No Result
View All Result
୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ସରକାର ଙ୍କ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଚାଷୀ ବିଦ୍ୟୁତ ବିଲ ଦେବେ ନାହିଁ ଓ ବିଦ୍ୟୁତ କଂପାନୀ ଚାଷୀ ମାନଙ୍କ ବିଦ୍ୟୁତ କାଟ କିମ୍ବା ତାଙ୍କ ଠାରେ କୌଣସି ଜୁଲୁମ କରିପାରିବେ ନାହିଁ ବୋଲି ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ରେ ଚାଷୀ ଓ ଘରୋଇ ବିଦ୍ୟୁତ୍ ବିତରଣ ରେ ଉପୁଜୁଥିବା ସମସ୍ୟା ର ସମାଧାନ ପାଇଁ ଅନୁଷ୍ଠିତ ଟିପିଡବ୍ଲୁଓଡିଏଲ ଏବଂ ଚାଷୀ ଙ୍କ ବୈଠକରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ବିତରଣ କଂପାନୀ କୁ ନିର୍ଦ୍ଦେଶ ଦେଇଥିଲେ। ଆଲୋଚନା ରେ ଚାଷୀ ମାନେ ଅଂଶଗ୍ରହଣ କରି ଜଳ କର ଆଧାର ରେ ବିଦ୍ୟୁତ ବିଲ ଦେବାକୁ ପ୍ରସ୍ତୁତ ଥିବା ବେଳେ ସମସ୍ତ ଚାଷୀଙ୍କ ବକେୟା ବିଲ୍ ଛାଡ଼,ପ୍ରୋଭିଜିନାଲ ବିଲ୍ ନାମରେ ଚାଷୀ ଙ୍କ ଠାରୁ ଆଦ୍ୟ କରିଥିବା ଟଙ୍କା ଫେରସ୍ତ କରିବା ଆଦି ଦାବି ବୈଠକରେ ଉପସ୍ଥାପନ କରି ଥିଲେ।
ସେହିପରି ଓଏଲଆଇସି ଚାଷୀମାନେ ପଦ୍ମପୁର ଉପ ଖଣ୍ଡ ରେ ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଥିଲେ। ଜିଲ୍ଲା ରେ ବର୍ତ୍ତମାନ ପାଇଁ ପାଇଁ ଚାଷୀ ବିଦ୍ୟୁତ ବିଲ ଦେବେ ଓ ବିଭାଗୀୟ ଅଧିକାରୀ ବିଦ୍ୟୁତ କାଟ କଲେ ସମସ୍ତ କ୍ଷୟକ୍ଷତି ପାଇଁ ଉତ୍ତରଦାୟୀ ରହିବେ ବୋଲି ବୈଠକରେ ଚାଷୀ ନେତା ମାନେ ଚେତାବନୀ ଦେଇଥିଲେ। ଅପରପକ୍ଷରେ କଂପାନୀ ଯେପରି ୟୁନିଟ୍ ପିଛା ୧.୫୦ ପଇସା ନିର୍ଦ୍ଧାରିତ କରି ଟଙ୍କା ଆଦାୟ କରୁଛନ୍ତି ସେହିପରି ଚାଷୀ ତାଙ୍କର ଉତ୍ପାଦିତ ଦ୍ରବ୍ୟ ର କ୍ଵିଣ୍ଟାଲ ପିଛା ଦର ଧାର୍ଯ୍ୟ କରି ଶସ୍ୟ ଓ ପରିବା ଆକାରରେ ବିଲ ଦେବାକୁ ପ୍ରସ୍ତାବ ଦେଇଥିଲେ।
ଆଲୋଚନା ସଂପର୍କ ରେ ସରକାରଙ୍କୁ ଜଣାଇବେ, ସରକାରଙ୍କ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଚାଷୀ ବିଦ୍ୟୁତ ବିଲ ଦେବେ ନାହିଁ ଓ ବିଦ୍ୟୁତ କଂପାନୀ ବିଦ୍ୟୁତ କାଟ କିମ୍ବା କୌଣସି ଜୁଲୁମ କରିପାରିବେ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ। ଆଲୋଚନା ରେ ବିଦ୍ୟୁତ ବିତରଣ କଂପାନୀ ଟିପିଡବ୍ଲୁଓଡିଏଲର ଅଧିକାରୀ ମାନେ ଉପସ୍ଥିତ ରହି କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ବୈଠକରେ ରାଜବୋରାସମ୍ବର କୃଷକ ସଂଗଠନ, ବିଜେପୁର କୃଷକ ସଂଗଠନ, ଦଧିବାମନ କୃଷକ ସଂଗଠନ, ବାରପାହାଡ କୃଷକ ସଂଗଠନ,କୃଷକ ସଂଗଠନ ଅମ୍ଭାଭନା,ମଧୋ ସି° କୃଷକ ସଂଗଠନ, ଘେଁସ ଙ୍କ ସମେତ ବରପାଲି, ବରଗଡ଼, ଭେଡେନ ର ଚାଷୀ ନେତା, କୋଶଳ ସେନା, ବରଗଡ଼ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
No Result
View All Result