ଏହି ଶିବିରରୁ ୨୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଶ୍ରୀ ଧର୍ମାନନ୍ଦ ବେହେରା, ଏଡିଏମ, ରାୟଗଡା ରକ୍ତଦାନ ଶିବିର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଉତ୍କଳ ଆଲୁମିନା, ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ହେଡ୍ ସିଏସଆର୍, ସିଆର୍ ଆଣ୍ଡ ସଷ୍ଟେନେବିଲିଟି, ଉତ୍କଳ ଆଲୁମିନା, ଡଃ.ଗୌତମ ପଟନାୟକ, ବ୍ଲଡ ବ୍ୟାଙ୍କ ଅଫିସର, ରାୟଗଡା, ଶ୍ରୀ ଗୋବିନ୍ଦ ନାଏକ, ପ୍ରେସିଡେଣ୍ଟ ଡିପି କମିଟି, ଶ୍ରୀ ଅଲାରାମ ବାତ୍ରା, ସେକ୍ରେଟାରୀ ଡିପି କମିଟି, ଶ୍ରୀ ଜୟଦାନ ନାଏକ, ପ୍ରେସିଡେଣ୍ଟ, କର୍ମଚାରୀ ୟୁନିୟନ, ଶ୍ରୀ ଜଗଜ୍ଜୀବନ ନାଏକ, ପ୍ରେସିଡେଣ୍ଟ, ଡ୍ରାଇଭର ସଂଘ କାଶିପୁର, ଶ୍ରୀ ମୁନ୍ନା ନାଏକ, ଟିକିରି ବଣିକ ସଂଘ ପ୍ରମୁଖ ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ।
ସମଗ୍ର ଦେଶରେ ରକ୍ତଦାନ ନିମନ୍ତେ ଆଗ୍ରହ ଓ ଉତ୍ସାହର ସହିତ ସଚେତନତା ସୃଷ୍ଟି କରୁଥିବା କିରଣ ବର୍ମା ଅନ୍ୟତମ ଅତିଥି ଭାବରେ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ସେ ରକ୍ତଦାତାମାନଙ୍କୁ ରକ୍ତ ଦାନ କରିବା ଏବଂ ଜୀବନ ବଞ୍ଚାଇବା ନିମନ୍ତେ ପ୍ରେରିତ ଏବଂ ଉତ୍ସାହିତ କରିଥିଲେ । ଶ୍ରୀ ବର୍ମା ଦିଲ୍ଲୀରୁ ପ୍ରାୟ ୧୧,୦୦୦ରୁ କିଲୋମିଟରରୁ ଅଧିକ ରାସ୍ତା ଚାଲିଚାଲି ଟିକିରିରେ ପହଞ୍ଚିଥିଲେ ଏବଂ ସେ ୨୧,୦୦୦ କିଲୋମିଟର ପଥ ପାଦରେ ଚାଲିଚାଲି ଅତିକ୍ରମ କରିବା ନିମନ୍ତେ ରଖିଥିବା ଲକ୍ଷ୍ୟ ହାସଲ ନିମନ୍ତେ ତାଙ୍କର ଯାତ୍ରା ଜାରି ରଖିବେ । ତାଙ୍କର ଉପସ୍ଥିତି ରକ୍ତଦାତାମାନଙ୍କୁ ବାସ୍ତବରେ ପ୍ରେରିତ କରିଥିଲା ।
ଡଃ.ଲାଲମୋହନ ରାଉତରାୟ, ସିଡିଏମ୍ଓ, ରାୟଗଡା ଏବଂ ଶ୍ରୀ ଭୀମସେନ ସବର, ସବ୍-କଲେକ୍ଟର ରାୟଗଡା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇଥିଲେ । ଜୀବନ ବଞ୍ଚାଇବା ନିମନ୍ତେ ରକ୍ତଦାନ ଏକ ସରଳ ଅଥଚ ଶକ୍ତିଶାଳୀ ମାଧ୍ୟମ ଏବଂ ଆମର ରକ୍ତଦାନ ରକ୍ତ ଆବଶ୍ୟକ କରୁଥିବା ଜଣକ ପାଇଁ ଜୀବନରେ ପରିବର୍ତ୍ତନକାରୀ ପାର୍ଥକ୍ୟ ଆଣିପାରିବ ବୋଲି ଉଲ୍ଲେଖ କରିବା ସହିତ ସେମାନେ ଏହି ପ୍ରୟାସକୁ ସମର୍ଥନ ଜଣାଇଥିଲେ ଏବଂ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ରାୟଗଡା ରକ୍ତଦାନ ଅଭିଯାନ ଆୟୋଜନ ନିମନ୍ତେ ଉତ୍କଳ ଆଲୁମିନାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଜୀବନ ବଞ୍ଚାଇବା ନିମନ୍ତେ ରକ୍ତଦାନର ଗୁରୁତ୍ୱକୁ ସେ ଦୋହରାଇବା ସହିତ ଭବିଷ୍ୟତରେ ଏହିଭଳି ବାରମ୍ବାର ଅଧିକ ଶିବିର ଆୟୋଜନ କରିବାକୁ ଟିମ୍କୁ ଉତ୍ସାହିତ କରିଥିଲେ ।
ରାୟଗଡା ସବ୍କଲେକ୍ଟର ଶ୍ରୀ ସବର ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ ଆୟୋଜନ କରିବାରେ ଉତ୍କଳ ଆଲୁମିନାର ନିରଳସ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଭବିଷ୍ୟତରେ ଏହି ଧରଣର ପ୍ରୟାସଗୁଡିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦିଆଯିବ ବୋଲି ସେ ମଧ୍ୟ ଆୟୋଜକମାନଙ୍କୁ ପୁନଃପ୍ରତିଶୃତି ଦେଇଥିଲେ । ନିଜର ଆୟୋଜନକାରୀ ଉଦ୍ବୋଧନରେ ଶ୍ରୀ ମଜହର ବେଗ୍, ୟୁନିଟ ହେଡ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା, ରକ୍ତଦାନ ମାନବ ସମାଜ ପ୍ରତି କିଭଳି ଏକ ଅମୂଲ୍ୟ ଅବଦାନ, ତାହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଜନସମୁଦାୟ ଏବଂ ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରତି ଉତ୍କଳ ଆଲୁମିନାର ପ୍ରତିବଦ୍ଧତା ସେ ପୁନଃପ୍ରକାଶ କରିଥିଲେ । ସେ କହିଥିଲେ, “ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହିତ ଏଭଳି ସହଯୋଗିତାକୁ ନେଇ ଆମେ ଏକ ସୁସ୍ଥ ଏବଂ ଦାୟିତ୍ୱସମ୍ପନ୍ନ ସମାଜ ଗଠନ ଦିଗରେ ପ୍ରତିବଦ୍ଧ ରହିଛୁ ।”

© 2023 Odisha Taza News.