୨୪ ଫେବୃଆରୀ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ : - ବହୁ ପ୍ରତୀକ୍ଷିତ CT Scan ମେଶିନ ଯାହାକି ଜ଼ିଲ୍ଲା ବାସୀ ଙ୍କ ପାଇଁ ଏକ ଖୁସିର ଖବର ଆଣିଦେଇଛିl ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଙ୍କ ପ୍ରଚେଷ୍ଟାରେ ଆଜି ତାହା ସଫଳ ହୋଇପାରିଛି l ଏହି ମେସିନ ଲାଗିବା ଦ୍ଵାରା ପେସେଣ୍ଟ ଙ୍କୁ ଜିଲା ବାହାରକୁ ପଠାଯାଉଥିଲା କିନ୍ତୁ ବର୍ତ୍ତମାନ୍ ଏସବୁ ର ବ୍ୟବସ୍ତା ମାଗଣା ରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଦିଆଯିବା ସହ ଏହି ସେବା ଦିବା ରାତ୍ରି ଚବିଶି ଘଣ୍ଟା ଦିଆଯିବ ବୋଲି ମାନ୍ୟବର ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଗଣ ମାଧ୍ୟମକୁ ଜଣାଇଥିଲେ l ଏହି ଉଦଘାଟନ ଉତ୍ସବ ରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ସହିତ କନ୍ଧମାଳ ଜିଲାପାଳ ଶ୍ରୀଯୁକ୍ତ ଆଶିଶ ଇଶ୍ଵର ପଟେଲ ଓ ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ମନୋଜ କୁମାର ଉପାଧ୍ୟାୟ, ସ୍ପନ୍ଦନ ଦାଇଗନୋସ୍ଟିକ ଓଡିଶା ର ପରିଚାଳକ ମୁଖ୍ୟ ଶ୍ରୀଯୁକ୍ତ ସତ୍ୟ ସୁନ୍ଦର ବାସ ପ୍ରମୁଖ ଉପସ୍ଥିତ ଥିଲେ l ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସ୍ପନ୍ଦନ digonstic ସଂସ୍ଥା ଦ୍ଵାରା ହୋଇଥିବା ଚୁକ୍ତି ଅନୁସାରେ ଏହି CT Scan ମେଶିନ ର ସୁବିଧା ଉପଲବ୍ଧ ହୋଇପାରିଛି l ଯାହା ଫଳାରେ ସିଟି ସ୍କାନ ପାଇଁ ଆଉ ଜ଼ିଲ୍ଲା ବାହାରକୁ ଯିବାକୁ ପଡ଼ିବନି ବୋଲି ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି lଦୀର୍ଘ ଦିନ ଧରି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଏହି ସିଟି ସ୍କାନ ସେବା ଉପଲବ୍ଧ ନ ଥିବା ରୁ ଜ଼ିଲ୍ଲା ବାହାରକୁ ଯାଇ ପେସେଣ୍ଟ ଚିକିତ୍ସା ହେଉଥିଲେ ଏଂବ ବହୁତ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଥିଲା ବର୍ତମାନ ଓଡିଶା ସରକାର ଙ୍କ ଅନୁମୋଦିତ ଦ୍ଵାରା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବିନା ମୂଲ୍ୟ ରେ ଦିଆଯାଉଥିବା ରୁ କନ୍ଧମାଳ ଜ଼ିଲ୍ଲା ବାସି ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା l