ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଉକ୍ତ ପୀଠ କୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ,ସାଧୁ ସନ୍ଥ,ଭକ୍ତ,ଆସିଥାନ୍ତି l ପାହାଡ଼ ପାଦ ଦେଶରେ ମହାକାଳନ୍ତକ ଶିବ, ଶ୍ରୀ ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା,ଶ୍ରୀ ଲକ୍ଷ୍ମୀ, ହନୁମାନ ମନ୍ଦିର ରେ ଭକ୍ତମାନେ ପୂଜାର୍ଚନା କରିବାକୁ ଆସୁଛନ୍ତି l ସଇଁତଲା ବ୍ଲକ, ପାଟଣାଗଡ ବ୍ଲକ ଏବଂ ବେଲପଡା ବ୍ଲକ ର ସ୍ବେଛାସେବୀ, ଧର୍ମ ପରାୟଣ ବ୍ୟକ୍ତି ଏବଂ ଜନସାଧାରଣ ଏହି ଧର୍ମ ପୀଠ ର ହେଉଥିବା ବିଭିନ୍ନ ପର୍ବ,ପର୍ବାଣୀ ଯାନୀ,ଯାତ୍ରା ମହୋତ୍ସବ ପାଳନ କରନ୍ତି l
ଯାତ୍ରା ପର୍ବ ସମୟରେ ବଲାଙ୍ଗିର, କଳାହାଣ୍ଡି, ନୂଆପଡା, ବୌଦ୍ଧ, ଫୁଲବାଣୀ ଜ଼ିଲ୍ଲା ରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥାନ୍ତି l ତେଣୁ ଖପ୍ରାଡୁଙ୍ଗୁରି ଧାର୍ମିକ ପୀଠ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ସହିତ ପାନ୍ଥନିବାସ, ଧର୍ମଶାଳା, ବିଦ୍ୟୁତ, ଶୌଚାଳୟ, ଗୁମ୍ଫା ର ସୌନ୍ଦର୍ଯ୍ୟ କରଣ, ପାହାଡ଼ ରେ ପାହାଚ ଆଦି ର ଉନ୍ନତିକରଣ ଆବଶ୍ୟକତା ରହିଛି ବୋଲି ସାଂସଦ ଶ୍ରୀ ବିଶି ଚିଠି ରେ ଦର୍ଶାଇଛନ୍ତି l

© 2023 Odisha Taza News.