିଣ ପୂର୍ବ ରେଳ ପ୍ରବନ୍ଧକ ଶ୍ରୀଯୁକ୍ତ ହାଶ୍ମି ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି l ଉଦଘାଟନ ହେବା ଦ୍ୱାରା ଆଉ ଲୋକଙ୍କୁ ରେଳ ଫାଟକ ପାରି ହେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନି.l
ଜଳେଶ୍ୱର ରାଜଘାଟ ନିକଟସ୍ଥ ଚାଲନ୍ତି ଠାରେ ରେଳ ଓଭରବ୍ରିଜକୁ ଶୁଭ ଉଦ୍ଘାଟନ କରିବା କୁ ଯିବା ସମୟ ରେ ସ୍ଥାନୀୟ ଜନସାଧାରଣ ଓ କାର୍ଯ୍ୟକର୍ତ୍ତା ଙ୍କ ଦ୍ୱାରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଅନ୍ତରରୁ ଧନ୍ୟବାଦ ଦେଲେ ବlଲେଶ୍ୱର ସାଂସଦ l

© 2023 Odisha Taza News.