No Result
View All Result
୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଜନଶୁଣାଣି କରିଛନ୍ତି। ଏଥିରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୋଟ ୭୨ ଅଭିଯୋଗ ହୋଇଥିଲା। ସେଥି ମଧ୍ୟରେ ୪୯ ବ୍ୟକ୍ତିଗତ ସମସ୍ୟା ରହିଥିବା ବେଳେ ୨୩ଟି ସାମୂହିକ ସମସ୍ୟାର ସମାଧାନ ପାଇଁ ଜନସାଧାରଣ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହିପରି ୩ ଜଣଙ୍କୁ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୫ ହଜାର ଟଙ୍କା ସହାୟତା କରାଯାଇଥିଲା। ସେହିପରି ବାଡ଼ାବାଙ୍ଗା ପଞ୍ଚାୟତରେ ଚିକିତ୍ସା କେନ୍ଦ୍ର କରାଯିବା ସହ ମୋବାଇଲ ଟାୱାର, ବସୁଧା ଯୋଜନାରେ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯାଉ ଥିବା ବେଳେ ରାସ୍ତା ସମ୍ପ୍ରସାରଣ ଯୋଗୁ ପାଇପ୍ଗୁଡିକ ନଷ୍ଟ ହେଉଛି।
ଏନେଇ ତୁରନ୍ତ ମରାମତି କରି ଜନସାଧାରଣଙ୍କୁ ପାଣି ଯୋଗାଇଦେବାକୁ ସରପଞ୍ଚ ପ୍ରସନ୍ନ ପ୍ରଧାନ ଜିଲାପାଳ ଙ୍କୁ କହିଥିଲେ। ସେହିପରି ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ଭୂସ୍ଖଳନ ହୋଇଥିଲା। ସେଠାକାର ବାସିନ୍ଦାଙ୍କୁ ପ୍ରଶାସନ ଅନ୍ୟତ୍ର ଥଇଥାନ କରୁଥିବା ବେଳେ ଉକ୍ତ ଗାଁ ନିକଟବର୍ତ୍ତୀ ତାମାଙ୍ଗି ଗ୍ରାମର ମଧ୍ୟ ୩୫୦ ପରିବାରଙ୍କୁ ପକ୍କାଘର ଯୋଗାଇ ଅନ୍ୟତ୍ର ଥଇଥାନ କରିବାକୁ ଦାବି କରିଛନ୍ତି। ଏପରିକି ଦିବ୍ୟାଙ୍ଗମାନଙ୍କୁ ମୌଳିକ ସୁବିଧା ସହ ଆବାସ ଯୋଜନାରେ ସାମିଲ କରିବା ସହିତ ମୋବାଇଲ ଟାୱାର ସ୍ଥାପନ ଆଦି ଅଭିଯୋଗ ହୋଇଛି। ଅଭିଯୋଗ ଶୁଣାଣି ବେଳେ ବାଲିଗୁଡ଼ା ଏସ୍ଡିପିଓ ରୋହିତ ବର୍ମା, ଦାରିଙ୍ଗବାଡ଼ି ତହସିଲଦାର ଡ. ଅଶୋକ କୁମାର ଦାସ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ଜିଲା ଉପଖଣ୍ଡ ଓ ବ୍ଲକସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

No Result
View All Result