• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨ କିଲୋମିଟର ଦୂରରେ ବେଆଇନ ଖାଦାନ ଖୋଳି ନେଇଗଲେ ୩ ହଜାର ସିଏମ ପଥର

Proprietor Abhimanyu Maharana by Proprietor Abhimanyu Maharana
March 6, 2023
in ଓଡ଼ିଶା, ରାୟଗଡା, ହୋମ୍
0
ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨ କିଲୋମିଟର ଦୂରରେ ବେଆଇନ ଖାଦାନ ଖୋଳି ନେଇଗଲେ ୩ ହଜାର ସିଏମ ପଥର
Share on FacebookShare on TwitterWhatsapp

୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ା :- ରାୟଗଡ଼ା ଜିଲ୍ଲାରେ ବଢ଼ି ଚାଲିଛି ବେଆଇନ ଖାଦାନ ଚରାଭୁଇଁ । ବିଶେଷ ଭାବେ ପଥର, ମୋରମ ଓ ବାଲି ଚୋରା ଚାଲାଣ ସାଧାରଣ ଘଟଣା ହୋଇଗଲାଣି । ଜିଲ୍ଲାର ପ୍ରତ୍ୟେକ ତହସିଲ ଅଂଚଳରେ ଏହି କାରବାର ବଢ଼ିବାରେ ଲାଗିଛି । ମାଫିଆମାନେ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କି ଏହି ଚୋରା କାରବାର କରୁଛନ୍ତି । ତେବେ ଏହାର ମୁଖ୍ୟ କାରଣ ହେଉଛି ତହସିଲ କର୍ମଚାରୀଙ୍କ ବ୍ୟକ୍ତିଗତ ସ୍ୱାର୍ଥ ସାଙ୍ଗକୁ ଅବହେଳା। ଏହିଭଳି ଏକ ବେଆଇନ କାର୍ଯ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ସଦର ମହକୁମା ଠାରୁ ମାତ୍ର ୨ କିମି ଦୂରରେ । ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ମାତ୍ର ଅଳ୍ପ ଦୂରରେ ଚାଲିଛି ବେଆଇନ ପଥର ଖାଦାନ । ବିନା ଅନୁମତିରେ ଶ୍ରୀନିବାସ ନାମକ ଜଣେ ଅଣଓଡ଼ିଆ ବ୍ୟକ୍ତି ଏହି ଖାଦାନରୁ ପଥର ଲୁଟି ନେଉଛନ୍ତି । ପ୍ରତିଦିନ ଶତାଧିକ ସିଏମ ପଥର ଖନନ ହୋଇ ଚାଲାଣ ହେଉଛି ।

ସୂଚନା ଅନୁଯାୟୀ, ରାୟଗଡ଼ା ତହସିଲ ଅନ୍ତର୍ଗତ ଧୁମାଗୁଡ଼ା ମୌଜାର ଖାତା ନମ୍ବର ୨୭ ର ପ୍ଲଟ ନମ୍ବର ୧୭୧ ରେ ଏହି ବେଆଇନ ପଥର ଖନନ ଚାଲିଛି । ସରକାରୀ ରେକର୍ଡ଼ ଅନୁଯାୟୀ ଏହି ପ୍ଲଟ ପ୍ରାୟ ୧୨ ଏକର ପରିମିତ ଏବଂ ପାହାଡ଼ କିସମ ବୋଲି ଉଲ୍ଲେଖ ରହିଛି । ତେବେ ଏହି ବିରାଟ କାୟ ପାହାଡ଼କୁ ୨୦୨୧ ମସିହାରୁ ଉକ୍ତ ମାଫିଆ ବେଆଇନ ଭାବେ ଖନନ କରି ଚାଲିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ଏକର ଅଂଚଳରୁ ପଥର ଖନନ କରାଗଲାଣି । ଏଠାରେ ରହିଥିବା ମୂଲ୍ୟବାନ କଳା ପଥର ପାଇଁ ପ୍ରତି ଦୁଇରୁ ତିନି ଦିନ ବ୍ୟବଧାନରେ ଜିଲୋଟିନ ବ୍ୟବହାର କରି ବେଆଇନ ବ୍ଲାଷ୍ଟିଂ କରାଯାଇ ପଥର ଖନନ କରି ଚାଲାଣ କରାଯାଉଛି ।

