• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାୟଗଡ଼ା ତ୍ରିବେଣୀଘାଟ ମୀନାଝୁଲା କୁ ମିଳୁନି ପର୍ଯ୍ୟଟନ ସ୍ଥଳିର ମାନ୍ୟତା

Proprietor Abhimanyu Maharana by Proprietor Abhimanyu Maharana
February 14, 2023
in ଓଡ଼ିଶା, ରାୟଗଡା, ହୋମ୍
0
ରାୟଗଡ଼ା ତ୍ରିବେଣୀଘାଟ ମୀନାଝୁଲା କୁ ମିଳୁନି ପର୍ଯ୍ୟଟନ ସ୍ଥଳିର ମାନ୍ୟତା
Share on FacebookShare on TwitterWhatsapp

ଦୃଷ୍ଟି ଆଢୁଆଳରେ ଲୁଚିଛି ସବୁଜ ବନାନି ତ୍ରିବେଣୀଘାଟ ମୀନାଝୁଲା ର ମନୋରମ ଦୃଶ୍ୟ

୧୩ ଫେବୃଆରୀ ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ା :- ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୀନାଝୁଲା ଦୃଷ୍ଟି ଆଢୁଆଳରେ ଲୁଚି ଯାଇଛି ତିନୋଟି ନଦୀର ସମିଶ୍ରଣ ମୀନାଝୁଲା ତ୍ରିବେଣୀଘାଟର ମନୋରମ ଦୃଶ୍ୟ । ଏହି ନଦୀ ଭିତରେ ଥିବା ପଥର ଚଟାଣ ଭିତରେ ପୂଜା ପାଆନ୍ତି ଶିବ ଠାକୁର । ରାୟଗଡା ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ଓ ଗୁଡାରୀ ବ୍ଲକ ସୀମାନ୍ତ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଏହି ପ୍ରସିଦ୍ଧ ଶୈବକ୍ଷେତ୍ର । ଦକ୍ଷିଣ ଓଡିଶାର ତ୍ରିବେଣୀଘାଟ ଭାବେ ପରିଚିତ ବଂଶଧାରା, ଚାଉଳଧୁଆ ଓ ଫଳଫଳିଆ ନଦୀର ସଂଙ୍ଗମ ସ୍ଥଳରେ ଏହି ମନୋରମ ପୀଠ ଥିଲେ ମଧ୍ୟ ସରକାରୀ ଅବହେଳା ଯୋଗୁ ଅଲୋଡା ଅବହେଳିତ ହୋଇ ରହିଯାଇଛି ଏହି କ୍ଷେତ୍ର । ଏହି ସ୍ଥାନରେ ସୁଉଚ୍ଚ ଜଳପ୍ରପାତ, ଘଞ୍ଚ ବନାନୀ, ଶିଳାବନ୍ଧୁର ନଦୀ ଶଯ୍ୟ ଅପୂର୍ବ ଆକର୍ଷଣ ସୃଷ୍ଟି କରିଥାଏ ସମସ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଏହା ଆଜି ଯାଏ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରିନାହିଁ । ପ୍ରତେକ ବର୍ଷ ଶିବରାତ୍ରୀ ଆସିଲେ ଅସ୍ଥାୟୀ ସୁବିଧା ଯୋଗାଇ ଜିଲା ପ୍ରଶାସନ ତାର ଦାୟୀତ୍ୱ ସାରି ଦେଉଥିବା ବେଳେ ଏହି କ୍ଷେତ୍ରର ବିକାଶ ହୋଇ ପାରୁନି । ପ୍ରାକୃତିକ ଶୋଭା ସୌନ୍ଦର୍ଯ୍ୟ ମଧ୍ୟରେ ବଂଶଧାରା ନଦୀର ପଥର ଚଟାଣ ଦେହରେ ରହିଛି ଦୁଇଫୁଟର ଗର୍ତ୍ତ (ଝୁଲା) ଯାହା ମଧ୍ୟରେ ମୀନ (ମାଛ) ସଦୃଶ ପ୍ରଭୂ ମୀନ ଅବତାରରେ ମହାଦେବ ପୂଜା ପାଉଛନ୍ତି । ବର୍ଷର ବହୁ ସମୟ ଏହି ସ୍ଥାନ ଜଳମଗ୍ନ ହୋଇ ରହିଥାଏ । କେବେଳ ଶିବରାତ୍ରୀ ଯାତ୍ରା ସମୟରେ ଶିବଲିଙ୍ଗ ଦର୍ଶନ କରିହୁଏ । ଏହାକୁ ସ୍ୱୟମ୍ବୁ ଶିବଲିଙ୍ଗ ବୋଲି କୁହାଯାଏ ।