No Result
View All Result
୨ଫେବୃଆରୀ ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ନୂତନ ପରିବହନ ନିଗମ କଡ଼ାକଡ଼ି ହେବାପରେ ସଡ଼କ ଦୁର୍ଘଟଣା ପରିପାଣକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ନୂତନ ପରିବହନ ନିୟମ କଡ଼ାକଡ଼ି କରାଯାଇ ମୁଖ୍ୟତଃ ମଦ୍ୟପାନ କରି ଗାଡ଼ି ଚାଳନା କଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଲୋଚନା ହୋଇଥିଲା । ଯାନବାହାନ ଗୁଡ଼ିକୁ ଅଧିକ ତନିଖି କରିବା ସହ ଦୁର୍ଘଟଣା ସଂଖ୍ୟା ଯେପରି କମ୍ କରାଯାଇପାରିବ ସେ ଉପରେ ମଧ୍ୟ ଦୃଷ୍ଟି ନିକ୍ଷେପ କରାଇବାକୁ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
ସଡ଼କରେ ସୁରକ୍ଷିତ ଯାତ୍ରା ପାଇଁ ସାଧାରଣ ଲୋକଙ୍କୁ ଏବଂ ଯାନବାହାନ ଚାଳକମାନଙ୍କୁ କିପରି ଆହୁରି ଅଧିକ ସଚେତତା କରାଯାଇପାରିବ ଏବଂ ସେ ଦିଗରେ କିପରି କାର୍ଯ୍ୟ କରାଯିବ ତା’ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଯାତ୍ରା ସମୟରେ ହେଲମେଟ୍ ପିନ୍ଧିବା, ସିଟ୍ବେଲଟ୍ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଗାଡ଼ିଚାଳନା ବେଳେ ମୋବାଇଲ ବ୍ୟବହାର ନ କରିବା, ଦ୍ରୁତ ବେଗରେ ଗାଡ଼ି ନଚଳାଇବା ଆଦି ଦିଗରେ ସମସ୍ତେ ପୂର୍ଣ୍ଣ ସଚେତନ ଓ ନିୟମ ମାନି ଚଳିଲେ ସଡ଼କ ସୁରକ୍ଷା ଅଭିଯାନ ସଫଳ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।
ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ମଧ୍ୟ ଗାଡ଼ି ସମ୍ବନ୍ଧୀୟ ବିଭିନ୍ନ କାଗଜପତ୍ର କିପରି ସଠିକ ଭାବେ କମ୍ ସମୟରେ ପ୍ରଦାନ କରାଯିବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।
ଆଜିର ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ନାୟକ, ପାରଳାଖେମୁଣ୍ଡି ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀ ରାମକୃଷ୍ଣ ପତି,ଉପଖଣ୍ଡ ପୋଲିସ୍ ଅଧିକାରୀ ଅର୍.ଉଦୟଗିରି ଶ୍ରୀ ଦିଲ୍ଲୀପ କୁମାର ନାୟକ,ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସାନ୍ତୁନ କୁମାର ପରିଡ଼ା ପ୍ରମୁଖଙ୍କ ସହ ପାରଳାଖେମୁଣ୍ଡି ଘୋରେଇ ବସ୍ ମାଲିକ ସଂଘ ସଭାପତି ଓ ସେକରେଟାରୀ ଏବଂ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀମାନେ ଉପସ୍ଥିତଥିଲେ।

No Result
View All Result