ପୂର୍ବତନ ଏସଡିସି ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥୀ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭରମ୍ଭ କରିବା ସହ କ୍ରୀଡା ଏବଂ ପ୍ରତ୍ୟେକ ଶ୍ରେଣୀରେ ଅଧିକ ନମ୍ବର ରଖିଥିବା କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୁତ କହିଥିଲେ । ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ
ଇଂରାଜୀ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବାରୁ ଏଠାକାର ଛାତ୍ରଛାତ୍ରୀ ଇଂରାଜୀ ଭାଷାରେ ଉତ୍ତମ ଶିକ୍ଷା ଲାଭ କରିପାରିବେ ବୋଲି ଅତିଥୀମାନେ କହିଥିଲେ । ଏହି ଅବସରେ ଛାତ୍ରଛାତ୍ରୀଙ୍କ ଦ୍ବାରା ନାଚଗୀତ , ଏକାଙ୍କିକା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟ ଅଧ୍ୟକ୍ଷ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କହିଥିଲେ ।

© 2023 Odisha Taza News.