ସେହିପରି ମୋହନା ଥାନାରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ଜାତୀୟ ପତାକା ଉତ୍ତୋଳନ କରି ସମସ୍ତ କର୍ମଚାରୀଙ୍କୁ ଉଦବୋଧନ ଦେଇଥିବା ବେଳେ ହାଇସ୍କୁଲ ଛକରେ ହୋଇଥିବା ଉତ୍ସବରେ ମଧ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହାସହ ବ୍ଲକ କାର୍ଯ୍ୟାଳୟ ରେ ବିଡ଼ିଓ ତପସ୍ୱିନୀ ହଂସଦା, ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାର ହିମାଂଶୁ ଭୂଷଣ ପଲାଇ,
ପୂର୍ତ୍ତ ବିଭାଗରେ ଇଞ୍ଜିନିୟର ପି. କେ. ସେଠୀ, ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିର୍ବାହୀ ଯନ୍ତ୍ରୀ, ବିଭିନ୍ନ ବିଦ୍ୟାଳୟ ଗୁଡିକରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପତାକା ଉତ୍ତୋଳନ କରିଥିବା ବେଳେ ମୋହନା ପ୍ରେସ କ୍ଲବ ଠାରେ ତହସିଲଦାର ହିମାଂଶୁ ଭୂଷଣ ପଲାଇ ଅତିଥିଭାବେ ଉପସ୍ଥିତ ରହି ପତାକା ଉତ୍ତୋଳନ କରି ସମସ୍ତ ସାମ୍ବାଦିକଙ୍କୁ କର୍ତ୍ତବ୍ୟ ନିଷ୍ଟ ହୋଇ କାର୍ଯ୍ୟ ସମ୍ପାଦନ କରିବାକୁ ଉପଦେଶ ଦେଇଥିଲେ ।

© 2023 Odisha Taza News.