No Result
View All Result
୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଵେଚ୍ଛାସବୀ ଅନୁଷ୍ଠାନ” ବିପଦର ବନ୍ଧୁ” ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ବିପଦର ବନ୍ଧୁ , ଓଡିଶା ଡ୍ରାଇଭର ସଙ୍ଘ ,ଅଡବା ଗ୍ରାମ ବାସୀ ଙ୍କ ମିଳିତ ସହଯୋଗରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଶିବିରରେ ମୂଖ୍ୟ ଅତିଥି ଭାବେ ଅଡବା ଥାନା ସବ ଇନ୍ସପେକ୍ଟର ହୃଷୀକେଶ ପଣ୍ଡା ଯୋଗଦେଇ ଉଦଘାଟନ କରିଥିଲେ l
ସମ୍ମାନିତ ଅତିଥି ଭାବେ ଏସଆଇ ଲକ୍ଷ୍ମଣ ବେସରା, ଏସଆଇ ଜୟକୃଷ୍ଣ ପାଣିଗ୍ରାହୀ , ସମାଜସେବୀ ଦଣ୍ଡାସି ସାହୁ, ଶିକ୍ଷାବିତ ମଧୁସୁଦନ ପାଢୀ, ପ୍ରଶାନ୍ତ ବୀର ପ୍ରମୁଖ ଯୋଗଦେଇଥିଲେ l ଏହି ଶିବିରରେ ବ୍ରହ୍ମପୁର ବଡ ମେଡିକାଲ ରକ୍ତ ଭଣ୍ଡରର କର୍ମଚାରୀ ଉପସ୍ଥିତ ରହି ୫୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ l କାର୍ଯ୍ୟକ୍ରମକୁ ବିପଦର ବନ୍ଧୁ ପ୍ରତିଷ୍ଠାତା ଓ ଓଡ଼ିଶା ଡ୍ରାଇଭର ସଂଘ ର କର୍ମକର୍ତ୍ତା ମାନେ ଏହି ଶିବିରକୁ ପରିଚlଳନl କରିଛନ୍ତି ।

No Result
View All Result