କମ୍ବଳ ଓ ଶୀତବସ୍ତ୍ର ଅଭାବରୁ କାଠଗଣ୍ଡିରେ ନିଆଁ ଲଗାଇ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ପାଖରେ ବସି ରହୁଛନ୍ତି । ମୋହନା ସହରରେ ବସବାସ କରୁଥିବା ଲୋକେ ସକାଳ ଓ ସଞ୍ଜରେ ସୁଇଟର, ଜାକେଟ, ଶାଲ, ଟୋପି ଆଦି ଶୀତବସ୍ତ୍ର ପରିଧାନ କରି ପଦାକୁ ବାହାରୁଛନ୍ତି । ବୄଦ୍ଧ, ବୄଦ୍ଧା ଓ ବୟସ୍କ ବ୍ୟକ୍ତିମାନେ ଛକ ସ୍ଥାନ ମାନଙ୍କରେ ନିଆଁ ପୁଇଁ ଶୀତ ଦାଉରୁ ରକ୍ଷା ପାଉଛନ୍ତି । ଅର୍ଥ ଅଦ୍ଭାବରୁ ଶୀତବସ୍ତ୍ରରୁ ବଞ୍ଚିତ ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ କମ୍ବଳ, ଶାଲ ଯୋଗାଇ ଦେବାପାଇଁ ପ୍ରଶାସନକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି । ବର୍ତ୍ତମାନ ମୋହନା ବ୍ଲକରେ ଦିନର ତାପମାତ୍ର ୩୨ ଓ ରାତିର ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରହିଥିବା ପାଣିପାଗ ସୂଚନା କେନ୍ଦ୍ରରୁ ଜଣାପଡିଛି ।

© 2023 Odisha Taza News.