ମାନ୍ୟବର ବିଧାୟକ, ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି. ତ୍ରିପତି ରାଓ ଉପସ୍ଥିତିରେ ଜିଲ୍ଲାର ଆଧାର କାର୍ଡ ଲିଙ୍କେଜ୍, ନୂତନ ହିତାଧିକାରୀଙ୍କ ଯୋଗ ଓ ମୃତ୍ୟୁ ହିତାଧିକାରୀଙ୍କୁ ବାଦ, ଗୋଦାମ ଗୃହ, ମିଲର ସଂଖ୍ୟା, ଅରଏମସି ଦ୍ୱାରା ଚାଷୀଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଣ ଜିଲାରେ ହସ୍ତଶିଳ୍ପ କାରିଗରଙ୍କ ସଂଖ୍ୟା, ଓଡ଼ିଶା ସରକାଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା କ୍ରାପ୍ଟ ସଂଖ୍ୟା ଏବଂ ଏଥିରେ ନିଯୁକ୍ତି ହୋଇଥିବା ସ୍ଵୟଂ ସହାୟକା ଗୋଷ୍ଠୀ ଉପରେ ସମୀକ୍ଷା କରୁଥିଲେ । ବୈଠକରେ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବେହେରା ଜିଲ୍ଲାର ଚାଷୀ ମାନଙ୍କଠାରୁ ଧାନ କିଣିବା ସହିତ ଠିକ୍ ସମୟରେ ନିଜ ନିଜ ବ୍ୟାଙ୍କ ଖାତାରେ ପଇସା ଜମା କରାଯାଇଛି ।
ଜିଲ୍ଲାରେ ୫ ଲକ୍ଷ୍ୟ ୩୩ ହଜାର କୁଇଣ୍ଟାଲ ଧାନ କିଣା ଯାଇଛି ବୋଲି ସୁଚନା ଦେଇଥିଲେ । ଏହା ସହିତ ଜିଲ୍ଲା ମଙ୍ଗଳ ବିଭାଗର ଓ ହସ୍ତ ଶିଳ୍ପ ବିଭାଗର ପ୍ରମୁଖ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରଯାଇଥିଲା । ଉକ୍ତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ (ରାଜସ୍ବ),ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବାମଦେବ ସିଂ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ ରଥଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇ ଥିଲେ । ପୂର୍ବରୁ ଷ୍ଟାଣ୍ଡିଂ କମିଟି ସଦସ୍ୟ ସ୍ଥାନୀୟ ଆରଏମସି ଗୋଦାମ ଗୃହ, ସିଧମାଡଙ୍ଗ ଗ୍ରାମ ପଞ୍ଚାୟତ ଓ ଗଜପତି ଷ୍ଟାଡିୟମ୍ ର ହାଣ୍ଡିକ୍ରାପ୍ଟ କେନ୍ଦ୍ର ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥଲେ । ବିଭିନ୍ନ ଧାନ ମଣ୍ଡିର କାର୍ଯ୍ୟରତ ଶ୍ରମିକଙ୍କ ସହିତ ସେମାନଙ୍କର ସମସ୍ୟା ଉପରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ଆଲୋଚନା କରିବା ସହିତ ଜିଲ୍ଲା ପ୍ରଶାସନକୁ କମିଟି ପ୍ରଶଂସା କରିଥିଲେ

© 2023 Odisha Taza News.