No Result
View All Result
୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଜଳେଶ୍ୱର :- ସ୍କୁଲ୍କୁ ମଦ ପିଇ ଆସିଲେ ପ୍ରଧାନ ଶିକ୍ଷକ । ମଦ ଏତେ ମାତ୍ରାରେ ପିଇଥିଲେଯେ ସ୍କୁଲ୍ରେ ଆସି ଶୋଇପଡ଼ିଲେ । ଏହା ସହିତ ବିନା କାରଣରେ ଖରାପ ଭାଷାରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଗାଳି କଲେ । ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସ୍କୁଲ୍ ଘର ଭିତରେ ସମ୍ପୃକ୍ତ ଶିକ୍ଷକ ଜଣଙ୍କ ନିଶା ନିଶା ରାତି ଗୀତରେ ନାଚୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏପରି ଅଭାବନୀୟ ଦୃଶ୍ୟ ବାଲେଶ୍ୱରର ଜଳେଶ୍ୱର ବ୍ଲକ ତୋଟାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସାମ୍ନାକୁ ଆସିଛି। ସମ୍ପୃକ୍ତ ଶିକ୍ଷକଙ୍କ ପରିଚୟ ମୁଚିରାମ ମାରାଣ୍ଡି ।
ସମ୍ପୃକ୍ତ ପ୍ରଧାନ ଶିକ୍ଷକ ମୁଚିରାମ ମାରାଣ୍ଡି ଖବର ଅନୁସାରେ, ସ୍କୁଲ ଶ୍ରେଣୀ ଗୃହରେ ଆସି ଶୋଇପଡ଼ିଲେ ପ୍ରଧାନ ଶିକ୍ଷକ । ଛାତ୍ରଛାତ୍ରୀ ଏହା ଦେଖି ଶିକ୍ଷକ ମଦ ପିଇଥିବା ସନ୍ଦେହରେ ଅଭିଭାବକଙ୍କୁ ଜଣାଇଥିଲେ । ଏହାପରେ ଅଭିଭାବକ ଓ ଗାଁଲୋକ ଆସି ଶିକ୍ଷକଙ୍କୁ ଘେରଉ କରିଥିଲେ । ସମ୍ପୃକ୍ତ ଶିକ୍ଷକ ଜଣଙ୍କ ନିଶା ନିଶା ରାତି, ଆ ସୁନା ଘରୁ ବାହାରିଆ ଗୀତ ଲଗାଇ ସ୍କୁଲରେ ନାଚୁଥିଲେ । ଏହି ଖବର ପାଇ ସ୍କୁଲ୍ରେ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଅଭିଭାବକ ଓ ସ୍କୁଲ୍ ପରିଚାଳନା କମିଟି ସହିତ ଆଲୋଚନା କରିଛନ୍ତି ।
ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଅନ୍ୟପଟେ ପର୍ବ ପର୍ବାଣୀ କିମ୍ବା ଘରକୁ କୁଣିଆ ମଇତ୍ର ଆସିଲେ ମୁଁ ପିଏ କିନ୍ତୁ ସ୍କୁଲକୁ ପିଇକି ଆସେନି । ଟିକେ ଅସୁସ୍ଥ ଲାଗିବାରୁ ଶୋଇପଡ଼ିଥିଲି ବୋଲି ଏନେଇ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି । କିନ୍ତୁ ଗାଁ ଲୋକେ ଛାଡିବାର ନଥିଲେ । ସେଠାରେ ଶିକ୍ଷକଙ୍କର ଏପରି କାରନାମା ପାଇଁ ବୈଠକ ବସିଥିଲା । ଗ୍ରାମବାସୀ ପ୍ରଧାନ ଶିକ୍ଷକଙ୍କର ବଦଳି ଦାବି କରିଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ଏନେଇ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

No Result
View All Result