ପ୍ରତିବର୍ଷ ଶିବରାତ୍ରୀ ଉତ୍ସବ ଅବସରରେ ଏଠାରେ ବଡଧରଣର ଯାତ୍ରା ହୁଏ । ଓଡିଶାର ବିଭିନ୍ନ ଜିଲା ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶ. ଛତିଶଗଡ,ମଧ୍ୟପ୍ରଦେଶରୁ ହଜାର ହଜାର ଭକ୍ତ ଆସି ଏଠାରେ ବୁଡ ପକାଇ ଦିଅଁ ଦର୍ଶନ କରିଥାନ୍ତି । କଥିତ ଅଛିଯେ, ଏହି ତ୍ରିବେଣୀଘାଟରେ ବୁଡ ପକାଇଲେ ନିଃସନ୍ତାନ ଦମ୍ପତି ପୁତ୍ର ସନ୍ତାନ ଲାଭ କରିଥାନ୍ତି । ଏହାଛଡା ଏଠାକୁ ଭଣ୍ଡାରୀ (ବାରିକ) ସମ୍ପ୍ରଦାୟର ଶତାଧିକ ଲୋକ ଆସି ପାରମ୍ପାରିକ ପ୍ରଥା ଅନୁଯାଇ ମୁଣ୍ଡନ (ଲଣ୍ଡା) କରିଥାନ୍ତି । ଏଠାରେ ବିଭିନ୍ନ ମାନସିକଧାରୀ ସନ୍ତାନ ପ୍ରାପ୍ତି ପରେ ସନ୍ତାନର ପ୍ରଥମ ଚୁଟି କାଢନ୍ତି । ପୂଜା ଅବସରରେ ଉଠା ଦୋକାନୀଙ୍କ ଆସର ଓ ମୀନାବଜାର ନିର୍ଜନ ବନାନୀର ପରିବେଶକୁ ମନମୁଗ୍ଧ କରି ତୋଳିଥାଏ । ନିତିଦିନିଆ ଗମନାଗମନର ସୁବିଧା ନ ଥିଲେ ମଧ୍ୟ ଏଠାରେ ହଜାର ହଜାର ଯାତ୍ରୀଙ୍କ ସମାଗମ ସମସ୍ତଙ୍କୁ ବିସ୍ମିତ କରିଥାଏ । ବଂଶଧାରା, ଚାଉଳଧୁଆ ଓ ଫଳଫଳିଆ ନଦୀର ଏହି ସଂଗମସ୍ଥଳ ବହୁ ହିଂସ୍ରଜନ୍ତୁ ଆବାସସ୍ଥଳ । କିନ୍ତୁ ଶିବରାତ୍ରୀ ସମୟରେ ବନ୍ୟଜନ୍ତୁଙ୍କ ଦେଖିବାକୁ ମିଳିନଥାଏ । ରାୟଗଡା ସଦର ମହକୁମା ଠାରୁ ମିନାଝୁଲାର ଦୂରତା ପ୍ରାୟ ୧୧୫ କି.ମି. ହେବ । ବିଷମକଟକ ଓ ମୁନିଗୁଡା ଦେଇ ସେଠାକୁ ଯିବାକୁ ପଡେ । ଗୁଣପୁର ସଦର ମହକୁମାରୁ ଗୁଡାରୀ-ଶିରିଗୁଡା ଏବଂ ବେଲାମଗୁଡା ଦେଇ ଗଲେ ୭୦କି.ମି. ରାସ୍ତା ପଡେ । ରାସ୍ତାଘାଟର ସୁବିଧା ନଥିବାରୁ ଏହି ଅଞ୍ଚଳ ଅତ୍ୟନ୍ତ ଦୁର୍ଗମ ହେଇରହିଛି । ଯାନବାହାନ ଯାତାୟତ ବହୁ ଅସୁବିଧା ଦେଖିବାକୁ ମିଳିଛି । ମୁଖଃତ ଟ୍ରାଫିକ ସମସ୍ୟା ଦୀର୍ଘ ସମୟ ଲାଗିରହିଥାଏ ।ପ୍ରତ୍ୟେକ ବର୍ଷ ଏହି ଶିବରାତ୍ର ଦିନ ଭକ୍ତମାନେ ରାତ୍ରଯାପନ କରି ଏଠାରେ ଜାଗରଣ କରିଥାନ୍ତି । ଛୋଟ ଛୋଟ ଅସ୍ଥାୟୀ ଘର ନିର୍ମାଣ କରି ଦୁର ଦୁରାନ୍ତର ଭକ୍ତମାନେ ରୁହନ୍ତି । କିନ୍ତୁ ପରିତାପର ବିଷୟ ଏଠାରେ ଆଲୋକର ବ୍ୟବସ୍ଥା ନଥିବାରୁ ଭକ୍ତମାନେ ଅନ୍ଧାରରେ ବହୁ କଷ୍ଟରେ ରୁହନ୍ତି । ଛୋଟ ବଡ ଚୋରୀ ଓ ପକେଟ ମାର ମଧ୍ୟ ଏଠାରେ ହୋଇଥାଏ । ଆବଶ୍ୟକ ମୁତାବକ ରହଣୀ ସ୍ଥାନର ଅଭାବ, ପାନୀୟ ଜଳର ଅବ୍ୟବସ୍ଥା, ଆଲୁଅ ବ୍ୟବସ୍ଥା