ପଥର ଖନନ କରାଯାଇ ବେଆଇନ ଭାବେ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ସେହି ଅଞ୍ଚଳର ସ୍ୱେଚ୍ଛାସେବୀ ସୂଚନା ଦେଇଛନ୍ତି । ଏହି ପ୍ଲଟରେ ପଥର ଖନନ ପାଇଁ ତହସିଲ ପକ୍ଷରୁ କୌଣସି ଲିଜ ପ୍ରଦାନ କରାଯାଇନାହିଁ କି କୌଣସି ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇନାହିଁ । ଏଭଳିକି ପ୍ରଦୂଷଣ ବିଭାଗ ପକ୍ଷରୁ କୌଣସି ଗ୍ରାମସଭା ମଧ୍ୟ ହୋଇନଥିବା ଜଣାପଡ଼ିଛି । ତେବେ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରୁ ମାତ୍ର ୨ କିମି ଦୂରରେ ଅବସ୍ଥିତ ଏହି ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ କରାଯାଉଥିବା ବେଳେ ଅଧିକାରୀଙ୍କ ନଜର ପଡ଼ୁନଥିବା ଆଶ୍ଚର୍ଯ୍ୟଜନକ । ଫଳରେ ଏହାର ଫାଇଦା ଉଠାଇ ମାଫିଆ ଶ୍ରୀନିବାସ ଅହରହ ପଥର ଖନନ କରିଚାଲିଛନ୍ତି ।

ବର୍ତମାନ ସୁଦ୍ଧା ୩ ହଜାର ସିଏମ ପଥର ଧୁମାଗୁଡ଼ା ଗାଁ ନିକଟ ପାହାଡ଼ରୁ ଖନନ କରି ଚାଲାଣ ହୋଇଥିବା ଜଣେ ରାଜସ୍ୱ କର୍ମଚାରୀ ସୂଚନା ଦେଇଛନ୍ତି । ହେଲେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାର କେଉଁ ସ୍ୱାର୍ଥରେ ନୀରବ ରହୁଛନ୍ତି ତାହା ତଦନ୍ତ ପରିସରକୁ ଆସିବା ଜରୁରୀ । ଉକ୍ତ ବ୍ଲାଷ୍ଟିଂ ଏବଂ ପଥର ଖନନ ଦ୍ୱାରା ନିକଟସ୍ଥ ଗ୍ରାମ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେବା ସହିତ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି । ଉକ୍ତ ପାହାଡ଼ ନିକଟରେ ବହୁ ପୁରୁଣା ବୃକ୍ଷଗୁଡ଼ିକ ରହିଥିବା ବେଳେ ଏହି ପଥର ଖନନ ଦ୍ୱାରା ସେଗୁଡ଼ିକ ନଷ୍ଟ ହେବାକୁ ଲାଗିଲାଣି । ଶୁକ୍ରବାର ଉକ୍ତ ସ୍ଥାନକୁ ଯିବା ବେଳେ ସେଠାରେ ମେସିନ ସାହାଯ୍ୟରେ ପଥର ଖନନ ହେଉଥିବା ଦେଖିବାକୁ ମିଳିଥିଲା । ବହୁ ପୁରୁଣା ବଡ଼ ବଡ଼ ବୃକ୍ଷଗୁଡ଼ିକୁ ମେସିନ ସାହାଯ୍ୟରେ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି । ତେବେ ମାଫିଆ ଜଣକ ବେଆଇନ ଖନନ କରି କୋଟି କୋଟି ଟଙ୍କାର ମୁନାଫା କମାଉଥିବା ବେଳେ ପ୍ରଶାସନିକ ଅଧିକାରୀ କାହିଁକି କୌଣସି ଆଇନଗତ ପଦକ୍ଷେପ ନେଉନାହାଁନ୍ତି ତାହା ସନ୍ଦେହ ଘେରରେ ।

ଖଜୁରୀ ଗଛ ମୂଳରୁ ପାହାଚ ପାହାଚ ଭଳି ତହସିଲ କାର୍ଯ୍ୟାଳୟର ଉପରଠୁ ତଳ ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ସାଧନରେ ବ୍ୟସ୍ତ ବୋଲି ସ୍ୱେଚ୍ଛାସେବୀମାନେ ପ୍ରକାଶ କରିଛନ୍ତି । ଏହି ବେଆଇନ ପଥର ଖନନ ଦ୍ୱାରା ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ସାଙ୍ଗକୁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଛି । ତେବେ ଏନେଇ ତହସିଲଦାର ତାପସ ରାଉତଙ୍କୁ ପଚାରିବାରୁ କହିଛନ୍ତି ଯେ, ଆମେ ସୂଚନା ପାଇ ସେହି ସ୍ଥାନ ପରିଦର୍ଶନ କରିଥିଲୁ ବୋଲି କହିଛନ୍ତି । ଏହା ନେଇ ପୋଲିସରେ ଏକ ମାମଲା ରୁଜୁ କରାଯାଇଛି । ତଦନ୍ତ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ରାଉତ ସୂଚନା ଦେଇଛନ୍ତି । ଦେଖିବାର କଥା କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

April 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version