୨୫ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠରେ ଥିବା ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ବିଶ୍ଵବିଦ୍ୟାଳୟ ପରିସରରେ ଦ୍ୱିତୀୟ ଉତ୍କଳ କୃଷକ ମେଳା ବହୁତ ସଫଳତାର ସହ ସଂପୂର୍ଣ୍ଣ ହୋଇଛି | ଏହି କାର୍ଯ୍ୟକ୍ରମ ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମରୁ ବହୁ କୃଷକ ଯୋଗ ଦେଇଥିଲେ | ଆସିଥିବା କୃଷକ ମାନେ ବିଭିନ୍ନ କୃଷି ପ୍ରଯୁକ୍ତିବିଦ୍ୟା ଏବଂ ଚାଷ ପ୍ରଣାଳୀର ବିଷୟରେ ଅବଗତ ହେଇଥିଲେ | କୃଷକମାନେ ଅନେକ ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରି କୃଷି କ୍ଷେତ୍ରରେ ବର୍ତ୍ତମାନର ସମସ୍ୟା ଏବଂ ବିଭିନ୍ନ ସାମାଧାନ ବିଷୟରେ ବିଶେଷଜ୍ଞ ଏବଂ ଅଧ୍ୟାପକ ମାନଙ୍କ ଦ୍ୱାରା ଏହାର ସମାଧାନ ସମ୍ବନ୍ଧୀୟ ବାର୍ତ୍ତାଳାପ କରିଥିଲେ |
କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଗଜପତି ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି , ସେ କୃଷି ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ସହ ଜଡିତ ସମସ୍ତ ଷ୍ଟଲ ପରିଦର୍ଶନ କରିଛନ୍ତି ଏବଂ ସେ କୃଷକ ମାନଙ୍କ ସହ ଯୋଗାଯୋଗ କରିଥିଲେ ଏବଂ କୃଷକ ଏବଂ କୃଷି ଛାତ୍ରମାନଙ୍କ ପାଇଁ କିଛି ମୂଲ୍ୟବାନ ଚିନ୍ତାଧାରା ପ୍ରଦାନ କରିଥିଲେ । ୨ ୟ ଉତ୍କଳ କୃଷିମେଳାରେ ସରକାରୀ ତଥା ବେସରକାରୀ ସଂସ୍ଥା, ଏନ.ଜି.ଓ ଏବଂ ଅନ୍ୟାନ୍ୟ କୃଷି କ୍ଷେତ୍ରରୁ ଏକ ପ୍ରଭାବଶାଳୀ ଏବଂ ଭଲ ପ୍ରତିକ୍ରିୟା ମିଳିଥିଲା ଏବଂ ଏହି କାର୍ଯ୍ୟକ୍ରମ କୃଷକମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଛି |
ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଡା. ଅନୀତା ପାତ୍ର , ନିର୍ଦ୍ଦେଶକ ପ୍ରଶାସନ ଡ. ଦୁର୍ଗା ପାଢୀ ଏବଂ ଡିନ୍ (ଆଡମିନି) କୃଷି ଡ. ଏସ.ପି. ନନ୍ଦଙ୍କ ସହ ଆଲୋଚନା କରାଯାଇଥିଲା । କୃଷି ମେଳାରେ ଅଂଶଗ୍ରହଣ କରିଥିବା ସମସ୍ତ ମାନ୍ୟଗଣ୍ୟ ଅତିଥି, କୃଷକ ଏବଂ ସଂଗଠନକୁ ସେମାନେ କୃତଜ୍ଞତା ଜଣାଇଥିଲେ । ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଏବଂ କୃଷି ଜାଗରଣ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ବହୁତ କୃତଜ୍ଞତା ଜ୍ଞାପନ କରିବା ସହ ଭବିଷ୍ୟତରେ ସେମାନେ ଏହିପରି କାର୍ଯ୍ୟକ୍ରମ କରିବାକୁ ଉତ୍ସାହିତ ଅଛନ୍ତି | କ୍ଷୁଦ୍ର ଏବଂ ମଧ୍ୟବିତ୍ତ ଚାଷୀଙ୍କ ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଏନ.ଜି.ଓ ମାନଙ୍କୁ ଉତ୍ସାହିତ କରିଥିଲେ