୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ସୋହେଲା :- ସୋହେଲା ବ୍ଳକ୍ ବିରଜାମ ଗ୍ରାମ ରେ ଅଲ୍ ଓଡିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଇଛି । ଏହି ଅବସରରେ ସ୍ଥାନୀୟ ୟଙ୍ଗ ଷ୍ଟାର କ୍ରିକେଟ ଏସୋସିଏସନ ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଏଥିରେ ଅମ୍ବାଭୋନା ବ୍ଳକ ଅଧ୍ୟକ୍ଷ ଶ୍ରୀ କିର୍ତ୍ତିଚନ୍ଦ୍ର ଦୁଆନ୍, ଭଟଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପଧାନ,
ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା, ଓଡ଼ିଶା ମୋ ପରିବାର ବରଗଡ଼ ଜିଲ୍ଲା ସଂଯୋଜକ ଶ୍ରୀ ଗୈାରହରି ମିଶ୍ର, ବିଜୁ ଯୁବ ଜନତା ଦଳ ବରଗଡ଼ ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଆଗଲପୁର ପ୍ରାଥମିକ କୃଷି ସମବାୟ ସମିତି ଲିଃ ସଭାପତି ଶ୍ରୀ ବିରୋସନ ସାହୁ, ବରପାଲି ପ୍ରାଥମିକ କୃଷି ସମବାୟ ସମିତି ଲିଃ ସଭାପତି ଶ୍ରୀଯୁକ୍ତ ଗୁରୁ ମେହେର ଉପସ୍ଥିତ ଥିଲେ।
© 2023 Odisha Taza News.