୧୯୮୩ ମସିହାରେ ସ୍ଵର୍ଗତ ଉଦୟନାଥ ଚନ୍ଦନ ଙ୍କ ନେତୃତ୍ବରେ ଏହି କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ ଗଠନ ହୋଇଥିଲା । ଏହି ସମୟରେ ସଦସ୍ୟ ଭାବରେ ଛେଳିଆ ସାହୁ, ଉପେନ୍ଦ୍ର ମିଶ୍ର, ଦେବବ୍ରତ ମହାନ୍ତି, ବାଳକୃଷ୍ଣ ମିଶ୍ର,ସୁନିଲ ପାତ୍ର, ସତ୍ୟନାରାୟଣ ବାବୁ , ସୁବାଷ ଚନ୍ଦ୍ର ବାଗ , ସୁରେଶ ନାଏକ, ଲକ୍ଷ୍ମଣ ମେହେର,ଲାଲଚନ ଜୈନ ପ୍ରମୁଖ ରହିଥିଲେ । ତତମଧ୍ୟରୁ ଉଦୟନାଥ ଚନ୍ଦନ, ସୁବାଷ ଚନ୍ଦ୍ର ବାଗ, ସତ୍ୟନାରାୟଣ ବାବୁ ଲାଲଚନ ନୈନ ପ୍ରମୁଖ ସର୍ଗାରୋହଣ କରିଥିବା ବେଳେ ବାକିତକ ସଦସ୍ୟ ମାନଙ୍କୁ ମୂଖ୍ୟ ଅତିଥି ସାଂସଦ ଶ୍ରୀ ବିଶି ପୁଷ୍ପ ଗୁଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ବର୍ତ୍ତମାନ ଏହି କ୍ରମିନାଲ କୋର୍ଟ ବାର ଆସୋସିଏସନ୍ ର ସଦସ୍ୟ ସଂଖ୍ୟା ଏକ ଶହ ବୋଲି ସଭାପତି ଙ୍କ ଠାରୁ ଜଣାପଡିଛି । କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ ର କର୍ମକର୍ତ୍ତା ସଦସ୍ୟ ମାନଙ୍କ ଅନୁରୋଧ କ୍ରମେ ସାଂସଦ ଶ୍ରୀ ବିଶି ନିଜସ୍ଵ ପାଣ୍ଠି ରୁ ସଭାଗୃହ ଓ ଲାଇବ୍ରେରୀ ହଲ ପାଇଁ ୧୦ ଲକ୍ଷ ଟଙ୍କା ର ଅନୁଦାନ ପାଣ୍ଠ ଏକ ମାସ ମଧ୍ୟରେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଏଥି ସହ ଆଇନଜୀବୀ ମାନଙ୍କ ଭୂମିକା ଉପରେ ଖୁସି ପ୍ରକାଶ କରି ତାଙ୍କ ଦିଘାୟୁ କାମନା କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବାସୁଦେବ ପାଢ଼ୀ , ରାଜେଶ ପୁରୋହିତ, ଭକ୍ତ ରାମ ବାଗ, ପ୍ରକାଶ କୁମାର ଭୋଇ , ଶଙ୍କର ପ୍ରସାଦ ପ୍ରଧାନ , ରମେଶ ମହେର , କିଶୋର ସାହୁ,ଦୂର୍ଯ୍ୟୋଧନ ମେହେର ପ୍ରମୁଖ ଆଇନଜୀବୀ ଉପସ୍ଥିତ ଥିବା ବେଳେ ଶେଷରେ ହରିବନ୍ଧୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
© 2023 Odisha Taza News.