ସରକାରୀ ବିଦ୍ୟାଳୟ ମାନଙ୍କ ରେ ମଧ୍ୟାହ୍ନ ଯୋଜନା ଭଳି ପାଇଲଟ୍ ପ୍ରୋଜେକ୍ଟ ସଫଳ କରିବା ପାଇଁ ଦଶର୍ଦ୍ଦରୁ ଉର୍ଦ୍ଦ୍ବ ସମୟ ଧରି ବିନା ଛୁଟିରେ ବହୁତ କଷ୍ଟ ଓ ଅସୁବିଧା ମଧ୍ୟ ଦେଇ ଅତିକ୍ରମ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟାହ୍ନ ଭୋଜନ କାମ କରିବା ସହିତ ପାଚିକା ମାଆମାନଙ୍କୁ ବିଦ୍ୟାଳୟର ଅନ୍ୟ ଅନ୍ୟ କାମ କରିବା ପାଇଁ ବାଧ୍ୟତା ମୂଳକ କାମ କରାଯାଉଛି ।
ପାଚିକା ସହାୟିକା ସଂଘ ନେତୃତ୍ବରେ ଆନ୍ଦୋଳନ ହେବା ଫଳରେ ମୂଲ୍ୟ-100/-ଟଙ୍କା ପାଉ ଥିବା ପାଚିକା ମାଆମାନେ ବର୍ତ୍ତମାନ ମାସିକ-26,000/-ଟଙ୍କା ପାରିଶ୍ରମିକ ପାଇବାକୁ ସକ୍ଷମ ହୋଇଥିବା ଆଜି ସାମ୍ବାଦିକ ସମ୍ମିଳନୀ କହିଛନ୍ତି। ପାଚିକା ଓ ସହାୟିକା ମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନରେ ସ୍ଥାୟୀ ସରକାରୀ କର୍ମଚାରୀର ମାନ୍ୟତା ଓ ସର୍ବ ମଜୁରୀ ପ୍ରଦାନ ଯାଉନାହିଁ । ଅପର ପକ୍ଷରେ ସରକାର ଦିଗରୁ ପାଚିକା ସହାୟିକା ମାନଙ୍କୁ କାମରୁ ବହିସ୍କାର କରିବା ପାଇଁ ବହୁତ ନୀତି ନିୟମ ଆଇନ୍ ଗତ ପ୍ରଣୟନ୍ନ କରୁଥାନ୍ତି ।
ଏହି ବିଷୟ ପ୍ରେକ୍ଷୀରେ ଶ୍ରମିକ ସଂଘଠନ ଏଆଇୟୁଟିସ୍, ଏଆଇ ସ ସିଟିୟୁ ମଧ୍ୟାହ୍ନ ଭୋଜନ ପାଚିକା ମହା ସଂଘ ମିଳିତ ମଞ୍ଚ ପକ୍ଷରୁ ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହା ସଂଘର ସିପିଆଇ (ଏମ୍ ଏଲ୍) ଜିଲ୍ଲା ସମ୍ପାଦକ ଶ୍ରୀ-ତ୍ରୀପତୀ ଗମାଙ୍ଗ ସୂଚାୟ ରୂପେ କହୁଥିଲେ । ଏହି ବୈଠକରେ ସଭାପତି ଶ୍ରୀମତୀ-ପାର୍ବତୀ ଶବର,ବୃନ୍ଦାବନ ବିଡିକା,ଜୟନ୍ତୀ ଶବର,କୁନ୍ତଳା ମାଝୀ,ଦୀପ୍ତି ବେବରିଆ,ଯୋଗେସିନି ପାଣିଗ୍ରାହୀ,ରୀତା ମ୍ବଲି,ଯଶୋଦା ଶବର,ରଶ୍ମିତା ଶବର ବୈଠକ ମଧ୍ୟରେ ବହୁତ ଲୋକେ ଶ୍ରମିକମାନେ ଉପସ୍ଥିତ ଥିଲେ ।
© 2023 Odisha Taza News.