ଅପର ଲାନ୍ଥ ଜଳସେଚନ ପ୍ରକଳ୍ପ ହେବା ଦ୍ବାରା ବେଲପଡା ବ୍ଳକ ର ହଜାର ହଜାର ଚାଷୀ ଉପକୃତ ହେବେ ଓ ଅଞ୍ଚଳର ବିକାଶ ଆଗକୁ ଯାଇପାରିବ ବୋଲି ଅନୁମାନ କରାଯାଏ।ବିଧାୟକ ସରୋଜ କୁମାର ମେହେର ଙ୍କ ଏଭଳି ମନୋଭାବ ଯୋଗୁଁ ଅଞ୍ଚଳବାସୀ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପର ଲାନ୍ଥ ଜଳସେଚନ ପ୍ରକଳ୍ପ ର ବହୁତ ଶିଘ୍ର ଶୁଭାରମ୍ଭ ହେବ ବୋଲି ବିଧାୟକ ଶ୍ରୀ ମେହେର ସୂଚନା ଦେଇଛନ୍ତି।
ଏମିତି କି ବିଧାୟକ ଙ୍କ ପ୍ରଚେଷ୍ଟାରେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ରେ ଥିବା ପ୍ରସିଦ୍ଧ ଶୈବପୀଠ ହରିଶଙ୍କରର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨୫ କୋଟି ଟଙ୍କା ଅନୁଦାନ ଦେଇଛନ୍ତି।ଏହିପରି ପାଟଣାଗଡ଼ ରେ ନୂତନ ନିର୍ମାଣ ହେଉଥିବା ଉପଖଣ୍ଡ ଚିକିତ୍ସାଳୟ ପାଇଁ ରାଜ୍ୟ ସରକାର ୬୬ କୋଟି ଟଙ୍କା ଅନୁଦାନ ଦେଇଥିବା ଜଣାପଡିଛି । ପାଟଣାଗଡ଼ ଉପଖଣ୍ଡ ବେଲପଡା, ଖପ୍ରାଖୋଲ, ପାଟଣାଗଡ଼ ଅଞ୍ଚଳବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ସରୋଜ କୁମାର ମେହେର ଙ୍କୁ ଅଞ୍ଚଳବାସୀ ପ୍ରଶଂସା କରୁଥିବା ଜଣାପଡିଛି ।
© 2023 Odisha Taza News.