ଏକ ମାସରୁ ଉର୍ଦ୍ଧ୍ବ ବିତାଇଯାଇଥିଲେ ମଧ୍ୟ ନିଖୋଜ ପୁଅର ଟେର ପାଇପାରୁ ନି ପୁଲିସ । ସାମ୍ବାଦିକ ସମ୍ମିଳନୀରେ ନିଖୋଜ ପୁଅ ର ଉଦ୍ଧାର ପାଇଁ ନିବେଦନ ସହ ସୂଚନା ପାଇଁ ୨୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ବାପା ମାଆ ।
୨୨ ଫେବୃଆରୀ ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ଥାନା ଅନ୍ତର୍ଗତ ସରମୁହାଣ ଗାଁ ର ଜଣେ ଶାସକ ଦଳର ନେତା ଯୋଗେନ୍ଦ୍ର ମେହେର ଙ୍କ ଦିବ୍ୟାଙ୍ଗ ସାନ ପୁଅ ଦୀପକ ମେହେର (୨୦) ନିଖୋଜ ହେବା ର ଏକ ମାସରୁ ଊର୍ଦ୍ଧ୍ବ ସମୟ ବିତାଇଯାଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳିପାରିନାହିଁ । ସ୍ଥାନୀୟ ପୁଲିସ, ବଲାଙ୍ଗୀର ଏସପି ଓ ବିଧାୟକ ଙ୍କୁ ଏସଂକ୍ରାନ୍ତରେ ଲିଖିତ ଅଭିଯୋଗ ପରେ ମଧ୍ୟ ଯୋଗେନ୍ଦ୍ର କୌଣସି ସୁଫଳ ପାଇପାରିନଥିଲେ । ଶେଷରେ ହତାଶ ହୋଇ ପୁଅର ନିଖୋଜ ଖବର କୁ ନେଇ କାଲେ ଆମ ପୁଅ ମିଳିଯିବା ଆଶାରେ ନିଖୋଜ ପୁଅ ର ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ମୋବାଇଲ ନମ୍ବର ୯୯୩୭୩୮୫୫୧୪ ,୯୧୭୮୪୪୪୨୦୩ ରେ ସୂଚନା ଦେଲେ ୨୦ ହଜାର ଟଙ୍କା ପୁରସ୍କାର ରାଶି ଦେବାକୁ ସେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଘୋଷଣା କରିଛନ୍ତି ।
ବାପା ଯୋଗେନ୍ଦ୍ର ମେହେର ଓ ମାଆ ଜୟଶ୍ରୀ ମେହେର ଙ୍କ କହିବା ମୁତାବକ କଥା କହିପାରୁ ନଥିବା ତାଂକ ଦିବ୍ୟାଙ୍ଗ ସାନ ପୁଅ ଦୀପକ ଗତ ଜାନୁଆରୀ ୧୬ ତାରିଖ ସୋମବାର ଦିନ ସରମୁହାଣ ରୁ ଏକ ବସ ଯୋଗେ ପାଟଣାଗଡ଼ କୁ ଯାଇଥିଲେ । ସିସିଟିଭି ଫୁଟେଜ ରୁ ମିଳିଥିବା ତଥ୍ୟ ଅନୁସାରେ ପାଟଣାଗଡ଼ କଲେଜ ଛକ ରୁ ମଧ୍ୟାହ୍ନ ସମୟରେ ମାଁ ମଙ୍ଗଳା ବସ୍ ରେ ଚଢି କଣ୍ଟାବାଞ୍ଜି ରେ ଉହ୍ଲାଇ ଇନ୍ଦିରା ଛକ ଠାରେ ଶେଷ ଥର ପାଇଁ ସେ ବୁଲୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । ଏହାପରେ ବାପା ପାଟଣାଗଡ଼ ଥାନାରେ ପୁଅର ନିଖୋଜ କୁ ନେଇ ଗତ ୧୭ ତାରିଖ ସକାଳେ ଏକ ଲିଖିତ ଅଭିଯୋଗ କରିବା ସହ ତାଙ୍କ ସମ୍ପର୍କିୟ ଙ୍କ ସହାୟତା ରେ କଣ୍ଟାବାଞ୍ଜି ସହର ସମେତ ଆଖପାଖ ଅଞ୍ଚଳ ବ୍ୟତୀତ ରାୟପୁର ଯାଏ ମଧ୍ୟ ଖୋଜା ଖୋଜି କରିଥିଲେ ।
