ଶେଷ ସମ୍ମାନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏୟାରପୋର୍ଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଓଡିଶା ତାଜା ନ୍ୟୁଜ୍ ,ସୋନାଲି ମହାରଣା (୧୮ ଜୁନ୍ ଗୁରୁବାର) ଭୁବନେଶ୍ୱର :- ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଛି ଦୁଇ ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର । ସ୍ଵତନ୍ତ୍ର ବିମାନ ଯୋଗେ ଦୁଇ ସହିଦଙ୍କ ମର ଶରୀରକୁ ଭୁବନେଶ୍ଵର ଅଣାଯାଇଛି ।

ଶେଷ ସମ୍ମାନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏୟାରପୋର୍ଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସୂଚନାଯୋଗ୍ୟଯେ, ଗଲୱାନଘାଟିରେ ଚୀନ-ଭାରତ ସୈନିକମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଛନ୍ତି ୨୦ ଜଣ ଭାରତୀୟ ସୈନିକ ।

ଏମାନଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ପୁଅ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ନନ୍ଦୁରାମ ସୋରେନ ଓ ଅନ୍ୟ ଜଣେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଚନ୍ଦ୍ରକାନ୍ତ ପ୍ରଧାନ ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com