ଗତ ବର୍ଷ ଶାସକ ଦଳର ନେତା ମନ୍ତ୍ରୀଙ୍କ ସହ ଯାଇ ପଞ୍ଚାୟତ ଠାରୁ କାହ୍ନୁ ଗୁଡା ପର୍ଯ୍ୟନ୍ତ ନୂତନ ରାସ୍ତା ପାଇଁ ଭିତ୍ତପ୍ରସ୍ତର ସ୍ଥାପନ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟ ହେଲା କିନ୍ତୁ ଉକ୍ତ ରାସ୍ତା କାହ୍ନୁ ଗୁଡା ଗ୍ରାମକୁ ସଂଯୋଗ ହୋଇନଥିବା ଗ୍ରାମବାସୀ ମାନେ କହିଛନ୍ତି । ଏ ନେଇ କାହ୍ନୁ ଗୁଡା ଗ୍ରାମରେ ଗ୍ରାମବାସୀ ତଥା ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବି ଙ୍କୁ ନେଇ ଏକ ବୈଠକ ବସିଥିଲା , ଉକ୍ତ ବୈଠକରେ ନିଷ୍ପତ୍ତି ନିଆଗଲା ଓ ଏକ ଜନମଞ୍ଚ ଗଠନ କରାଯାଇ ଉକ୍ତ ଜନମଞ୍ଚ ରେ ଗ୍ରାମବାସୀ ସହ ନେତା, ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସାମିଲ କରାଯାଇ ଏକ ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତି ନିଆଯାଇଛି । ସୂଚନା ମୁତାବକ ରାୟଗଡ଼ା ଜିଲ୍ଲାପାଳଙ୍କୁ ମିଶି ଏହି ବିଷୟ କୁ ଉପସ୍ଥାପନା କରିବା ସହ ୧୫ ଦିନ ମଧ୍ୟରେ ଏହାର ସ୍ଥାୟୀ ସମାଧାନ ନକଲେ ପଞ୍ଚାୟତ ଓ ବ୍ଳକ କାର୍ଯ୍ୟଳୟ ଆଗରେ ଗଣ ଧାରଣା ଦିଆଯିବ ବୋଲି ଉକ୍ତ ଗ୍ରାମର ତହସିଲ ମାଝୀ, ଶଙ୍କର ମାଝୀ, କୃଷ୍ଣ ମାଝୀ, ଦୀନବନ୍ଧୁ ମାଝୀ ଓ ଟଙ୍କଧର ସାହୁ କହିଛନ୍ତି ।
ସୂଚନା ମୁତାବକ କିଛି ବର୍ଷ ପୂର୍ବେ ବର୍ଷା ଦିନରେ ନଦୀ ପାର ହୋଇ ବାହାର ଗାଁ କୁ ଯିବା ସମୟରେ ୨ ଜଣ ବ୍ୟକ୍ତି ଭାସିଯାଇ ପ୍ରାଣ ହରାଇଥିବା ବେଳେ ଗର୍ଭବତୀ ମହିଳାଙ୍କୁ ଖଟିଆ ଓ ଚୌକି ରେ ବୋହି ପାର କରିବା ଦୃଶ୍ୟ ନିତିଦିନିଆ ହୋଇଗଲାଣି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ଗ୍ରାମରେ ଗୋଟିଏ ସ୍ୱାସ୍ଥ୍ୟ ଉପ କେନ୍ଦ୍ର ଥିବା ବେଳେ ଏଯାବତ୍ ଏହାର ଶୁଭାରମ୍ଭ ହୋଇନଥିବା ଓ ଅଙ୍ଗନୱାଡ଼ି କେନ୍ଦ୍ର କଥା ନକହିବା ଭଲ ବୋଲି ତହସିଲ ମାଝି କହିଛନ୍ତି । ଏହି ଗ୍ରାମରେ ରାସ୍ତା ଖଣ୍ଡିଏ ନଥିବା ବେଳେ ଗାଁ ର ଉନ୍ନତି କିଭଳି ହୋଇଛି ତାହା ଏହି ଗାଁକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି ।
© 2023 Odisha Taza News.