No Result
View All Result
୨୫ଫେବୃଆରୀ ,୦୨/୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ା :– ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ସଭାଗୃହ ପରିସରରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଥାନା ଅଞ୍ଚଳରେ ପ୍ରତ୍ୟେକ ଦିନ ଘଟୁଥିବା ଦୁର୍ଘଟଣା କିଭଳି ରୋକାଯାଇ ପାରିବ , ଦ୍ରୁତଗାମୀ ଚାଳକଙ୍କୁ ସତର୍କତା କରାଇବା ସହ ପରବର୍ତ୍ତୀ ସମୟରେ ଯଦି ନ ମାନନ୍ତି ତାଙ୍କ ବିରୁଦ୍ଧରେ ଦୃଡ଼ କାର୍ଯନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ଲାଇସେନ୍ସ ରଦ୍ଦ କରିବା ଉପରେ ଆଲୋଚନା ହୋଇଥିଲା ।ବିଶେଷ କରି ଜେ କେ ପୁର ସହରର ଟ୍ରାଫିକ ସମସ୍ୟାକୁ ନେଇ ବିତ୍ରୁତ ଭାବେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଏହାକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ଉପସ୍ଥିତ ଜନ ସାଧାରଣ ମତ ପ୍ରକାଶ କରିଥିଲେ ।
ସେହିଭଳି ଦେଶୀ ଓ ଵିଦେଶୀ ମଦର ଚୋରା ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ଥାନା ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଚୋରୀ ଲୁଟ ରାହାଜାନୀକୁ ରୋକିବା ପାଇଁ ରାତ୍ରି ସମୟରେ ପେଟ୍ରୋଲୀଙ୍କୁ କୁ ବଡାଇବା ପାଇଁ ଅନୁରୋଧ କରାଯାଇଥିଲା । ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକୁ ରୋକିବା ପାଇଁ ଟ୍ରାଫିକ ଛକ ଠାରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ସି ସି ଟିଭି ଲଗାଇବା ଯୋଜନା ରହିଥିବା ଥାନା ଅଧିକାରୀ ପ୍ରକାଶ କରିଥିଲେ । ଚାନ୍ଦିଲି ଥାନା ଅଧିନରେ ଥିବା ପ୍ରତେକ ଗାଁରେ ବିଭିନ୍ନ ପ୍ରକାର ଅଘଟଣ କୁ ରୋକିବା ପାଇଁ ପେଟ୍ରୋଲିଂ ବ୍ୟବସ୍ଥା କରିବା ପାଇଁ ଗ୍ରାମାଞ୍ଚଳରୁ ଉପସ୍ଥିତ ଥିବା ଜନତା ଅନୁରୋଧ କରିଥିଲେ ।
ବିଶେଷକରି ଜେକେପୁର ଅଞ୍ଚଳରେ ଘଟୁଥିବା ଗୋଷ୍ଠି ସଙ୍ଘର୍ଷକୁ ରୋକି ତାହାର ସମାଧାନ କିଭଳି ନିଆଯିବ ସେ ବାବଦରେ ପୃଥକ ପୃଥକ ସଭାକରି ଉଭୟ ଗୋଷ୍ଟିଙ୍କୁ ବୁଝାଇ ସମାଧାନ କରିବା ପାଇଁ ଚେଷ୍ଟା କରା ଯିବବୋଲି ଥାନାଧିକାରୀ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ଚାନ୍ଦିଲି ଥାନାଅଧିକାରୀ ଯଦବନ୍ତ ହିଆଲଙ୍କ ନେତୃତ୍ୱରେ ହୋଇଥିବା ବେଳେ ରାୟଗଡା ଗ ଜୋନ ଜିଲା ପରିଷଦ ସଭ୍ୟା ସନ୍ଧ୍ୟା ପୁଲକା ଯୋଗଦେଇଥିବା ବେଳେ ସମସ୍ତ ଗ୍ରାମ ପଂଚାୟତ ସରପଞ୍ଚ , ଜେ କେ ପୁର ବଣିକ ସଂଘ ସଭାପତି , ଡ୍ରାଇଭର ମହାସଙ୍ଘର ସଭାପତି ବୁଦ୍ଧିଜୀବୀ ମାନ୍ୟଗଣ୍ୟଙ୍କ ସହ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।ଶେଷରେ ଚାନ୍ଦିଲି ଥାନା ଏସ ଆଇ ଅନିରୁଦ୍ଧ ଜାଲି ଉପସ୍ଥିତ ଜନସାଧାରଣ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result