୨୧ଫେବୃଆରୀ ,ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଜିଲ୍ଲା ମୋହନା ରଙ୍ଗମାଟିଆ ଠାରେ ଦୀର୍ଘ ଚାଳିଶି ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ସ୍ବେଛାସେବୀ ସଂସ୍ଥା “ପ୍ରେମ” ଆଜି ମହାନ ସଂଗଠନରେ ପରଣତ ହୋଇଛି ।ମୋହନା ବ୍ଲକରେ ଗରିବ ଖଟିଖିଆ ଦଳିତ ନିଷ୍ପେସିତ ଲୋକଙ୍କ ସେବା କରିବା ପାଇଁ ସଂସ୍ଥାର ମୁଖ୍ୟ ଡକ୍ଟର. ଜକୋବ ଥୁଣ୍ଡିଲ ବାପୁଜି ଗ୍ରାମ୍ୟ କଲ୍ୟାଣ ସମାଜ(ବି ଜି କେ ଏସ) ନାମରେ ସଂଗଠନ ଆରମ୍ଭ କରିଥିଲେ । ତାହାକୁ ପରବର୍ତ୍ତୀ ସମୟରେ ପ୍ରେମ ନାମରେ ନାମିତ କରିଥିଲେ । ଏହି ସଂସ୍ଥା ଶିକ୍ଷା, ସ୍ୱାସ୍ତ୍ୟ, ଜୀବନ ଜୀବିକା,ଆଦର୍ଶ ଗ୍ରାମ, ବିପର୍ଯ୍ୟୟ ମୁକାବିଲା ସହ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ କାର୍ଯ୍ୟ ସମ୍ପାଦନ କରୁଥିବା ସଂସ୍ଥା ମୋହନା ବ୍ଲକର ପନ୍ଦରୀ ଗ୍ରାମରୁ ଆରମ୍ଭ ହୋଇ ଓଡ଼ିଶାର ପନ୍ଦର ଟି ଜିଲ୍ଲା ସହ ଭାରତ ର ପନ୍ଦର ଟି ରାଜ୍ୟରେ ପ୍ରାୟ ଏକ କୋଟି ଲୋକଙ୍କ ପାଖରେ ପହଞ୍ଚି କାର୍ଯ୍ୟ ସମ୍ପାଦନ କରିଥିବା ଜଣାପଡିଛି ।
ସଂସ୍ଥାର ମୁଖ୍ୟ ଡକ୍ଟର. ଜକୋବ ଥୁଣ୍ଡିଲ ଏବଂ ତାଙ୍କ ସହଯୋଗୀ ତଥା ସଂସ୍ଥାର ସମ୍ପାଦକ ଚାକୋ ପରମାନନୀ ନିଜ ବକ୍ତବ୍ୟରେ ଏହି ସଂସ୍ଥା ଆରମ୍ଭ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଲୋକଙ୍କ ସେବା କରି ଆସିଥିବାରୁ ସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଥିବା କହିଛନ୍ତି ଏବଂ ଲୋକଙ୍କ ସମର୍ଥରେ କାର୍ଯ୍ୟ ହେଉଥିବା କହିଛନ୍ତି । ସଂସ୍ଥାର ମୁଖ୍ୟ ଥୁଣ୍ଡିଲ ଅତିଥି ମାନଙ୍କ ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଚାଳିଶି ବର୍ଷ ପୁର୍ତ୍ତି ଉତ୍ସବରେ ସାଂସଦ ଚନ୍ଦ୍ର ଶେଖର ସାହୁ ସଂସ୍ଥାର ବିଭିନ୍ନ ସମୟରେ ହେଉଥିବା ଉଚ୍ଚ କୋଟିର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ସି ପି ଆଇ ରାଜ୍ୟ ନେତା ଅଳି କିଶୋର ପଟନାୟକ, ସଂସ୍ଥାର ଉପଦେଷ୍ଟା ବାବୁ ଜୋସେଫ,
ଉପଦେଷ୍ଟା ଅଗସ୍ତିନ, ନବୀନ ସମ୍ବାଦ ପତ୍ର ର ସମ୍ପାଦକ ରବି ରଥ, ଗୁରୁପ୍ରସାଦ, ବାବୁ ଜୋସେଫ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ମୁଖ୍ୟଡାକ୍ତର ନଦିନ ଙ୍କ ସମେତ ଜିଲ୍ଲା ଏବଂ ବିଭିନ୍ନ ବ୍ଲକର ରାଜ ନେତା ସରପଞ୍ଚ ସମିତି ଜିଲ୍ଲା ପରିଷଦ ସହ ଅନୁଷ୍ଠାନ ର କର୍ମଚାରୀ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠିତ ର କର୍ମକର୍ତ୍ତା ପରିଚାଳନା କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ଅନୁଷ୍ଠାନର ଉତ୍ତରତୋର ଉନ୍ନତି କାମନା ସହ ଅନୁଷ୍ଠାନ ମୁଖ୍ୟଙ୍କ ଦୀର୍ଘ ଜୀବନ କାମନା କରିବା ସହ ସେ ଗରିବ ଲୋକଙ୍କ ସେବାରେ ଆଜୀବନ ବ୍ରତୀ ରୁହନ୍ତୁ ବୋଲି ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ ।

© 2023 Odisha Taza News.