ସୁଶ୍ରୀ ମନାଲିସା ଚରତି ଏବଂ ଦୀପ୍ତି ଗୋମାଙ୍ଗ ଭାରତୀୟ ସମାଜ ଓ ସଂସ୍କୃତି ଉପରେ ବୌଦ୍ଧ ଧର୍ମର ପ୍ରଭାବ ସମ୍ପର୍କିୟ ସ୍ୱଲିଖିତ ସନ୍ଦର୍ଭ ପାଠ କରିଥିଲେ।ମୁଖ୍ୟବକ୍ତା ଶ୍ରୀଯୁକ୍ତ ପାତ୍ର ମଧ୍ୟ ଉପରୋକ୍ତ ବିଷୟବସ୍ତୁ ସମ୍ପର୍କରେ ନିଜସ୍ଵ ଅଭିମତ ରଖି ଛାତ୍ରୀମାନଙ୍କୁ ପ୍ରଶ୍ନୋତ୍ତର ମାଧ୍ୟମରେ ତଥ୍ୟ ପ୍ରଦାନ କରିଥିଲେ।ସେହି ଭଳି ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ମଧ୍ୟ ଛାତ୍ରୀମାନଙ୍କ ଉଚ୍ଚ ପ୍ରଶଂସା କରିବା ସହ ଏଭଳି ରୀତିମତ ଭାବେ ପାଠ ଚକ୍ର ଆୟୋଜନ କରିବା ଦ୍ବାରା ଛାତ୍ରୀ ମାନଙ୍କର ଜ୍ଞାନର ବିକାଶ ହେବା ସହ ଶିକ୍ଷାର ମାନ ଦଣ୍ଡ ବୃଦ୍ଧି ହେବ ବୋଲି କହିଥିଲେ।ଶେଷରେ ରଞ୍ଜିତା ବଡ଼ ମୁଣ୍ଡି ଏବଂ ମୋନାଲିସ ଚରତି ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ କାର୍ଯ୍ୟକ୍ରମରେ ଯୁକ୍ତ ତିନି ଇତିହାସ ବିଭାଗର ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ ଏବଂ ତୃତୀୟ ବର୍ଷ ର ସମସ୍ତ ଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

© 2023 Odisha Taza News.