ଅଭିଯୁକ୍ତ ଠାରୁ ୮ ଖଣ୍ଡ ପାଞ୍ଚଶହ ଟଙ୍କିଆ , ୭ ଖଣ୍ଡ ଦୁଇଶହ ଟଙ୍କିଆ , ୧୧ ଖଣ୍ଡ ଶହେ ଟଙ୍କିଆ ଜାଳ ନୋଟ ଜବତ କରିଥିବା ପୋଲିସ ସୂଚନା ଦେଇଛି। ତଦନ୍ତ ସମୟରେ ଅଭିଯୁକ୍ତ ର ଘରୁ ଜାଲ ନୋଟ ସହ ନଗଦ ୩୧ ହଜାର ୩୦୦ ଟଙ୍କା ଜବତ କରିଥିବା ଜଣାଯାଇଛି । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୩୩/୨୩ ରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇ ଥିବା ଥାନା ଏସ ଆଇ ଗୋପିନାଥ ମହାକୁଡ ପ୍ରକାଶ କରିଛନ୍ତି। ତଦନ୍ତ ର ନେତୃତ୍ୱ ପାଟଣାଗଡ ଏସ ଡି ପି ଓ ଜ୍ୟୋତିର୍ମୟ ଭୁକ୍ତା ନେଇଥିବା ବେଳେ ଜାଲ ନୋଟ୍ କାରବାର ର ଚେର ଖୋଜୁଥିବା ଜଣାଯାଇଛି ।
© 2023 Odisha Taza News.