ଏହି କର୍ମ କ୍ଷେତ୍ରରେ ଲିଙ୍ଗ ଭିତ୍ତିକ ମଜୁରୀ ପ୍ରଭେଦର ଦ୍ବରୀକରଣ , ଉନ୍ନତ ଚାକିରୀ ସର୍ତ୍ତାବଳୀ, ନିର୍ଦ୍ଦିଷ୍ଟ କାର୍ଯ୍ୟ ନିର୍ଘଣ୍ଟ ତଥ୍ ମହିଳାଙ୍କୁ ଭୋଟ ଦେବାର ଅଧିକାର ଆଦି ଦାବୀଙ୍କୁ ନେଇ 1908 ମସିହାରେ ଆମେରିକାର ନ୍ୟୁୟର୍କ ସହରରେ 15000 ମହିଳାଙ୍କ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା,ଏହାକୁ ତୀବ୍ର ଭାବେ ସମର୍ଥନ କରି 28 ଫେବୃୟାରୀ 1909 ରେ ପ୍ରଥମ ଆମେରିକାର ଜାତୀୟ ସ୍ତରରେ ମହିଳା ଦିବସ ପାଳନ କରା ଯାଇ ଥିଲା ।
ଭାରତର ଉଜ୍ବଳ ଭବିଷ୍ୟତ୍ ପାଇଁ ପୂର୍ବ କେନ୍ଦ୍ର ବଜେଟ୍ ରେ “ନାରୀ ଶକ୍ତି” “ନାରୀ ତୁ ନାରାୟଣୀ” କଥା କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଥିଲେ । 2022-2023 ମସିହାରେ ଲିଙ୍ଗ ବଜେଟ୍ ସଂପୂର୍ଣ୍ଣ ରୂପେ ବୃଦ୍ଦି ପାଇଥିବାବେଳେ ଏହା ମୋଟ ବଜେଟର ଖର୍ଚ୍ଚ ଶତକଡା ଭାବେ ହ୍ରାସ ପାଇଛି । ଏହି ବର୍ଷରଲିଙ୍ଗ ବଜେଟ୍ ର ଉଭୟ ଭାଗରେ ମହିଳା କେନ୍ଦ୍ରିକ ଯୋଜନା ପାଇଁ ମୋଟ= 171006•47 କୋଟି ଟଙ୍କା ଆବଣ୍ଟନ କରାଯାଇଛି । 2021- 2022 ବଜେଟ୍ ଆକଳନରେ ଆବଣ୍ଟିତ 1,53,326•28 କୋଟି ଟଙ୍କାର ଏହା 11% ରୁ ଅଧିକ ବୃଦ୍ଦି ।
ତେବେ ଲିଙ୍ଗ ବଜେଟ୍ 2022- 2021 ରେ ମୋଟ ଖର୍ଚ୍ଚର=4•72% ଓ 2021-2022,4•4% ଥିବା ବେଳେ 2022-2023 ରେ 4•3% କୁ ହ୍ରାସ ପାଇଛି । 2016 ରୁ 2019 ମଧ୍ୟରେ ବେଟିବଚା ଓ ବେଟିପଡାଓ ଯୋଜନା ବାବଦ ଧାର୍ଯ୍ୟ ବ୍ୟୟ ଅଟକଳର 78•91% କେବଳ ଗଣମାଧ୍ୟମ ପ୍ରଚାରରେ ବ୍ୟୟ ହୋଇଛି । ଭାରତୀୟ ମହିଳା ଗତ 8 ବର୍ଷରେ ଅଧିକ କ୍ଷତିଗ୍ରସ୍ଥ ହୋଇଛନ୍ତି । ଯେଉଁ ସାମ୍ଫ୍ରାଦାୟିକ ବିଷ ମଞ୍ଜି ବୁଣା ଯାଇଛି । ଧର୍ମ ନାମରେ କୁସଂସ୍କାର,ଅନ୍ଦ ବିଶ୍ବାସ, ଧର୍ମାନ୍ଦତା ବ୍ୟାପକ କରାଯାଉଛି ଏବଂ ମହିଳାଙ୍କ ସ୍ବାଧୀନତା ଉପରେ ହସ୍ତ କ୍ଷେପ କରାଯାଉଛି । ତାହା ମହିଳାଙ୍କ ଜୀବନକୁ ଅଧିକ ଦୁର୍ବିସହ କରିଛି । କିନ୍ତୁ ଅସଂଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରିତ ମହିଳାଙ୍କ ସମସ୍ୟା ଅତି ଭୟଙ୍କର ସୃଷ୍ଟି ହୋଇଛି ।
ସର୍ବ ନିମ୍ନ ମଜୁରୀ ସୁବିଧା ନାହିଁ କିମ୍ବା କୌଣସି ସାମାଜିକ ସୁରକ୍ଷା ଯୋଜନା ମଧ୍ୟ ନାହିଁ । ଅସଂଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରିତ ମହିଳାଙ୍କ ସମସ୍ୟା ଦେଖା ଦେଇଛି । ଏଣୁ ସେମାନଙ୍କ କଥା ସଂଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରିତ ମହିଳାମାନେ ଚିନ୍ତା କରିବା ଉଚିତ । ଉପସ୍ଥିତ ପ୍ରଗତିଶୀଳ ମହିଳା ସଂଘର ସଭାପତି ଶ୍ରୀମତୀ-ମୁନି ଶବର,ସାଇମା ଶବର,ସୁଜାତ ଶବର,ମଞ୍ଜୁଳା ଶବର,ବିମଳା ଶବର,ଝୁମୁରି ଶବର,ମଇଦେବ ଶବର,ସି ପି ଆଇ ଏମ୍ ଏଲ୍ ଲିବରେସନ୍ ଅଖିଳ ଭାରତ ପ୍ରଗତିଶୀଳ ମହିଳା ସଂଘର ଜିଲ୍ଲା ସମ୍ପାଦକ ଶ୍ରୀ-ତ୍ରୀପତି ଗମାଙ୍ଗ ଉପସ୍ଥିତ ଥିଲେ ।
© 2023 Odisha Taza News.