ଶିକ୍ଷା ଲାଭ ଓ ଏକତା ସହ ଚାକିରି କ୍ଷେତ୍ରରେ ସମାଜର ପୁଅ ଝିଅ ଅଧିକ ରୁ ଅଧିକ ପାଇପାରିବେ ସେ ନେଇ ଚେଷ୍ଟିତ ହେଲେ ଦୂର୍ବଳ ପିଢି ସଵଳ ହୋଇପାରିବ : ଯୁବ ନେତା ଭୋଜରାଜ ସିଂ ବରିହା । ସମାଜ ର ପୁଅଝିଅ ମାନଙ୍କୁ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ବାଧ୍ୟତାମୂଳକ : ଉପଲାଟ ସଭାପତି ଚନ୍ଦ୍ର ଶେଖର ବାଗ । ମନ ରୁ ହିଂସା ମନୋଭାବ ଦୂର କରିବା ସହ ସମାଜର ମାଁ ମାନେ ଆଗେଇ ଆସିଲେ ସମାଜ ବିକାଶ ହେବ : ଚେୟାରମେନ ରଞ୍ଜିତ ସିଂ ବରିହା ।ଶିକ୍ଷା ହିଁ ସମାଜ ର ମୂଳ ଦୂଆ : ମୂଖ୍ୟ ବକ୍ତା ଶଙ୍କର ପ୍ରସାଦ ମାଝୀ । ବୁଦ୍ଧି ଓ ଏକତା ବଳରେ ସବୁ କିଛି ଜାଣି ପାରିବା : ଲାଟସଭାପତି ହୃଷିକେଶ ବରିହା ଶିକ୍ଷା କ୍ଷେତ୍ରରେ ୯୦ ଶତକଡା ମାର୍କ ରଖି ପାସ କଲେ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବି : ସଂପାଦକ ଆଶାରାମ ବରିହା । ବିଶ୍ବାସଘାତକତା ହିଁ ସମାଜ କୁ ଦୂର୍ବଳ କରିଥାଏ ଏଣୁ ବିଶ୍ବାସଘାତକତା ଦୂର କରିବା ପାଇଁ ଆହ୍ୱାନ : ଅବସରପ୍ରାପ୍ତ ସେନା କର୍ମଚାରୀ ଲାଲବାହାଦୁର ବରିହା ୨୬ ଫେବୃଆରୀ,ରବିବାର (ଓଡ଼ିଶା ତାଜାନ୍ୟୁଜ ) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଲୁହାରପାଲି ଠାରେ ସର୍ବ ଭାରତୀୟ ବିଂଝାଲ ସମାଜ ର ବ୍ଳକ ସ୍ତରୀୟ ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବାର୍ଷିକ ସଭା ଅନୁଷ୍ଠିତ ପୂର୍ବରୁ ଅତିଥି ମାନଙ୍କୁ ଗାଁ ମୁଣ୍ଡର ବିଂଝଲ ସମାଜ ଶତାଧିକ ମହିଳା ପୁରୁଷ ଏକ ବିରାଟ ଶୋଭାଯାତ୍ରାରେ କଲଙ୍ଗିନାଚ ର ତାଳେତାଳେ ପାଛୋଟି ଅଣାଯାଇଥିଲା ସଭାସ୍ଥଳକୁ । ପରେ ସମାଜ ଇଷ୍ଟଦେବୀ ମାଁ ବିନ୍ଧ୍ୟବାସିନୀ ଓ ସ୍ଵର୍ଗତ ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କ ଫୋଟୋ ଚିତ୍ର ରେ ଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଲାଟସଭାପତି ହୃଷିକେଶ ବରିହା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥିମାନଙ୍କୁ ଫୁଲ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ଳକ ସଭାପତି କରୁଣା ବରିହା ବାର୍ଷିକ ବିବରଣୀ ପଠନ କରାଯାଇଥିବା ବେଳେ ବାରଭାଇବେଣ୍ଟକାର ସଦସ୍ୟ ସୁର୍ଦଶନ ବରିହା ସଭା ପରିଚାଳନା କରିଥିଲେ । ଏଥିରେ ମୂଖ୍ୟ ଅତିଥି ଭାବେ ପଦ୍ମପୁର ବିଧାନ ସଭା ର ଯୁବନେତା ଭୋଜରାଜ ସିଂ ବରିହା , ଶିକ୍ଷାବିତ ଶଙ୍କର ପ୍ରସାଦ ମାଝୀ ମୂଖ୍ୟ ବକ୍ତା , ଉପଲାଟାସଭାପତି ଚନ୍ଦ୍ର ଶେଖର ବାଗ , ସଂପାଦକ ଆଶାରାମ ବରିହା , ବଲାଙ୍ଗୀର ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା , କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା , ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା , ଲାଲ ବାହାଦୁର ସିଂ ବରିହା ,ବ୍ଳକ ସଭାପତି କରୁଣା ବରିହା ,ପଦ୍ମପୁର ବ୍ଳକ ଚେୟାରମେନ ରଞ୍ଜିତ ବରିହା , ଅଶ୍ଵିନୀ ଭୋଇ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମାଜ ଆଗକୁ ବଢ଼ିବାରେ ରେ ଶିକ୍ଷା ହିଁ ମୂଳଦୂଆ ଅଟେ ଏବଂ ଶିକ୍ଷା ଲାଭ କରିବା ପାଇଁ ସମସ୍ତେ ସଚେତନ ହୋଇ ପୁଅ ଝିଅମାନଙ୍କୁ ଉଚ୍ଚ ଶିକ୍ଷାଲାଭ କରିବା ପାଇଁ ବିଭିନ୍ନ ସ୍କୁଲ କଲେଜ, ବିଶ୍ଵବିଦ୍ୟାଳୟ ତଥା ବୈଷୟିକ ଜ୍ଞାନକୋୖଶଳରେ ଆରୋହଣ କରିବା ସହ ନିଶା କୁ ପରିତ୍ୟାଗ କରିବାକୁ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ । ସିଂହ ଭଲି ଶତବଳକ୍ରମି ବନ୍ୟଜନ୍ତୁ କୁ ମଧ୍ୟ ଏକତା ବଳ ରେ ପରାସ୍ତ କରିପାରିବେ ବୋଲି ଉଦାହରଣ ଦେବା ସହ ଏକତା ଓ ନିଃସ୍ୱାର୍ଥପର ସମାଜ ସେବା କରିବାକୁ ଆଗେଇ ଆସିବାକୁ ଲାଟସଭାପତି ଶ୍ରୀ ବରିହା ଆହ୍ୱାନ କରିଥିଲେ । ସମାଜ ରେ ୯୦ ଶତକଡା ମାର୍କ ରଖି ପାସ କରିବେ ସେହି ପୁଅ ଝିଅ ଙ୍କୁ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ୨୦ ହଜାର ଟଙ୍କା ସହାୟତା ରାଶି ସହଯୋଗ ପ୍ରଦାନ କରିବା ପାଇଁ ସଂପାଦକ ଆଶାରାମ ବରିହା ସଭା ରେ ଘୋଷଣା କରିଥିଲେ ।ପୂର୍ବ ପୁରୁଷ ରୁ ବିଂଝାଲ ସମାଜ ବସବାସ କରିବା ସହ ବିଶାଳ ଖଣ୍ଡ ର ଜମି ବାଡ଼ି ଅଧିକାରୀ ଥିବା ବେଳେ ନିଶା ସେବନ ରେ ସର୍ବ ସ୍ବାନ୍ତ ହୋଇ ପଡିଛନ୍ତି । ତେଣୁ ସମସ୍ତେ ଶିକ୍ଷା ଲାଭ କରିବା ପାଇଁ ଏକ ଗିତ ମାଧ୍ୟମରେ ଆଲୋକପାତ କରିଥିଲେ । ଲୁହାରପାଲି ଠାରେ ମାଁ ବିନ୍ଧ୍ୟବାସିନୀ ମନ୍ଦିର ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ଅନୁଦାନ ଅର୍ଥ ଯୋଗାଇ ଦେବାକୁ ତୁଲାରାମ ଲୁହାର ଅନୁରୋଧ କରିଥିଲେ । ବନପାଳ ଅଶ୍ଵିନୀ ଭୋଇ ପରିବେଶ ସୁରକ୍ଷା ଜୀବନ ରକ୍ଷା କରିବା ସହ ସମାଜର ସାମାଜିକ ନିତୀ ନିୟମ କୁ ମାନିଚଳିବା ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ୨୨ ଟି ପଞ୍ଚାୟତ ର ସଭାପତି , ସଂପାଦକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସର୍ବ ଭାରତୀୟ ବିଂଝାଲ ସମାଜ ଶତାଧିକ କର୍ମ କର୍ତ୍ତା ସହ ବାରଭାଇ ବେଣ୍ଟକାର ର ସଦସ୍ୟ ମାନେ ସହଯୋଗ କରିଥିଲେ । ସମାଜ ର ବ୍ୟଙ୍ଗ କବି ସୂଦର୍ଶନ ବରିହା ନିଜର ବ୍ୟଙ୍ଗ କବିତା ମାଧ୍ୟମରେ ସଭା ପରିଚାଳନା କରିଥିଲେ ।