ଏସ୍ଟିପିଆଇ ନେକ୍ସଟ୍ ଜେନେରେସନ ଇନ୍କ୍ୟୁବେସନ ସ୍କିମ୍ (ଏନଜିଆଇଏସ୍), ପ୍ଲଗ୍ ଆଣ୍ଡ ପ୍ଲେ ମଡର୍ଣ୍ଣ ଇନ୍କ୍ୟୁବେସନ, ମିଳିତ କାର୍ଯ୍ୟସ୍ଥଳ ଭଳି ସର୍ବାଧୁନିକ ଭିତ୍ତିଭୂମି ସୁବିଧା ସୃଷ୍ଟି କରିବା ସହିତ ବାଲେଶ୍ୱର ଏବଂ ଉତ୍ତର ଓଡ଼ିଶାର ଆଇଟି/ଆଇଟିଇଏସ୍ ଶିଳ୍ପସମୂହ ଆବଶ୍ୟକତା ପୂରଣ ନିମନ୍ତେ ଏସ୍ଟିପିଆଇ-ବାଲେଶ୍ୱରରେ ମିଳିତ କାର୍ଯ୍ୟସ୍ଥଳ ଯୋଗାଇ ଦିଆଯାଇଛି । ତାଙ୍କ ଗସ୍ତ କାଳରେ ଶ୍ରୀ ଅନୁଭବ ପଟନାୟକ ଏସ୍ଟିପିଆଇ ସୁବିଧାଗୁଡିକ ବୁଲି ଦେଖିବା ସହିତ ଇନ୍କ୍ୟୁବେଟ୍ ଏବଂ ଆଇଟି କମ୍ପାନୀଗୁଡିକ ସହିତ ସେମାନଙ୍କର ମୂଳ ସାମର୍ଥ୍ୟ ଏବଂ ସେମାନେ ଯୋଗାଇ ଦେଉଥିବା ସେବା ସମ୍ପର୍କରେ ଜାଣିବାକୁ ସେମାନଙ୍କ ସହିତ ଆଲୋଚନା କରିଥିଲେ । ଆବ୍ସିସ୍, ଇନ୍ଫୋକ୍ରିଏଟିଭ୍ସ୍, ଏସଏମଡବ୍ଲୁଏ ଇନ୍ଫୋସୋଲ୍, ୟୁନିକୁଲ୍ ସଲ୍ୟୁସନ୍ସ, ୱିଭରବାର୍ଡ, ରୁର୍ବାନ୍ମେଟ ଆଦି କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ରହି ମାନ୍ୟବର ପରାମର୍ଶଦାତାଙ୍କ ସହିତ ଆଲୋଚନା କରିଥିଲେ ।
ଓଡ଼ିଶା ସରକାରଙ୍କ ଇ ଆଣ୍ଡ୍ ଆଇଟି ବିଭାଗର ମାନନୀୟ ପରାମର୍ଶଦାତା ଶ୍ରୀ ଅନୁଭବ ପଟନାୟକ ରାଜ୍ୟର ଦ୍ୱିତୀୟ ବର୍ଗର ସହରଗୁଡିକରେ ପ୍ରୋତ୍ସାହନ ଜରିଆରେ ସମାନ ଆଇଟି ଅଭିବୃଦ୍ଧି ହାସଲ ଲକ୍ଷ୍ୟ ପୂରର୍ଣ ନିମନ୍ତେ ଏସ୍ଟିପିଆଇ-ବାଲେଶ୍ୱରକୁ ପ୍ରଶଂସା କରିଥିଲେ । ଭାରତକୁ ଏକ ବୈଶ୍ୱିକ ଆଇଟି ଆଉସ୍ସୋର୍ସିଂ ସ୍ଥଳ ଭାବରେ ଗଢିତୋଳିବା ଏବଂ ନବସୃଜନ ଭିତ୍ତିକ ଔଦ୍ୟୋଗିକତା ସୃଷ୍ଟି ସହିତ ଏକ ସହଯୋଗଭିତ୍ତିକ ପରିବ୍ୟବସ୍ଥା ନିର୍ମାଣ ଜରିଆରେ ଅଧୁନାତମ ପ୍ରଯୁକ୍ତିଗୁଡିକ କ୍ଷେତ୍ରରେ ଭାରତର ନେତୃତ୍ୱ ସ୍ଥାନ ସୁଦୃଢ କରିବା କ୍ଷେତ୍ରରେ ଏସ୍ଟିପିଆଇର ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଥିଲେ । ସମସ୍ତ ଆଇଟି କମ୍ପାନୀକୁ ସେ ଶୁଭେଚ୍ଛା ଜଣାଇବା ସହିତ ଉକ୍ତ ଅଞ୍ଚଳରେ ଥିବା ଆଇଟି ଶିଳ୍ପଗୁଡିକର ଉତ୍ଥାନ ନିମନ୍ତେ ଭଲ କାର୍ଯ୍ୟ ଜାରି ରଖିବାକୁ ସେ ଏସ୍ଟିପିଆଇକୁ ପରାମର୍ଶ ଦେଇଥିଲେ ।

© 2023 Odisha Taza News.