ସଂଧ୍ୟା ସମୟରେ ୩ ଜଣ ମହିଳା ଓ ୨ ଜଣ ପୁରୁଷ ୬ ଟି ବ୍ୟାଗ ଧରି ଅଟୋ ଷ୍ଟାଣ୍ଡରୁ ଷ୍ଟେସନ ଦିଗକୁ ଯିବାକୁ ଉଦ୍ୟମ କରିଥିବା ସମୟରେ ଚାରିଆଡୁ ପୋଲିସ ସେମାନଙ୍କୁ କାବୁ କରିନେଇ ଥାନାକୁ ଆଣିଥିଲେ।ଗିରଫ ମହିଳା ଗଞ୍ଜେଇ ଚୋରା ଚାଲାଣକାରୀ ମାନେ ହେଲେ ସବିତା ଦିଗାଲ(୫୩) ,ମିନତୀ ଦିଗାଲ(୫୦) ,କନକ ଦିଗାଲ (୨୬) ଏବଂ ଗିରଫ ପୁରୁଷ ଗଞ୍ଜେଇ ଚାଲାଣକାରୀ ହେଲେ ସୁରଜ ଦିଗାଲ(୨୯) , ଅନୀଲ ଦିଗାଲ(୩୧) । ଏମାନେ ସମସ୍ତେ ଫୁଲବାଣୀ ଥାନା ଅନ୍ତର୍ଗତ ପିସୁ ପଦର ଗ୍ରାମର ବୋଲି ତଦନ୍ତ ସମୟରେ ଜଣାପଡିଛି । ଏଇ କେତେଦିନ ହେବ ଗଞ୍ଜେଇ ଚୋରାଚାଲାଣ କରିବା ପାଇଁ ମାଫିଆମାନେ ନୂତନ ପନ୍ଥା ଆପଣାଉଥିବା ଦେଖିବାକୁ ମିଳୁଛି ।
ବର୍ତ୍ତମାନ ଏହି ବେପାର ଆଉ ଚାଲାଣ ପାଇଁ ସେମାନେ ପ୍ରାୟତଃ ମହିଳାମାନଙ୍କୁ ନିୟୋଜିତ କରୁଥିବା ଦେଖିବାକୁ ମିଳୁଛି । ସେ ଯେତେଯାହା ତରୀଖା କଲେ ମଧ୍ୟ ମୁନିଗୁଡା ଏସ୍ଡିପିଓ ଓ ଆଇଆଇସୀଙ୍କ ତୀକ୍ଷଣ ନଜରରୁ ଏହି ଗଞ୍ଜେଇ ମାଫିଆ ବର୍ତ୍ତିଯାଇ ପାରୁନାହାନ୍ତି । ମୁନିଗୁଡା ପୋଲିସ ଏହି ପାଞ୍ଚ ଗଞ୍ଜେଇ ବେପାରୀଙ୍କୁ ଗଞ୍ଜେଇ ସହିତ ଗିରଫ କରି କେଶ ନଂ୧୫/୨୩ରେ ଏନ୍ଡ଼ିପିସି ଆକ୍ଟ ୨୦ବିସି-୨୯ରେ ମାମଲା ରୁଜୁକରି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ମୁନିଗୁଡା ପୋଲିସର ଗଞ୍ଜେଇ ଚାଷ,ବେପାର ଓ ଚାଲାଣ ବିରୁଦ୍ଧରେ ଅଭିଯାନକୁ ସାଧାରଣରେ ପ୍ରସଂଶା ମିଳୁଥିବା ବେଳେ ଗଞ୍ଜେଇ ଗଡରେ କୋକୁଆ ଭୟ ଖେଳିଯାଉଛି।
© 2023 Odisha Taza News.