ଶେଷରେ ପୁଅକୁ ନପାଇ ନିରାଶ ହୋଇ ଫେରିଆସିଥିଲେ । ଘଟଣା ସମ୍ପର୍କରେ ଜାନୁଆରୀ ୧୯ ଦିନ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଙ୍କୁ ଜଣାଇବା ସହ ଫେବୃଆରୀ ୯ ବଲାଙ୍ଗୀର ଏସପି ନିତିନ କୁଶଳ କର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦିବ୍ୟାଙ୍ଗ ପୁଅ ନିଖୋଜ ହେବାର ଏକ ମାସ ରୁ ଉର୍ଦ୍ଧ୍ବ ସମୟ ବିତାଇଯାଇଥିଲେ ସୁଦ୍ଧା ସେ ପୁଲିସ ଓ ବିଧାୟକ ଙ୍କ ଠାରୁ କୌଣସି ପ୍ରକାର ସୁଫଳ ପାଇପାରିନଥିଲେ । ଅପରପକ୍ଷରେ ଯୋଗେନ୍ଦ୍ର ମେହେର ଜଣେ ଶାସକ ଦଳର ଜଣାଶୁଣା ନେତା ହୋଇଥିଲେ ମଧ୍ୟ ତାଙ୍କ ନିଖୋଜ ଦିବ୍ୟାଙ୍ଗ ପୁଅ ର ଉଦ୍ଧାର କରିବା ରେ ପୁଲିସ ଓ ବିଧାୟକ ଙ୍କ ଠାରୁ
ସହାୟତା ପାଇବାରେ ବିଫଳ ହେବାରୁ ଶେଷରେ ହତାଶ ହୋଇ ପୁଅ ର ଉଦ୍ଧାର କରିବା ପାଇଁ ପାଟଣାଗଡ଼ ସ୍ଥିତ ମାରୱାଡ଼ି ଧର୍ମଶାଳା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାପା ମାଆ ନିବେଦନ କରିବା ସହ ପୁଅର ଖବର ଦେବା ସହୃଦୟ ବ୍ୟକ୍ତି ଙ୍କୁ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ବାପା ମାଆ ନିବେଦନ ସହ ଘୋଷଣା କରିଛନ୍ତି । ଏଠାରେ ପ୍ରକାଶ ଥାଉ ଯେ ଶାସକ ଦଳର ଜଣେ ଜଣାଶୁଣା ବିଜେଡି ନେତା ଙ୍କ ପୁଅ ନିଖୋଜ ଘଟଣା ର ଏକ ମାସରୁ ଊର୍ଦ୍ଧ୍ବ ସମୟ ବିତାଇଯାଇଥିଲେ ମଧ୍ୟ ପୁଲିସ ପ୍ରଶାସନ ସମେତ ବିଧାୟକ ତାଙ୍କୁ ଦୃଢ଼ତା ର ସହ କୌଣସି ସହାୟତା କରୁନଥିବା ଛଳଛଳ ଆଖିରେ ବାପା ଯୋଗେନ୍ଦ୍ର ଓ ମାଆ ଜୟଶ୍ରୀ ପ୍ରକାଶ କରିଛନ୍ତି । ଜଣେ ବିଜେଡି ନେତା ନ୍ୟାୟ ପାଇବାରେ ଯଦି ବିଫଳ ତେବେ ଏଠାରେ ସାଧାରଣ ଜନତା ଙ୍କୁ ପଚରାଏ କିଏ ବୋଲି ସହର ରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି ।














