No Result
View All Result
୦୮ ମାର୍ଚ୍ଚ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ଶାନ୍ତି ତପୋବନ ଆଶ୍ରମ ଓ ସଂଯୁକ୍ତ ଯୁବ ସଂଗଠନ,ବରଗଡ ତରଫରୁ ବସନ୍ତ ମିଳନ ଓ ଫାଳଗୁନ ମହୋତ୍ସବ ୬ ତାରିଖ ରୁ ୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି । ତିନି ଦିନିଆ କାର୍ଯ୍ୟକ୍ରମ ରେ ପ୍ରଥମ ଦିବସରେ ଶ୍ରୀ ହରିଓମ୍ ଭୋଇ,ତହସିଲଦାର ସୋହେଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ହୋଲିକା ଦହନ କରିଥିଲେ । ଦ୍ବିତୀୟ ଦିବସରେ ସ୍ବାମି ନାରଦାନନ୍ଦ ସରସ୍ବତୀଙ୍କ ପୌରହିତରେ ବୈଦିକ ଜଂଗ୍ୟ ଓ ମାତୃଛାୟାରେ ଜନ୍ମିତ ଶିଶୁ କନ୍ୟାର ଅନ୍ନପ୍ରାସାନ୍ନ ଓ ସଂକିର୍ତନ୍ୟ ପରିବେଷଣ ହୋଇଥିଲା । ଅନ୍ତିମ ଦିବସରେ ରଂଗରହୋଲି ତଥା ଆସ ରଂଗ ଖେଲମା ଓ ହାସ୍ୟ ବ୍ୟଂଗ କବି ସମ୍ମିଳନି ଓ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍ବାମୀ ସୋମବେସ ସରସ୍ବତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥିଙ୍କ ଦ୍ବାରା ଧନୁ ଓ ତୀର ମାଧ୍ୟମରେ ରଙ୍ଗ ମାଠିଆ ଭଙ୍ଗା ହୋଇ ନିମନ୍ତ୍ରିତ ଅତିଥିଙ୍କ ସହ ମାତୃଛାୟା ଓ ବାନପ୍ରସ୍ଥ ଅନ୍ତେବାସିନି ମାନେ ପରସ୍ପର ମଧ୍ୟରେ ବିଟ୍,ନିମ୍ବପତ୍ର,ହଲଦି ରସରୁ ନିର୍ମିତ ପ୍ରାକୃତିକ ରଙ୍ଗରେ ହୋଲି ଖେଲିଥିଲେ । ସଂଯୁକ୍ତ ଯୁବ ସଂଗଠନର ପୁର୍ବତନ ସଭାପତି ଶ୍ରୀ ରମାକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତା ଓ ସୁରେନ୍ଦ୍ର ମେହେରଙ୍କ ସଂଯୋଜନା ସଭାରେ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ଓ ସମାଜସେବୀ ନିହାଳ ସିଂ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।
ସେହିପରି ବ୍ୟଙ୍ଗ ଓ ହାସ୍ୟ କବିୟତ୍ରୀ ସମ୍ମିଳନୀ ରଂଜିତ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । କବିମାନଙ୍କ ମଧ୍ୟରେ ଶ୍ରୀମତୀ ସଂଗୀତା ପଣ୍ଡା,ମଂଜୁଲତା ସାହୁ,ସୋନାଲି ପାଢି,ସ୍ବପ୍ନାରାଣୀ ସାହୁ ,ଅହଲ୍ୟା ପଧାନ ନିଜ ନିଜ ହାସ୍ୟ କବିତା ପାଠ କରିଥିଲେ ଓ ସମସ୍ତକବି ମାନଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ଉତ୍ତରିୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।
ଉତ୍ସବରେ ସୁଶ୍ରୀ ଲବଙ୍ଗ ସାହୁ ଓ ନିହାଲ ସିଂଙ୍କୁ ସମାଜସେବାପାଇିଁ ମାନପତ୍ର ଓ ଉତ୍ତରିୟ ପ୍ରଦାନକରି ସମ୍ମାନିତ କରାଯାଇଥିଲା । ଉତ୍ସବର ଅନ୍ତିମ ପର୍ଯାୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂସ୍ଥା ମାଧ୍ୟମରେ ସଚିବ ବିଭୁକଲ୍ୟାଣ ପାଣିଙ୍କ ସଂଯୋଜନାରେ ମହିଳା ଦିବସ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ମାନ୍ୟବର ବିଚାରପତି ଲୁନା ମହାନ୍ତି ,କମଳାକାନ୍ତ ରାଉତ ରେଜିଷ୍ଟାର ସିଭିଲ ସେନ୍ସସ,ସଂଘମିତ୍ରା ଶର୍ମା
ଏ.ଡି.ଜେ,ସୁମିତା ଆଚାର୍ଯ୍ୟ ଏସ୍.ସି.ଜେ ,ଲଲାଟ କୁମାର ଲୁହା ଉପଜିଲ୍ଲପାଳ , ଶ୍ରୀମତି କଲ୍ୟାଣୀ ଦାଶ,ଜିଲ୍ଲା ଲୋକ ସଂମ୍ପର୍କ ସୂଚନା ଅଧିକାରିଣୀ ଯୋଗଦେଇ ମହିଳା ମାନଙ୍କ ଆଇନ ସଂପର୍କରେ ଅଭିଭାଷଣ ରଖିଥିଲେ । ଅନୁଷ୍ଠାନର ମୁଖ୍ୟ ଶ୍ରୀ ଦେବଦତ୍ତ ତ୍ରୀପାଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ମୋହିତ ସାହୁ ପି.କେ ଅଭିନୟ କରିଥିବାରୁ ତାମ୍ରଫଳକ ଓ ଉତ୍ତରିୟ ପ୍ରଦାନକରି ସମ୍ମାନିତ କରାଯାଇଥିଲା । ଚଟନି ମାଷ୍ଟର ଡେନ୍ସଗ୍ରୁପ୍ ରୁମକୁଝୁମା ଦ୍ବାରା ଘୁଡୁକା ନାଚ ସହ କନ୍ୟା ମାନଙ୍କ ଉପରେ ଆଧାରିତ ନାଟିକା କନ୍ୟାରତ୍ନ ଅଭିନିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିଶୁ କଳାକାର ଶ୍ରୀୟା ଖମାରୀ,ସାଇନା ସା ନୃତ୍ୟ ପରିବେଷଣ କରିଥିବା ବେଳେ ,ତୃପ୍ତିମୟୀ ପଣ୍ଡା କବିତା ପାଠ କରିଥଲେ ।
No Result
View All Result