ନଥିବା ଯୋଗୁଁ ବହୁ ଦୁର ଦୁରାନ୍ତର ଯାତ୍ରୀ ହଇରାଣ ହେଉଥିବା ନଜରି ରହିଛି । ନାମକୁ ମାତ୍ର ପୁଲିସ ଏଠାକେ ମୁତୟନ ରହି ଦାୟିତ୍ୱ ଶେଷ କରିଦିଅନ୍ତି । ଏହି ପ୍ରେରିପେକ୍ଷୀରେ ଗୁଡାରୀର କେତେକ ଯୁବ ଗୋଷ୍ଠି ମୀନୀଝୁଲାର ଉପର ମୁଣ୍ଡରେ ଭକ୍ତମାନଙ୍କ ପାଇଁ ପ୍ରତେକ ବର୍ଷ ଖାଦ୍ୟପେୟ ବ୍ୟବସ୍ଥା କରି ଆସୁଛନ୍ତି ।ଏହି ସ୍ଥାନ ଅଭୟାରଣ୍ୟ, ଜଳପ୍ରକଳ୍ପ ଏବଂ ପର୍ଯ୍ୟଟନସ୍ଥଳୀ ହେବାର ସମସ୍ତ ଭିତ୍ତିଭୂମି ରହିଥିଲେ ମଧ୍ୟ ତାହା ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଛି । ମିନାଝୁଲା ଠାରେ ଏକ ପାନ୍ଥନିବାସ ଓ ଭକ୍ତ ନିବାସ ନିର୍ମାଣ ସହ ଗମନାଗମନା ସୁବିଧା ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳର ଲୋକେ ବହୁ ବର୍ଷ ଧରି ଦାବୀ କରି ଆସୁଛନ୍ତି । କିନ୍ତୁ ସରକାରୀ ଅବହେଳାର ପରିଧି ମଧ୍ୟରୁ ଏହି ବହୁ ଚର୍ଚ୍ଚିତ ପର୍ଯ୍ୟଟନ ସ୍ଥଳି ବାହାରି ପାରିନି । ଏହାପରେ ଜିଲା ପ୍ରଶାସନ ମଧ୍ୟ ମିନାଝୋଲା ସ୍ଥଳକୁ ଦୀର୍ଘମିଆଦି ଯୋଜନାର ଅନ୍ତଭୁକ୍ତ କରିବାକୁ ସାଧାରଣରେ ଦାବୀ ହେଉଛି । ଚଳିତ ଥର ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ଚଇତି ପର୍ବ ର କଳସ ମୀନାଝୁଲା ରୁ ବାହାରି ଥିଲା।ଫଳରେ ମନ୍ତ୍ରୀ ବିଧାୟକ ଙ୍କ ସମେତ ଜିଲ୍ଲା ପ୍ରଶାସନ ର ମୁଖ୍ଯ ମାନେ ଏକତ୍ରିତ ହୋଇଥିଲେ। ତଥାପି ମୀନାଝୁଲା ପାଇଁ କିଛି ସ୍ବତନ୍ତ୍ର ଭାବେ ଅନୁଦାନ କିମ୍ବା କୌଣସି ପ୍ରକଳ୍ପ ଘୋଷଣା କରାଯାଇ ନଥିଲା। ଏବେ କିଛିମାସ ହେବ କେତେକ ଭକ୍ତ ଆଗକୁ ଆସି ଏକ ଟ୍ରଷ୍ଟ ଗଠନ କରି ଏହି ପର୍ଯ୍ଯଟନ ସ୍ଥଳୀର ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି। ଅନ୍ଯପକ୍ଷେ ଜଣେ ବାବାଜୀ ମହାରାଜ ମଧ୍ୟ ଏବେ ଏହି ସ୍ଥଳିରେ ଆଶ୍ରମ କରି ରହିଥିବାରୁ ଏବେ ଭକ୍ତମାନେ ଅନ୍ଯ ସମୟରେ ଗଲେ ମଧ୍ୟ ଠାକୁର ପୂଜା କରିବାରେ ସୁବିଧା ହେଉଛି। ତେବେ ଏହି ପର୍ଯ୍ଯଟନ ସ୍ଥଳୀ ଉପରେ ସ୍ବତନ୍ତ୍ର ଧ୍ଯାନ ଦେବାକୁ ଦାବୀ ହେଉଛି ।

 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

April 25, 2026

Recent News

Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

April 25, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version