ଯେଉଁ ପାହାଡରେ ବାବା ମଙ୍ଗଳେଶ୍ୱର ଆଦିବାସୀଙ୍କ ପଡୁଚାଷ ବେଳେ ଲଙ୍ଗଳ ବାଜି ଶିବାଲିଙ୍ଗର ଆବିର୍ଭାବ ହୋଇଥିବାଯୋଗୁ ମନ୍ଦିରର ନାମ ମଙ୍ଗଳେଶ୍ୱର ରଖାଯାଇଛି l ସେହି ସମୟରେ ଭଗବାନ ଶିବ ସେଠାକାର ଜଣେ ଆଦିବାସୀଙ୍କୁ ସ୍ୱପ୍ନାଦେଶ ଦେଇ ନିର୍ଦେଶ ଦେଇ ମନସ୍କାମନା କଲେ ତାହା ପୂରଣ ହେବାସହ ସମସ୍ତେ ସୁଖଶାନ୍ତିରେ ଜୀବନଯାପନ କରିପାରିବେ l ଶିବଙ୍କର ଏହି ସ୍ବପ୍ନl ଦେଶରେ ଭକ୍ତ ଜଣଙ୍କ ଶିବଙ୍କୁ ପଚାରିଥିଲେ ଆମେ ତ ଆଦିବାସୀ ଲୋକ ପୂଜାବିଧି ଜାଣିନାହୁଁ ଏବଂ କନ ଦେଇ ଆପଣଙ୍କୁ ଭୋଗଲଗାଇବୁ l
ସେହା ଶୁଣି ମହାଦେବ କହିଥିଲେ ତୁମ୍ଭମାନେ ଜଙ୍ଗଲରୁଜାତ ଖାଦ୍ୟଦ୍ରବ୍ୟକୁ ବ୍ୟବହାର କରିଆସୁଅଛ l ଏଥିସହ ତୁମମାନଙ୍କର ଅନ୍ୟଖାଦ୍ୟ ପେୟକୁ ଭୋଗ ଲଗେଇ ପାରିବ ଶିବଙ୍କର ଏହି ସ୍ୱପ୍ନାଦେଶରେ ବହୁ ପୁରାତନ କାଳରୁ ଅଞ୍ଚଳର ଆଦିବାସୀମାନେ ଜଙ୍ଗଲର ଫୁଲ ଡାଳ ଆଦି ଶିବଙ୍କୁ ପ୍ରଦାନ କରିବା ସହ ଶାଳ ପତ୍ରରେ ଠୁଙ୍ଗା ତିଆରି କରି ସେଥିରେ ରନ୍ଧା ଦେଶିମଦ, ସିଝାକାଂଦୁଲ, ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଏବଂ ଜଙ୍ଗଲର ଫଳମୂଳ ଆଦି ମହାଦେବଙ୍କୁ ଭୋଗଭାବେ ଅର୍ପଣ କରି ପୂଜାପାଠ କରିଆସୁଛନ୍ତି l
ଏହି ଅଞ୍ଚଳର ଜୁରିଆରାଉଳ, ପଞ୍ଚନନ ବେହରଦଳେଇ, ଜିତୁ ରାଉଳ ଏବଂ କିଛି ଗ୍ରାମବାସୀ ସୂଚନା ପ୍ରଦାନ କରି କହିଛନ୍ତି ଯେ ମଙ୍ଗଳେଶ୍ୱର ଙ୍କ ଆଦେଶ ଅନୁଯାୟୀ ଏଠାରେ ଭୋଗ ଏବଂ ପୂଜାପାଠ ଚାଲିଆସୁଛି l ଶିବରାତ୍ର ଦିନ ମହାଦେବ ମଙ୍ଗଳେଶ୍ୱରଙ୍କୁ ଜଙ୍ଗଲର ଫଳ ପୁଷ୍ପ ଆଦିରେ ସୁସଜ୍ଜିତ କରାଯାଇ ଦୀପ ଦାନ କରାଯିବl ସହ ଶାଳପତ୍ରର ଠୁଙ୍ଗlରେ କାନ୍ଦୁଲ ସିଝା ଏବଂ ରନ୍ଧl ଦେଶୀମଦ କୁ ରଖାଯାଇ ଭୋଗ ପ୍ରଦାନ କରାଯାଇଅଛି l ମହାଦେବଙ୍କୁ ଭୋଗ ଲଗାଯିବl ପରେ ସମସ୍ତ ଗ୍ରାମବାସୀ ଏହି ପ୍ରସାଦକୁ ଆନନ୍ଦରେ ବlଣ୍ଟି ଖାଉ l ବାସ୍ତବିକ ମହାଦେବଙ୍କୁ ପ୍ରତ୍ୟକ ଦିନ ସହ ମାଶିବରାତ୍ରିରେ ମଧ୍ୟ ଏଭଳି ପୂଜାପାଠ ଏବଂ ରାନ୍ଧl ଦେଶୀମଦ ଓ ସିଝା କାନ୍ଦୁଲ ଭୋଗ ଲଗାଇବା ଏକ ଭିନ୍ନ ଓ ନିଆରା ଅଧ୍ୟାୟ ସୃଷ୍ଟି କରିପାରିଛି l

© 2023 Odisha Taza News.