ଆସନ୍ତା ମାର୍ଚ୍ଚ ମାସ 13 ତାରିଖ 2023 ଠାରୁ ବିଧାନ ସଭା ସମ୍ମୁଖରେ ରାଜ୍ୟ ସ୍ତରୀୟ ବିକ୍ଷୋଭ ଭୂବନେଶ୍ବରରେ 16 ଗୋଟି ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବା କାର୍ଯ୍ୟ ବନ୍ଧ ଆନ୍ଦୋଳନ କରାଯିବା ନେଇ ନିଷ୍ପତ୍ତି କରିଥିଲେ । ସରକାରୀ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା ଭଳି ପାଇଲଟ୍ ପ୍ରୋଜେକ୍ଟକୁ ସଫଳ କରିବା ପାଇଁ ପାଚିକା ସହାୟିକାମାନେ ଦୀର୍ଘ ଦୁଇ ଦଶଦ୍ଦିରୁ ଉର୍ଦ୍ଦ୍ବ ସମୟ ଧରି ବିନା ଛୁଟିରେ ବହୁ ଦୁର୍ଦ୍ଦଶା ଓ ଅସୁବିଧା ମଧ୍ୟ ଦେଇ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଓ ପରିଚାଳନା ଦିନ 10 ଘଣ୍ଟିକା ଠାରୁ ଅପରାହ୍ନ 03 ଘଣ୍ଟିକା ପର୍ଯ୍ୟନ୍ତ ଧାରାବାହିକ ଆନ୍ଦୋଳନ ଫଳରେ ପାଚିକା ମାଆମାନେ ମୂଲ୍ୟ-100 ଟଙ୍କାରୁ 1,400 ଟଙ୍କା ପାରିଶ୍ରମିକ ସକ୍ଷମହୋଇଛନ୍ତି ।
60 ବର୍ଷ ହେବା ଯୋଗୁଁ ଓ ରାଜ୍ୟରେ ପ୍ରଥମେ 966 ପରେ 14379 ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ଯୋଗୁଁ ହଜାର ହଜାର ପାଚିକା ସେମାନଙ୍କର କାମ ଧନ୍ଦା ହରାଇଛନ୍ତି । କିନ୍ତୁ ସେମାନଙ୍କୁ କୌଣସି ପ୍ରକାର ଅନ୍ୟ କ୍ଷେତ୍ରରେ ନିଯୁକ୍ତି ଦେବାର ବ୍ୟବସ୍ଥା କରି ନାହାଁନ୍ତି । ପାଚିକା ମାଆ ମାନଙ୍କର 2009 ମସିହା ଡିସେମ୍ବର ମାସରୁ କେନ୍ଦ୍ର ସରକାର ମୂଲ୍ୟ- 1,000 ଟଙ୍କାକୁ ବୃଦ୍ଦି କଲେ ମଧ୍ୟ ରାଜ୍ୟ ସରକାର 2012 ଏଫ୍ରିଲ ମାସ ଠାରୁ କାର୍ଯ୍ୟକାରୀ କରୁଥିଲେ । କିନ୍ତୁ ଉକ୍ତ 28 ମାସର ବର୍ଦ୍ଦିତ ବକେୟା ପାରିଶ୍ରମିକ ପ୍ରଦାନ କରିବା ପାଇଁ ବହୁତ ଆନ୍ଦୋଳନ ଏବଂ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ପ୍ରଦାନ କରିଥିବା ଜଣାପଡିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟରୁ ବାଦା ଦେବା ପାଇଁ ଘରୋଇ ସଂସ୍ଥାକୁ ହସ୍ତାନ୍ତର ଏବଂ ବିଭିନ୍ନ ଆଇନ ପ୍ରଣୟନ୍ନ କରି ଚାଲିଛନ୍ତି ।
ତେଣୁ ଦକ୍ଷିଣ ଓଡିଶା ପାଚିକା ସହାୟିକା ମାଆମାନଙ୍କର ଅଗ୍ନି ଜ୍ବଳନ୍ତ ସମସ୍ୟାକୁ ନେଇ ନିମ୍ନୋକ୍ତ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏଆଇଟିୟୁସି ସହ ବନ୍ଧିତ ନିଖିଳ ଓଡିଶା ଏମ ଡି ଏମ୍,ଏଚ୍ ଏମ୍ ଏସ୍ ସହ ବନ୍ଧିତ ପାଚିକା ସହାୟିକା ସଂଘ,ସି ଆଇ ଟି ୟୁ ସହ ବନ୍ଧିତ ଆଲ୍ ଓଡିଶା ପାଚିକା ସହାୟିକା ସଂଘ,ଏ ଆଇ ୟୁ ଟି ୟୁ ସି ସହ ବନ୍ଧିତ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ,ଏ ଆଇ ସି ସି ଟି ୟୁ ସହ ବନ୍ଧିତ ଦକ୍ଷିଣ ଓଡିଶା ପାଚିକା ମହା ସଂଘ ପକ୍ଷରୁ ସି ପି ଆଇ (ଏମ୍ ଏଲ୍) ଜିଲ୍ଲା ସମ୍ପାଦକ ଶ୍ରୀ-ତ୍ରୀପତି ଗମାଙ୍ଗ ସୂଚାୟ ରୂପେ ଅବଗତ କରାଇଥିଲେ । ଉକ୍ତ ବୈଠକରେ ପଦ୍ମା ଶବର, ହେମଲତା ବେହେରା, ଫିଲ୍ମେନି ଶବର,ବାସନ୍ତି ଶବର, ଚନ୍ଦ୍ରାବତୀ ଶବର ଏହି ବୈଠକରେ ଶତାଦ୍ଦିକ ପାଚିକା ମାଆମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.