ଏମକେସିଜି ସ୍ୱତନ୍ତ୍ର ବିଦ୍ୟାଳୟ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପାଇଁ ଅନୁମୋଦନ ନ ହେବାର କାରଣକୁ ନେଇ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ମିଛ ଖବର ପ୍ରସାରଣ କରି ଅନୁଷ୍ଠାନକୁ ବଦନାମ କରିବାର ପ୍ରୟାସ ଜାରି ରଖିଥିବା ନେଇ ବିଦ୍ୟାଳୟ ପରିଚାଳନା କମିଟି ଅଭିଯୋଗ କରିଛି । ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ୨୦୨୨- ୨୩ ର ଅନୁଦାନ ଏବଂ ମାନସିକ ଓ ଅନଗ୍ରସ ମସ୍ତିସ୍କ ପକ୍ଷଘାତ ସ୍ବତନ୍ତ ବିଦ୍ୟାଳୟ ପାଇଁ ୨୦୨୨- ୨୩ ବର୍ଷର ଅନୁଦାନ ଆବେଦନର ସ୍ଥିତାବସ୍ଥା ଅନୁଧ୍ୟାନ ପାଇଁ ଆସିଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସନତି ଦେଇ, DSSO କ୍ଲକ ସୁମନ ଓ ସବ୍ ଡିବିଜନ୍ ଅଧିକାରିଣୀ ବଡ ରଇତ ମହୋଦୟ ଜାନୁୟାରୀ ୩୧ ତାରିଖରେ ଅନୁଷ୍ଠାନକୁ ଆସି ଅନୁଧ୍ୟାନ କରି ଫେରିଛନ୍ତି ।
ଅତଏବ କିଛି ଗଣମାଧ୍ୟମରେ ବିଭ୍ରାନ୍ତିକର ଖବର ପ୍ରସାରଣ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ଅନୁମୋଦନ ସକାଶେ ବିଭାଗୀୟ ଉପଦେଶକୁ ଅନୁମୋଦନ ନ ପାଇବାର କାରଣ ଦର୍ଶାଇ ଅନୁଷ୍ଠାନକୁ ବଦନାମ କରୁଥିବା ପରିଚାଳନା କମିଟି ପକ୍ଷରୁ ସମ୍ପାଦକ ଦଣ୍ଡାସୀ ସାହୁ ସ୍ପଷ୍ଟୀକରଣ ରଖିଛନ୍ତି । ବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ଅସମ୍ପୂର୍ଣ୍ଣ ତଥ୍ୟରୁ କମ ସଂଖ୍ୟକ କର୍ମଚାରୀ ବୋଲି ଦର୍ଶାଇ ବିଭାଗ ପଦକ୍ଷେପ ଗ୍ରହଣ ପାଇଁ କରିଥିବା ଚିଠି ବିଷୟରେ
ତଥ୍ୟ ନ ରଖି ମିଥ୍ୟା ଖବର ପ୍ରକାଶନ ନିରପେକ୍ଷ ସାମ୍ବାଦିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିବା କମିଟି ପ୍ରତିକ୍ରିୟା ରଖିଛି l ବ୍ୟକ୍ତିଗତ ଆକ୍ରୋଶ ଆଳରେ ଜାଣିଶୁଣି ମନ୍ଦ ଉଦ୍ଦେଶ୍ୟ ଭାବେ ବ୍ୟକ୍ତିଗତ କିମ୍ବା ଆନୁଷ୍ଠାନିକ ଖବର ପରିବେଷଣ ବିରୋଧରେ ଅଞ୍ଚଳବାସୀଙ୍କ ମନରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହାର ଦୃଢ଼ ବିରୋଧ କରୁଥିବା ଜଣାଯାଇଛି ।

© 2023 Odisha Taza News.